ବିବାହିତ ଥିଲେ କେବେ ବି ଭୁଲନ୍ତୁ ନାହିଁ ଚାଣକ୍ୟଙ୍କ ଏସବୁ କଥା: ଉଣା ହେବ ନାହିଁ…

ଜୀବନସାଥୀଙ୍କ ପ୍ରେମ ଓ ସମର୍ପଣ ପାଇଥିବା ବ୍ୟକ୍ତି ଦୁନିଆର ସବୁଠାରୁ ସୁଖୀ। ଘରେ ଖୁସିରେ ରହୁଥିବା ବ୍ୟକ୍ତିର ଜୀବନରେ କେବେ ବି ଦୁଃଖ ଏବଂ ଅଶାନ୍ତି ନ ଥାଏ। ଫଳରେ ସେ ଜୀବନରେ ସଫଳତା ପାଇଥାଏ। ହେଲେ ଦାମ୍ପତ୍ୟ ଜୀବନରେ କଳହ ଦେଖାଦେଲେ ବ୍ୟକ୍ତିର ଜୀବନରେ ଅଶାନ୍ତି ସୃଷ୍ଟି ହୋଇଥାଏ। ଏଣୁ ସେ ଏଣୁ ସୁଖୀ ଦାମ୍ପତ୍ୟ ପାଇଁ ଜୀବନରେ ମଧୁରତା ଏବଂ ପ୍ରେମର ଆବଶ୍ୟକତା ରହିଛି। ନିଜ ନିଜର କର୍ତ୍ତବ୍ୟକୁ ବୁଝିବା ସହ ଏହି କଥାକୁ ଭୁଲିବା ଉଚିତ ନୁହେଁ ବୋଲି ଚାଣକ୍ୟଙ୍କ କହିଛନ୍ତି।
-ଜୀବନସାଥୀଙ୍କୁ ସର୍ବଦା ସମ୍ମାନ କରନ୍ତୁ
ଜୀବନସାଥୀ ଯେମିତି ହୋଇଥାଆନ୍ତୁ ନା କାହିଁକି ତାଙ୍କୁ କେବେ ନିଜଠାରୁ କମ୍‌ ମନେ କରନ୍ତୁ ନାହିଁ। କାରଣ ଦୁନିଆରେ କେହି ବି ପୂର୍ଣ୍ଣ ନୁହନ୍ତି। ସମସ୍ତଙ୍କ ପାଖରେ କିଛି ନା କିଛି ଗୁଣ କମ୍‌ ରହିଥାଏ। ଏଣୁ ଏହାକୁ କେବେହେଲେ ମୁଦ୍ଦା କରି କଳହ କରିବା ଉଚିତ ନୁହେଁ। ବଦଳରେ ଆପଣ ଭୁଲକୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଏହାଦ୍ୱାରା ଜୀବନସାଥୀଙ୍କ ସମର୍ପଣ ଏବଂ ପ୍ରେମ ପ୍ରାପ୍ତ ହେବ।
-ଜୀବନସାଥୀଙ୍କ ଦୁର୍ବଳତାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ:
ଚାଣକ୍ୟଙ୍କ ଅନୁଯାୟୀ ଜୀବନସାଥୀଙ୍କ ଦୁର୍ବଳତା ଅନ୍ୟମାନଙ୍କୁ ପ୍ରକାଶ କରିବା ଉଚିତ ନୁହେଁ ବରଂ ଏହି ସେହି ଦୁର୍ବଳତାକୁ ଦୂର କରିବା ଲାଗି ଉଦ୍ୟମ କରିବା ଉଚିତ। ଯେଉଁମାନେ ଏହା କରିପାରନ୍ତି ନାହିଁ, ତାଙ୍କ ଦାମ୍ପତ୍ୟ ଜୀବନ ଦୁଃଖରେ ପରିପୂର୍ଣ୍ଣ ହୋଇଥାଏ। ଏଣୁ ପରସ୍ପରର ଶକ୍ତି ପାଲଟିବା ଉଚିତ।

-କଥାବାର୍ତ୍ତା/ ଯୋଗାଯୋଗ କମ୍‌ କରନ୍ତୁ ନାହିଁ
ଚାଣକ୍ୟଙ୍କ ଅନୁଯାୟୀ, ସମସ୍ୟା ଯେତେବଡ଼ ହେଉନା କାହିଁକି, ପରସ୍ପର ସହ କଥାବାର୍ତ୍ତା ଦ୍ୱାରା ସମାଧାନ ହୋଇପାରିବ। ଏଣୁ ଯୋଗାଯୋଗର ଅଭାବ ଥିଲେ ସମ୍ପର୍କରେ ଫାଟ ସୃଷ୍ଟି ହୁଏ। ଏଣୁ ପରସ୍ପରସହ କଥାବାର୍ତ୍ତା ବନ୍ଦ କରିବା ଉଚିତ ନୁହେଁ। ପ୍ରତ୍ୟେକ ବିଷୟରେ ଖୋଲାଖୋଲି କଥା ହୁଅନ୍ତୁ। ଏହାଦ୍ୱାରା ସମ୍ପର୍କ ପୂର୍ବବତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri