Posted inଖେଳ

ଛାଡ଼ପତ୍ର ହେଉ ହେଉ ଧନଶ୍ରୀଙ୍କୁ ଉପହାସ କଲେ ଚହଲ

ମୁମ୍ବାଇ,୨୦।୩: ଛାଡପତ୍ର ପରେ କ୍ରିକେଟର ୟୁଜଭେନ୍ଦ୍ର ଚହଲ ଏବଂ ଧନଶ୍ରୀ ବର୍ମା ଏବେ ଅଲଗା ହୋଇଯାଇଛନ୍ତି। ଆଜି ଦୁହେଁ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ୟୁଜଭେନ୍ଦ୍ର ଏବଂ ଧନଶ୍ରୀ ମାସ୍କ ପିନ୍ଧି ମୁହଁ ଲୁଚାଉଥିବାର ଦେଖାଯାଇଥିଲା। ଉଭୟଙ୍କ ଫଟୋ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏବେ ଏହି ଫଟୋଗୁଡ଼ିକରେ, ୟୁଜଭେନ୍ଦ୍ରଙ୍କ ଟି-ସାର୍ଟରେ ଏପରି କିଛି ଲେଖା ହୋଇଥିବାର ଦେଖାଗଲା। ଯାହା ସେମାନଙ୍କ ଛାଡପତ୍ର ଅପେକ୍ଷା ଅଧିକ ଶିରୋନାମା ମଣ୍ଡନ କରୁଛି।
ଘଟଣାହେଲା, ୟୁଜଭେନ୍ଦ୍ର ଚହଲ ଗୁରୁବାର ସକାଳେ ଛାଡପତ୍ର ପାଇଁ ମୁମ୍ବାଇ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। ଏହି ସମୟରେ ତାଙ୍କୁ ବହୁତ ସିମ୍ପଲ ଲୁକରେ ଦେଖିବାକୁ ମିଳିଥିଲା। କ୍ରିକେଟର ୟୁଜଭେନ୍ଦ୍ର ଚହଲ କଳା ଟି-ସାର୍ଟ ପିନ୍ଧି କୋର୍ଟରେ ପହଞ୍ଚିଥିଲେ। ତାଙ୍କ ଟି-ସାର୍ଟରେ ଲେଖାଯାଇଥିଲା – ”be your own sugar daddy.’ ଏହାର ଅର୍ଥ ହେଉଛି – ଅନ୍ୟ କାହା ଉପରେ ନିର୍ଭର ନକରି ନିଜ ପାଇଁ ଆର୍ଥିକ ଭାବରେ ସ୍ବାଧୀନ ହୁଅ ଏବଂ ନିଜର ଆବଶ୍ୟକତା ନିଜେ ପୂରଣ କର।
ୟୁଜଭେନ୍ଦ୍ରଙ୍କ ଟି-ସାର୍ଟରେ ଲେଖାଯାଇଥିବା ଏହି ଶବ୍ଦଗୁଡ଼ିକୁ ଦେଖି ସମସ୍ତେ ଏବେ ଅନୁମାନ କରୁଛନ୍ତି ଯେ ଏହା ମାଧ୍ୟମରେ ସେ ଧନଶ୍ରୀଙ୍କୁ କଟାକ୍ଷ କରିଛନ୍ତି। କାରଣ ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁଯାୟୀ, ଧନଶ୍ରୀ ଛାଡପତ୍ର ପାଇଁ ଚହଲଙ୍କଠାରୁ ୪.୭୫ କୋଟି ଟଙ୍କା ଭରଣପୋଷଣ ନେଇଛନ୍ତି। ଯେଉଁଥିରୁ କ୍ରିକେଟର ଜଣକ ଧନଶ୍ରୀଙ୍କୁ ୨.୩୭ କୋଟି ଟଙ୍କା ଦେଇସାରିଛନ୍ତି।
ସୂଚନାଯୋଗ୍ୟ, ଏହି ଦମ୍ପତିଙ୍କର ୨୦୨୦ ମସିହାରେ ପ୍ରେମ ବିବାହ ହୋଇଥିଲା। ଉଭୟଙ୍କ ବିବାହ ବହୁତ ଧୁମଧାମରେ ହୋଇଥିଲା। ଯେଉଁଥିରେ ଅନେକ ସେଲିବ୍ରିଟି ଏବଂ କ୍ରିକେଟର ଅଂଶଗ୍ରହଣ କରିଥିଲେ। ରିପୋର୍ଟ ଅନୁସାରେ, ଗତ ଗୋଟିଏ ବର୍ଷ ଧରି ସେମାନଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଯାହା ଯୋଗୁଁ ସେମାନେ ଗୋଟିଏ ବର୍ଷ ଧରି ଅଲଗା ରହୁଥିଲେ। ଏହା ଜଣାଶୁଣା ଯେ ଧନଶ୍ରୀ ବର୍ମା ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଏବଂ ୟୁଟ୍ୟୁବର। ଏବେ ସେ ଅଭିନୟ ଜଗତରେ ମଧ୍ୟ ପ୍ରବେଶ କରିଛନ୍ତି। ତାଙ୍କର ଗୋଟିଏ ଗୀତ ନିକଟରେ ମୁକ୍ତିଲାଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରତ୍ନଭଣ୍ଡାର ଗଣତି-ମଣତିକୁ ନେଇ ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ: ତାଲିକା ସାର୍ବଜନୀନ ହେବନି

ଭୁବନେଶ୍ୱର, ୧୦।୯: ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି-ମଣତି ଏବଂ ଅଳଙ୍କାର ତାଲିକାଭୁକ୍ତ ପ୍ରକ୍ରିୟାକୁ ନେଇ ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ରଖିଛନ୍ତି। ରତ୍ନଭଣ୍ଡାରରୁ…

ରାଜ୍ୟର ୨ ଉପମୁଖ୍ୟମନ୍ତ୍ରୀ ପଦବୀକୁ ଚ୍ୟାଲେଞ୍ଜ, ଜନସ୍ବାର୍ଥ ମାମଲା ଖାରଜ କଲେ… 

କଟକ,୧୦।୮(କାର୍ତ୍ତିକ ସାହୁ): ଓଡ଼ିଶା ସରକାରଙ୍କ ୨ ଉପମୁଖ୍ୟମନ୍ତ୍ରୀ ପଦବୀର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ରୁଜୁ ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ଗୁରୁବାର ଖାରଜ କରିଛନ୍ତି। ହାଇକୋର୍ଟ…

ଆଫଗାନିସ୍ତାନ-ଭାରତ ପ୍ରଥମ ମ୍ୟାଚ୍‌କୁ ନେଇ ହଟିଲା ଦ୍ୱନ୍ଦ୍ୱ

ନୂଆଦିଲ୍ଲୀ,୧୦ା୯: ରାଜଧାନୀରେ ବ୍ରିକ୍ସ ସମିଟ କାରଣରୁ ଆସନ୍ତା ୧୩ରେ ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ହେବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଦିନକ ପାଇଁ ସ୍ଥଗିତ ରଖାଯିବାର…

BDAର ୩୫ ବର୍ଷରୁ ଊର୍ଦ୍ଧ୍ୱ ଜମି ବିବାଦରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ୨୦୦ ହିତାଧିକାରୀଙ୍କୁ ଆଶ୍ୱସ୍ତି, ଦୂର ହେଲା…

ଭୁବନେଶ୍ୱର,୧୦।୯(ରବିନାରାୟଣ ଜେନା): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ଠାରୁ ଦୀର୍ଘ ୩୫ ବର୍ଷ ତଳେ ପ୍ଲଟେଡ୍‌ ସ୍କିମରେ ନେଇଥିବା ୨୦୦ରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ଏବେ ଆଶ୍ୱସ୍ତି ମିଳିଛି। ରାଜସ୍ବ ପର୍ଷଦ…

ଅକ୍ଟୋବର ୨ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌କୁ ପୁଣି ଉଡ଼ିବ ବିମାନ, ସପ୍ତାହକୁ ଦୁଇଥର…

ଭୁବନେଶ୍ୱର,୧୦ା୯(ବନ୍ଦନା ସେଠୀ) – ଭୁବନେଶ୍ୱରରୁ ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍କକ୍‌କୁ ସିଧାସଳଖ ବିମାନ ସେବା ପୁଣି ଆରମ୍ଭ ହେବ। ଅକ୍ଟୋବର ୨ରୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରୁ ବ୍ୟାଙ୍କକ୍‌…

ଘର ସାମ୍ନାରେ ଯୁବକଙ୍କୁ ଦଳି ଦେଲା ହାତୀ

ଜି.ଉଦୟଗିରି,୧୦ା୯(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଓ ଟିକାବାଲି ବ୍ଲକ୍‌ ସୀମାନ୍ତରେ ଜଣେ ଯୁବକଙ୍କୁ ଦନ୍ତାହାଦୀ ଦଳି ଦେଇଛି। ସେ ହେଲେ ପିକରଡ଼ି ପଞ୍ଚାୟତ କାମ୍ବାନାଯୁ…

ବଙ୍ଗୋପସାଗରରେ ଲଘୁଚାପ: ୧୦ ଜିଲାରେ ଝଡ଼ବର୍ଷା, ୟେଲୋ ଓ୍ବାର୍ନିଂ ଜାରି…

ଭୁବନେଶ୍ୱର, ୧୦ା୯(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଗୁରୁବାର ସକାଳ ୫ଟା ୩୦ରେ ଲଘୁଚାପର ରୂପ ନେଇଛି। ଏହା ଅପରାହ୍ନ ୨ଟା ୩୦ ସୁଦ୍ଧା ଉତ୍ତର…

ଆମେରିକୀୟ ବାୟୁସେନା ଘାଟିରେ କ୍ଷେପଣାସ୍ତ୍ର ମାଡ଼

ତେହେରାନ,୧୦।୯: ଜୋର୍ଡାନସ୍ଥିତ ଏକ ଆମେରିକୀୟ ବାୟୁସେନା ଘାଟି ଉପରେ ଇରାନର ସାମରିକ ଆକ୍ରମଣରେ ଆମେରିକାର ଏକାଧିକ ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଛି। ସିବିଏସ୍‌ ରିପୋର୍ଟ ଅନୁଯାୟୀ ଆକ୍ରମଣରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri