ବାପାଙ୍କୁ ମାରି ମାଟି ତଳେ ପୋତିଥିଲେ ପୁଅ, ନିଖୋଜ ଥିଲେ ମା’ ଚମ୍ପାବତୀ, ୬ ଦିନ ପରେ ଘରକୁ ଫେରିଲେ

ଖଇରା,୨୪ା୬(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଗରସଙ୍ଗ ଗ୍ରାମରୁ ୬ଦିନ ତଳୁ ନିଖୋଜ ଥିବା ଚମ୍ପାବତୀ ବେହେରା(୭୦) ହଠାତ୍‌ ସୋମବାର ସକାଳେ ଘରକୁ ଫେରିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ଏକ ଅଟୋ ଚମ୍ପାଙ୍କୁ ସଙ୍ଗରେ ଗରସଙ୍ଗ ଆଣି ଘର ନିକଟରେ ଛାଡ଼ି କେହି କିଛି ପଚାରିବା ପୂର୍ବରୁ ଦ୍ରୁତି ଗତିରେ ପଳାଇଥିଲା। ତା’ ପରଠାରୁ ଯିଏ ଯାହା ପଚାରିଲେ ବି ସେ କିଛି କହୁ ନାହାନ୍ତି। ଜାମଝାଡ଼ି ନିକଟରେ ଜଣେ ଡେଙ୍ଗାଲୋକ ତାଙ୍କୁ ଆଣି ଅଟୋରେ ଆଣି ବସାଇବା କଥା କିଛି ଗ୍ରାମବାସୀଙ୍କ ଆଗରେ ଚମ୍ପା ପ୍ରଥମେ କହିଥିବା ଜଣାଯାଇଛି। ଥାନାକୁ ନିଆଯାଇ ପଚରାଉଚରା କରାଯିବ ବୋଲି ସିମୁଳିଆ ପୋଲିସ କହିଛି। ୧୭ ତାରିଖଠାରୁ ଉକ୍ତ ଗରସଙ୍ଗ ଗ୍ରାମର ପ୍ରଭାକର ବେହେରାଙ୍କ ସ୍ତ୍ରୀ ଚମ୍ପାବତୀ ଓ ପୁଅ ରମେଶ ନିଖୋଜ ହୋଇଯାଇଥିଲେ। ପୁଅ ରମେଶ ଜମି ଲୋଭରେ ମା-ବାପାଙ୍କୁ ମାରି ମାଟି ତଳେ ପୋତି ଫେରାର ହୋଇ ଯାଇଥିବା କୁହାଯାଉଥିଲା। ଶନିବାର ପ୍ରଭାକରଙ୍କ ମୃତଦେହ ଘର ସଂଲଗ୍ନ ସାରୁଖାଲରୁ ମିଳିଥିଲେ ହେଁ ଚମ୍ପାଙ୍କର ସନ୍ଧାନ ମିଳି ନ ଥିଲା। ସିମୁଳିଆ ପୋଲିସ ଆଗରେ ଚମ୍ପା ସବୁ ସ୍ବିକାର କରିବା ସହ ପୁଅ  ବାପାଙ୍କୁ କବାଟ କିଳା ବାଡିରେ ପିଟି ମାରିଥିବା କଥାକହିଛନ୍ତି। ରମେଶ ଗିରଫ ହେବା ପରେ ହତ୍ୟା ନାଟକର ପର୍ଦ୍ଦାଫାଶ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲି ନୂଆଁଖାଇବେ କଳାହାଣ୍ଡି ଗଡ଼ଜାତବାସୀ, ଉତ୍ସବ ମୁଖର ପୁରପଲ୍ଲୀ

ଭବାନୀପାଟଣା,୨୦।୯ (ଉତ୍ତମ କୁମାର ଦାଶ): ନୂଆଁଖାଇ କଳାହାଣ୍ଡି ଜିଲାର ଏକ ମୁଖ୍ୟ ପରମ୍ପରା। ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲାରେ ପଞ୍ଚମୀ ତିଥିରେ ନୂଆଁଖାଇ ପାଳନ ହେଉଥିବା ବେଳେ…

ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ବଦଳିବେ ଟିମ୍ ଇଣ୍ଡିଆର କ୍ୟାପ୍ଟେନ, ଶୁଭମନ୍ ଗିଲ୍‌ଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୨୦ା୯: ଭାରତୀୟ କ୍ରିକେଟ୍ ଦଳ ବର୍ତ୍ତମାନ ଏସୀୟ କ୍ରୀଡ଼ା ପାଇଁ ଯାତ୍ରା କରୁଥିବା ବେଳେ, ଏହି ସମୟ ମଧ୍ୟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଏକ ଦିନିକିଆ (ODI) ସିରିଜ୍…

ଉଲ୍ଲାସ ପକ୍ଷରୁ ନିଆରା ପ୍ରୟାସ, ୧୮ ରୁ୬୦ ବର୍ଷର ଲୋକଙ୍କୁ ସାକ୍ଷାରତା କରିବ…

କେସିଙ୍ଗା,୨୦ା୯(ତୁମେଶ୍ୱର ସାହୁ): ସମଗ୍ର ରାଜ୍ୟରେ ୧୮ ରୁ ୬୦ବର୍ଷର ଲୋକଙ୍କୁ ସାକ୍ଷରତା କରିବା ପାଇଁ ଉଲ୍ଲାସ ପକ୍ଷରୁ ରବିବାର ପରୀକ୍ଷା ଅନୁଷ୍ଠିତ ହୋଇଛି । ଏହି ପରିପ୍ରେକ୍ଷୀରେ…

ଭଡ଼ାଘରେ ଚାଲିଥିଲା ଅନ୍‌ଲାଇନ୍‌ ବେଟିଂ କାରବାର, ଚଢ଼ାଉ କରି ୩ ଜଣଙ୍କୁ…

ଛତ୍ରପୁର,୨୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ସାଇବର ପୋଲିସ ଏକ ଅନଲାଇନ୍‌ ବେଟିଂ ଆପ୍‌ ଠକେଇ ନେଟ୍‌ଓ୍ବର୍କର ପର୍ଦ୍ଦାଫାଶ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…

୮୫ ବର୍ଷରେ MA ପାସ୍‌ କଲେ ଲାଲ ଚାନ୍ଦ; ଏବେ PhD ପାଇଁ ପ୍ରସ୍ତୁତି, କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୨୦ା୯: କୁହାଯାଏ, ପାଠପଢ଼ା ପାଇଁ ବୟସ କେବେ ବି ବାଧା ହୋଇପାରେ ନାହିଁ। ମନରେ ଦୃଢ଼ ଇଚ୍ଛା ଥିଲେ ଯେକୌଣସି ବୟସରେ ଲକ୍ଷ୍ୟ ହାସଲ କରିହୁଏ ।…

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋର୍‌ଦାର: ଦାରିଙ୍ଗବାଡ଼ିରେ ଭୂମି ପୂଜନ ସହ ଶୁଭଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦୁର୍ଗାମଣ୍ଡପଠାରେ ରବିବାର ଚଳିତ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ଅବସରରେ ଭୂମି ପୂଜନ, ନାଗ ପୂଜନ, ବରୁଣ…

ଚାରି ଦିଗରୁ ବର୍ଷିବ ଟଙ୍କା! ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ୬ଟି ରାଶି ଉପରେ ହେବ ଧନବର୍ଷା, ଖୋଲିବ ନୂଆ ସୁଯୋଗର…

୨୦ ସେପ୍ଟେମ୍ବର ୨୦୨୬ ସକାଳ ୮ଟା ୫୩ ମିନିଟ୍‌ରେ ଦେବଗୁରୁ ବୃହସ୍ପତି(ଗୁରୁ) କର୍କଟ ରାଶିରେ ଥାଇ ଅଶ୍ଳେଷା ନକ୍ଷତ୍ରର ତୃତୀୟ ପଦକୁ ଗୋଚର କରିଛନ୍ତି। ସେ ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?