ଚାଣକ୍ୟଙ୍କ ଏହି ୩ କଥା ମାନିଲେ ଜୀବନରେ ରହିବ ନାହିଁ କେବେ ଧନର ଅଭାବ: ଜାଣନ୍ତୁ କ’ଣ କୁହନ୍ତି

ଦେଶର ଶ୍ରେଷ୍ଠ ବିଦ୍ୱାନଙ୍କ ମଧ୍ୟରୁ ଚାଣକ୍ୟ ଜଣେ। ସେ ନିଜର ଅନୁଭୂତି ଏବଂ ଅଧ୍ୟୟନକୁ ନେଇ ନୀତିଶାସ୍ତ୍ର ରଚନା କରିଥିଲେ। ଏହି ନୀତି ଜଣେ ବ୍ୟକ୍ତିଙ୍କୁ ଜୀବନରେ ସଫଳ ହେବାକୁ ପ୍ରେରିତ କରେ। ଏଥିଯୋଗୁ ଆଜି ବି ଲକ୍ଷ ଲକ୍ଷ ଲୋକ ନୀତିଗୁଡ଼ିକୁ ଅଧ୍ୟୟନ କରିଥାନ୍ତି। ଚାଣକ୍ୟ କୁହନ୍ତି, ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି। ହେଲେ ବ୍ୟକ୍ତିଟିଏ ନିଜର ଭଲ ଓ ଖରାପ ଅଭ୍ୟାସ ଦ୍ୱାରା ସଫଳ ନଚେତ ବିଫଳ ହୁଏ। ଭଲ ଅଭ୍ୟାସ ଥିବା ବ୍ୟକ୍ତିକୁ ସର୍ବଦା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାଛଡ଼ା ଧନୀ ହେବାକୁ ଚାହୁଁଥିଲେ ଚାଣକ୍ୟଙ୍କ ଏସବୁ କଥା ପ୍ରତି ଧ୍ୟାନ ରଖିବା ଉଚିତ।

ଧନୀ ହେବା ପାଇଁ କଠିନ ପରିଶ୍ରମ କର:
ଚାଣକ୍ୟଙ୍କ ଅନୁଯାୟୀ, ଧନର ଦେବୀ ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କୁ ଆଶୀର୍ବାଦ ଦିଅନ୍ତି ଯିଏ ତାଙ୍କର ସମସ୍ତ କାର୍ଯ୍ୟ କଠିନ ପରିଶ୍ରମ ଏବଂ ସଚ୍ଚୋଟତା ସହିତ କରନ୍ତି। ତେଣୁ, ଜଣେ ସର୍ବଦା କଠିନ ପରିଶ୍ରମ କରିବାକୁ ପ୍ରସ୍ତୁତ ହେବା ଉଚିତ। ଯିଏ ନିଜର ସମସ୍ତ କାର୍ଯ୍ୟ ଠିକ ସମୟରେ କରେ, ସେ ଜୀବନରେ ସଫଳ ହୁଏ।

ଲକ୍ଷ୍ୟଗୁଡିକୁ ଯୋଜନା ଅନୁଯାୟୀ ସଂପୂର୍ଣ୍ଣ କର:
ଚାଣକ୍ୟଙ୍କ ଅନୁଯାୟୀ, ଜଣେ ବ୍ୟକ୍ତି ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ଯୋଜନା କରି କାର୍ଯ୍ୟ କରିବା ଉଚିତ। ଯିଏ ତାଙ୍କର ପ୍ରତ୍ୟେକ କାର୍ଯ୍ୟର ଯୋଜନା କରେ ସେ ସଫଳ ହୁଏ। ଏପରି ବ୍ୟକ୍ତିର ଅର୍ଥର ଅଭାବ ରହି ନ ଥାଏ। କାରଣ ଏହିପରି ଲୋକମାନେ ସମୟର ମହତ୍ୱ ଜାଣନ୍ତି। ଏଣୁ ଲକ୍ଷ୍ମୀ ଏହିପରି ଲୋକଙ୍କୁ ଆଶୀର୍ବାଦ ଦିଅନ୍ତି।

ମାନବ ସ୍ବାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରନ୍ତି:
ଚାଣକ୍ୟଙ୍କ ଅନୁଯାୟୀ, ଯିଏ ନିଜ କାର୍ଯ୍ୟରେ ମାନବ ସ୍ବାର୍ଥକୁ ଧ୍ୟାନରେ ରଖେ, ତାଙ୍କ ଉପରେ ସର୍ବଦା ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ। ଏପରି ଲୋକ ଜୀବନରେ କେବେବି ଧନର ଅଭାବ ରୁହେ ନାହିଁ। ଅନ୍ୟମାନଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଟଙ୍କା କେବେବି ବ୍ୟବହାର କରାଯିବା ଉଚିତ ନୁହେଁ, ଯେଉଁମାନେ ଲୋକଙ୍କର ଭଲ ପାଇଁ ନଚେତ ସେମାନଙ୍କୁ ସାହାଯ୍ୟ ପାଇଁ ଟଙ୍କା ବ୍ୟବହାର କରନ୍ତି, ତାଙ୍କ ପାଖରେ ଧନର ଅଭାବ ରୁହେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ଇରାନ ସହିତ ଚୁକ୍ତି ପୂର୍ବରୁ ଇସ୍ରାଏଲର ବଡ଼ ଆକ୍ରମଣ, ରାଗିଯାଇ ଟ୍ରମ୍ପ କହିଲେ ଏହା ଉଚିତ…

ଓ୍ବାଶିଂଟନ,୧୪।୬: ରବିବାର ଦିନ ଇସ୍ରାଏଲ ଲେବାନନର ରାଜଧାନୀ ବେରୁଟ ଉପରେ ଆକ୍ରମଣ କରିଛି । ଏହି ଆକ୍ରମଣ ଏପରି ସମୟରେ ଘଟିଛି ଯେତେବେଳେ ଆମେରିକା ଏବଂ ଇରାନ…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri