ସବୁଜ ବଳୟ ହେବ ଚକ୍ରତୀର୍ଥ ବେଳାଭୂମି

ପୁରୀ ଅଫିସ,୨୫।୮: ଚକ୍ରତୀର୍ଥ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ପରିଣତ କରାଯିବ ନାହିଁ। ପ୍ରସ୍ତାବିତ ସ୍ଥାନରେ ଏକ ସବୁଜ ବଳୟ ତିଆରି କରାଯିବ। ବିନା ମୂଲ୍ୟରେ ସମସ୍ତେ ଏହା ମଧ୍ୟକୁ ପ୍ରବେଶ କରିପାରିବେ। ପାର୍କିଂ, ସୁରକ୍ଷା, ସ୍ବଚ୍ଛତା ଓ ରକ୍ଷଣାବେକ୍ଷଣ ପାଇଁ ପିପିପି ମୋଡ୍‌କୁ ଅଗ୍ରାଧିକାର ଦିଆଯିବ। ପର୍ଯ୍ୟଟକଙ୍କ ସୁବିଧା ପାଇଁ ଶୌଚାଳୟ, ରାସ୍ତା, ରେସ୍ତୋରାଁ, ଛତା ଓ ଚୌକି ଆଦି ବ୍ୟବସ୍ଥା କରାଯିବ। ଗତ ସୋମବାର ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବେଳାଭୂମି ପରିଚାଳନା କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳରେ ବ୍ଲୁ ଫ୍ଲାଗ୍‌ ବିଚ୍‌ କରିବା ନେଇ ନିଷ୍ପତ୍ତି ନେଇଥିଲେ। ଫଳରେ ହଜାର ହଜାର କ୍ଷୁଦ୍ର ବ୍ୟବସାୟୀ ପ୍ରଭାବିତ ହେବା ନେଇ ଆଶଙ୍କା କରାଯାଉଥିଲା। ଶ୍ରୀଜଗନ୍ନାଥ ସେନା ସମ୍ପୃକ୍ତ ଉଠା ଦୋକାନୀମାନଙ୍କୁ ଏକତ୍ରିତ କରି ଜିଲା ପ୍ରଶାସନର ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ଅହୋରାତ୍ର ଆନ୍ଦୋଳନ ମଧ୍ୟ କରିଥିଲା। ସଂପ୍ରତି ବ୍ଲୁ ଫ୍ଲାଗ୍‌ ନ ହେବା ନେଇ ନିଷ୍ପତ୍ତି ଆସିବା ପରେ କ୍ଷୁଦ୍ର ବ୍ୟବସାୟୀମାନେ ଖୁସି ହୋଇଛନ୍ତି। ଶ୍ରୀଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, ଜିଲା ପ୍ରଶାସନଠାରୁ ବ୍ଲୁ ଫ୍ଲାଗ୍‌ ନ ହେବା ନେଇ ଲିଖିତ ପ୍ରତିଶ୍ରୁତି ମିଳିଛି। ତେବେ ଚକ୍ରତୀର୍ଥ ବିଚ୍‌ର ବିକାଶକୁ ଆମେ ବିରୋଧ କରୁନାହୁଁ। ସେହିଭଳି ବିକାଶ କାର୍ଯ୍ୟ ପାଇଁ କୌଣସି ଘରୋଇ ସଂସ୍ଥାକୁ ଟେଣ୍ଡର ଦିଆଯିବ ନାହିଁ। ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ସ୍ଥାୟୀ ଭାବେ ଥଇଥାନ କରାଯିବ। ଜିଲାପାଳଙ୍କ ଏଭଳି ନିଷ୍ପତ୍ତି ସଭିଙ୍କ ସ୍ବାର୍ଥରେ ହୋଇଥିବା ହେତୁ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସାଧୁବାଦ ଜଣାଯାଉଛି।

ଉଲ୍ଲେଖଯୋଗ୍ୟ, ଚକ୍ରତୀର୍ଥ ବେଳାଭୂମି ନିକଟରେ ଜିଲାପାଳ ସମର୍ଥ ବର୍ମା, ପୌରସଂସ୍ଥା ଅଧିକାରୀ ସରୋଜ ସ୍ବାଇଁ ଓ ସମସ୍ତ ଆନ୍ଦୋଳନକାରୀ ତଳେ ବସି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବ୍ୟବସାୟୀ ସଂଘର କର୍ମକର୍ତ୍ତା ଓ ଅଧିକାରୀମାନେ ମଧ୍ୟ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଚକ୍ରତୀର୍ଥ ବିଚ୍‌ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇ ବ୍ଲୁ ଫ୍ଲାଗ୍‌ ବିଚ୍‌କୁ ବନ୍ଦ କରିଥିବା ହେତୁ ବେଳାଭୂମି ସୁରକ୍ଷା ସମିତି ପକ୍ଷରୁ ବେଳାଭୂମିରେ ପୋଷ୍ଟର ମାରି ଜିଲାପାଳଙ୍କୁ ଧନ୍ୟବାଦ ଦିଆଯାଇଛି। ଜିଲାପାଳ ବର୍ମା ଏହି ଅବସରରେ କହିଛନ୍ତି, ବ୍ୟବସାୟୀମାନେ ରୋଜଗାର ହରାଇବେ ନାହିଁ। ବେଳାଭୂମି ବିକାଶ ପାଇଁ ୬ କୋଟି ଟଙ୍କା ଖର୍ଚ୍ଚ କରାଯିବ। କୌଣସି ଉଠାଦୋକନୀ ବିସ୍ଥାପିତ ହେବେନାହିଁ। ତେବେ ଚକ୍ରତୀର୍ଥ ରୋଡ୍‌ସ୍ଥିତ ସମ୍ପୃକ୍ତ ବେଳାଭୂମିକୁ ଜବରଦଖଲ ମୁକ୍ତ କରିବା ପାଇଁ ପଦକ୍ଷେପ ଶୀଘ୍ର ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ଉଦ୍‌ଯାପିତ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ); ବରଗଡ଼ ଜିଲାସ୍ତରୀୟ ସ୍ମାର୍ଟ ଓଡ଼ିଶା ହାକାଥନ ୩.୦ କାର୍ଯ୍ୟକ୍ରମ ସୋମବାର ବରଗଡ଼ ବିଜ୍ଞାନ କେନ୍ଦ୍ର ଟୁକୁର୍ଲାରେ ଉଦ୍‌ଯାପିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ସରୋଜ…

ଶିକ୍ଷାନୁଷ୍ଠାନ ନିକଟରୁ ମଦ ଦୋକାନ ବନ୍ଦ ନିର୍ଦ୍ଦେଶ

ବରଗଡ଼,୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଷଷ୍ଠ ଜିଲା ପରିଷଦର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ…

ଚାଷକାର୍ଯ୍ୟ ଆରମ୍ଭରୁ ସାର କଳାବଜାର: ଚାଷୀ ହଟହଟା

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସରୁ ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଛି। ଜମିରେ ଧାନ ବିହୁଡ଼ା, ପହ୍ଲାରୁଆ କାର୍ଯ୍ୟ ଏବେ ଜୋରସୋର୍‌ରେ ଚାଲିଛି। ଅନ୍ୟପଟେ ଚାଷ ଆରମ୍ଭରୁ…

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

ମାଲକାନଗିରିରେ ପରୀକ୍ଷାମୂଳକ ବିମାନ ଉଡ଼ାଣ ସଫଳ

ମାଲକାନଗିର,୨୩।୭ (ଦୁର୍ଯ୍ୟୋଧନ ପାତ୍ର/ ଗୌରୀଶଙ୍କର ପଣ୍ଡା): ମାଲକାନଗିରି ଜିଲାବାସୀଙ୍କ ଦୀର୍ଘ ଦିନର ସ୍ବପ୍ନ ସାକାର ହେବାକୁ ଯାଉଛି। ଜିଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ବେସାମରିକ ବିମାନ…

ଜମିବାଡ଼ି ବିବାଦକୁ ନେଇ ଗୋଟିଏ ପରିବାର ଉପରେ ସଂଘବଦ୍ଧ ଆକ୍ରମଣ, ମେଡିକାଲରେ ଦମ୍ପତି

ହାଟଡିହୀ/ଛେନାପଦୀ,୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ମିଠିଗାଁ ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଗୋଟିଏ ପରିବାର ଉପରେ ସଂଘବଦ୍ଧ…

ଭଦ୍ରକରୁ ଆସି କେନ୍ଦୁଝରରେ ଚୋରି, ଆଗରପଡ଼ାରୁ ଧରାପଡ଼ିଲେ…

ହାଟଡିହୀ/ଛେନାପଦୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ପୋଲିସ ଆଗରପଡ଼ା ଥାନା ଅଞ୍ଚଳରୁ ମୋଟରସାଇକେଲ୍ ଚୋରି ଅଭିଯୋଗରେ ଜଣକୁ ଗିରଫ କରିଛି। ଆଗରପଡ଼ା…

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri