ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବାକୁ କାହିଁକି କହିଛନ୍ତି ଚାଣକ୍ୟ ଜାଣନ୍ତୁ…

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜୀବନକୁ ସଫଳ କରିବା ପାଇଁ ଅନେକ କିଛି ବର୍ଣ୍ଣନା କରିଛନ୍ତି। ସେ ଏକ ଶ୍ଳୋକ ମାଧ୍ୟମରେ ଅପମାନର ପ୍ରତିଶୋଧ ନେବା ଓ ଶତ୍ରୁକୁ ପରାସ୍ତ କରିବା ବିଷୟରେ କହିଛନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ସେ କହିଛନ୍ତି, ଜଣେ ବ୍ୟକ୍ତି ନିଜ ଶତ୍ରୁ ବିଷୟରେ ସମ୍ପୂର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅତ୍ୟନ୍ତ ଜରୁରୀ । ଶତ୍ରୁ ଦୁର୍ବଳ କି ବଳଶାଳୀ ନ ଜାଣିଲେ ତାଙ୍କ ବିରୋଧରେ କୌଣସି ନୀତି ପ୍ରସ୍ତୁତ କରାଯାଇପାରିବ ନାହିଁ ।

ଯଦି ଶତ୍ରୁ ଅଧିକ ଶକ୍ତିଶାଳୀ, ତେବେ ତାଙ୍କୁ ପରାସ୍ତ କରିବାକୁ ହେଲେ ତାଙ୍କୁ ଅଡ଼ୁଆରେ ପକାଇବା ପାଇଁ ଅନୁକୂଳ ଆଚରଣ ଦେଖାଇବା ଉଚିତ୍‌। ଯଦି ଶତ୍ରୁର ପ୍ରକୃତି ମନ୍ଦ, ସେ ପ୍ରତାରଣା କରିବାକୁ ଚାହେଁ, ତେବେ ତାଙ୍କୁ ପରାସ୍ତ କରିବାକୁ, ତାଙ୍କ ବିରୋଧରେ ଯିବା ଉଚିତ୍‌ ।

ଆହୁରି ମଧ୍ୟ ସେ କହିଛନ୍ତି, ଯଦି ଶତ୍ରୁ ତୁମ ସମକକ୍ଷ, ତେବେ ତାଙ୍କୁ ନମ୍ର କିମ୍ବା ବଳପୂର୍ବକ ପରାସ୍ତ କରାଯିବା ଉଚିତ୍‌। ଅସ୍ତ୍ରଶସ୍ତ୍ରରେ ଆକ୍ରମଣ କରିବା ପୂର୍ବରୁ ସେମାନଙ୍କୁ ଜାଲରେ ପକାଇବା ଉଚିତ, ଯାହାଫଳରେ ସେମାନେ ଚାହିଁଲେ ମଧ୍ୟ ବାହାରକୁ ଯାଇ ପାରିବେ ନାହିଁ।

ଅପମାନକୁ ନେଇ ଚାଣକ୍ୟ କହିଛନ୍ତି, ଯଦି ଜଣେ ଅପମାନିତ ହୁଏ, ତେବେ ଚୁପ ରହିବା ଆବଶ୍ୟକ। ଅପମାନ ଦେଇଥିବା ବ୍ୟକ୍ତିଙ୍କୁ ଦେଖି ହସିଦେବା ଉଚିତ୍‌। ନିରବତା ହେଉଛି ସବୁଠାରୁ ବଡ ଅସ୍ତ୍ର। ନୀରବଥିଲେ, ସାମ୍ନାରେ ଥିବା ବ୍ୟକ୍ତି ଆପଣଙ୍କ ଅବସ୍ଥା ବିଷୟରେ ଜାଣିବାକୁ ଅସମର୍ଥ ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇବା ବେଳେ ଏପରି ଭୁଲ କରୁଛନ୍ତି କି? ଜାଣିରଖନ୍ତୁ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ସମୟରେ ମଧ୍ୟ କିଛିଟା ନିୟମ ମାନିବା ନିହାତି ଆବଶ୍ୟକ। କାରଣ ଏହାକୁ ନ ମାନିଲେ ମନ ଭାରାକ୍ରାନ୍ତ ରହିବା ସହ ଭଲ...

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ଗତ ସମସ୍ୟା

ଏଡ଼ୱାର୍ଡ଼ସ ସିଣ୍ଡ୍ରୋମ ଏକ ଜିନ୍‌ ଗତ ସମସ୍ୟା। କ୍ରୋମୋଜୋମ ୧୮ର ତୃତୀୟ କପିର ଆଂଶିକ ବା ସମ୍ପୂର୍ଣ୍ଣ ଉପସ୍ଥିତି ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥାଏ।...

ମାନସିକ ରୋଗ ଓ ଜିନ୍‌

ମାନସିକ ରୋଗ ସହ ଜିନ୍‌ର ସମ୍ପର୍କ ରହିଛି ବୋଲି ଏକ ସଦ୍ୟତମ ଗବେଷଣାରୁ ଜଣାପଡ଼ିଛି। ବିଶେଷଭାବରେ ଡାଇବେଟିସ ରୋଗୀଙ୍କ କ୍ଷେତ୍ରରେ ଏହା ପରିଲକ୍ଷିତ ହୋଇଥାଏ ବୋଲି...

ଉଜ୍ଜ୍ୱଳ ତ୍ୱଚା ଲାଗି ପାଣିରେ ମିଶାଇ ପିଅନ୍ତୁ ଏସବୁ ଜିନିଷ

ବର୍ତ୍ତମାନ ଜୀବନଶୈଳୀ ଓ ଖାଦ୍ୟପେୟ ଅନେକ ସମସ୍ୟା ସୃଷ୍ଟି କରୁଛି। ସେଥିମଧ୍ୟରୁ ମୁହଁରେ ଦାଗ ଅନ୍ୟତମ। ଅନେକ ସମୟରେ ଖାଦ୍ୟପେୟଜନିତ ଅବହେଳା ଲାଗି ବ୍ରଣ ଉଠି...

ନମକପାରା

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ଏକ ଚାମଚ ଗୁଆ ଘିଅ, ଏକ କପ୍‌ ଉଷୁମ ପାଣି, ଏକ ଛୋଟ ଚାମଚ ଲେଖାଏ ଜୁଆଣି, ଗରମ...

ହୃଦ୍‌ରୋଗରୁ ଉପଶମ ଦେବ ଯୋଗ

ପ୍ରତିଦିନ ଯୋଗ, ପ୍ରାଣାୟମ କଲେ ତାହାର ସୁଫଳ କେତେ ମିଳେ ତାହା ଅନୁଭବୀ ହିଁ ଜାଣେ। ଏହାର ଉପକାରୀ ତାଲିକାରେ ଆଉ ଏକ କଥାକୁ ସାମିଲ...

ଭୁଲରେ କରନ୍ତୁ ନାହିଁ ଏସବୁ କାମ, ହୋଇପାରେ ଧନହାନି

ସୁଖଶାନ୍ତିରେ ରହିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଓ ସ୍ନେହଶ୍ରଦ୍ଧା ରହୁ ବୋଲି ସମସ୍ତେ ଚାହିଁଥାନ୍ତି। ଘରକୁ କିପରି ଧନର ଆଗମନ ହେବ,...

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’...

Advertisement
Archives

Model This Week