ଆପଣଙ୍କ ଭିତରେ ଅଛି କି ଏହି ୪ ଗୁଣ: ହେବେନାହିଁ କେବେ ପ୍ରେମ ଏବଂ ବୈବାହିକ ସମ୍ପର୍କରେ ବିଫଳ

ପ୍ରେମ ଏବଂ ବୈବାହିକ ସମ୍ପର୍କ ମଣିଷ ପାଇଁ ପବିତ୍ର ବୋଲି ବିବେଚନା କରାଯାଏ। ଏହି ଦୁଇଟି ସମ୍ପର୍କରେ ବିଫଳ ନ ହେବା ପାଇଁ ମଣିଷଟିଏ ସବୁବେଳେ ଚାହେଁ। ଆଚାର୍ଯ୍ୟ ଚାଣକ୍ୟ ମଧ୍ୟ ତାଙ୍କ ନୀତିରେ ପ୍ରେମୀଯୁଗଳ କିପରି ହେବା ଉଚିତ ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ସମ୍ପର୍କରେ ମଧୁରତା ଆଣିବା ଏବଂ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ସଫଳ ରଖିବା ପାଇଁ ପ୍ରେମିକ କିମ୍ବା ସ୍ବାମୀଙ୍କ ପାଖରେ ଚାରୋଟି ଗୁଣ ରହିବା ଆବଶ୍ୟକ। ଆସନ୍ତୁ ଜାଣିବା ସେହି ୪ ଟି ଗୁଣ ବିଷୟରେ …

-ଯେଉଁ ବ୍ୟକ୍ତି ମହିଳା (ମା, ଭଉଣୀ, ଝିଅଏବଂ ସ୍ତ୍ରୀ)ଙ୍କୁ ସମ୍ମାନ ଦୃଷ୍ଟିରେ ଦେଖନ୍ତି ଏବଂ ସେମାନଙ୍କର ଗୁରୁତ୍ୱକୁ ବୁଝନ୍ତି, ସେମାନେ ସମ୍ପର୍କରେ କେବେ ବିଫଳ ହୋଇପାରିବେ ନାହିଁ। ପ୍ରେମିକାଟିଏ/ସ୍ତ୍ରୀ ପ୍ରେମିକ/ସ୍ବାମୀଙ୍କର ଏହି ଗୁଣ ଦେଖି ଖୁସି ହୁଅନ୍ତି। ଯଦି ଅନ୍ୟ ମହିଳାଙ୍କୁ ଜଣେ ଏଭଳି ସମ୍ମାନ ଦେଉଛି, ତେବେ ତାଙ୍କୁ କେତେ ସମ୍ମାନ ଦେଉଥିବ ତାହା ସେମାନେ ଭାବନ୍ତି।

– ଚାଣକ୍ୟ ଏହି ଅଭ୍ୟାସକୁ ପ୍ରେମିକର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଛନ୍ତି। ତାଙ୍କ କହିବାନୁସାରେ, ଯଦି ଜଣେ ବ୍ୟକ୍ତି ନିଜ ପ୍ରେମିକା କିମ୍ବା ପତ୍ନୀ ବ୍ୟତୀତ ଅନ୍ୟ କୌଣସି ବାହାର ମହିଳାଙ୍କ ପ୍ରତି ଆକର୍ଷିତ ହୁଏ ନାହିଁ ଏବଂ ତାଙ୍କୁ ଖରାପ ଆଖିରେ ଦେଖେ ନାହିଁ, ତେବେ ସେ ସାରା ଜୀବନ ନିଜ ପ୍ରେମକୁ ବଞ୍ଚାଇବାରେ ସଫଳ ହୋଇଥାଏ। ଏଭଳି ପ୍ରେମିକ ଲୋକଦେଖାଣିଆ ହୋଇ ନଥାଏ। ଏହି ଗୁଣ ସମ୍ପର୍କକୁ ଆହୁରି ମଜଭୂତ କରିଥାଏ।

– ଚାଣକ୍ୟ କହିଛନ୍ତି, ଯେଉଁ ବ୍ୟକ୍ତିଙ୍କ ଉପରେ ପ୍ରେମିକା କିମ୍ବା ସ୍ତ୍ରୀ ବିଶ୍ୱାସ କରନ୍ତି, ସେ କୌଣସି ପରିସ୍ଥିତିରେ ତାଙ୍କୁ ସୁରକ୍ଷା ଦେବାକୁ ପ୍ରସ୍ତୁତ ଥାନ୍ତି। ବିଶ୍ୱାସ ସମ୍ପର୍କର ମୂଳଦୁଆ। ଏଣୁ ସେହି ସଂପର୍କରେ କୌଣସି ଅସୁବିଧା ଉପୁଜି ନ ଥାଏ। ପ୍ରତ୍ୟେକ ପତ୍ନୀ ନିଜ ସ୍ବାମୀଙ୍କଠାରେ ପିତାଙ୍କ ଗୁଣ ଦେଖିଥାନ୍ତି।ଏପରିସ୍ଥିତିରେ, ଯଦି ପତ୍ନୀ ସେହି ସୁରକ୍ଷା ଭାବନା ପାଆନ୍ତି, ତେବେ ସେ ସର୍ବଦା ଆପଣଙ୍କ ସହିତ ଖୁସିରେ ରୁହନ୍ତି।

-ଚାଣକ୍ୟଙ୍କ ଅନୁଯାୟୀ, ପ୍ରେମ ସଂପର୍କରେ ଗର୍ଲଫ୍ରେଣ୍ଡ କିମ୍ବା ପତ୍ନୀଙ୍କ ସନ୍ତୁଷ୍ଟତା ଗୁରୁତ୍ୱପୂର୍ଣ୍ଣ। ଯେଉଁ ବ୍ୟକ୍ତି ନିଜ ସାଥୀଙ୍କୁ ମାନସିକ ଆନନ୍ଦ ସହିତ ଶାରୀରିକ ଆନନ୍ଦ ପ୍ରଦାନ କରେ, ସେ ସେମାନଙ୍କ ସମ୍ପର୍କରେ ସୁଖ ବଜାୟ ରଖିବାରେ ସଫଳ ହୁଏ। ତେବେ ପ୍ରେମୀଟିଏ ପ୍ରେମିକାଙ୍କ ସହ କୋମଳ ସ୍ପର୍ଶ ରଖିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri