କେନ୍ଦ୍ର ସବ୍‌ସିଡି ବନ୍ଦ

ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସଅଳ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଚାଷୀମାନେ ଗୁରୁତ୍ୱ ଦେଉଛନ୍ତି। ମାତ୍ର କେନ୍ଦ୍ର ସରକାର ନୂତନ କିସମ ବିହନ ପାଇଁ ଯୋଗାଇ ଦେଉଥିବା ପ୍ରୋତ୍ସାହନ ରାଶି ବନ୍ଦ କରି ଦେଇଛନ୍ତି। ଫଳରେ ରାଜ୍ୟରେ ନୂତନ କିସମର ଧାନ ବିହନ ଉତ୍ପାଦନ ଓ ବ୍ୟବହାର ହ୍ରାସପାଇବା ଆଶଙ୍କା ଦେଖାଦେଇଛି। ଦୀର୍ଘ ବର୍ଷ ଧରି ପୁରୁଣା କିସମ ଧାନ ବିହନ ବଦଳରେ ଅଧିକ ଅମଳକ୍ଷମ ଓ ବିପର୍ଯ୍ୟୟକୁ ସହିପାରୁଥିବା ନୂତନ କିସମର ଧାନ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ୨୦୧୨-୧୩ରୁ ପ୍ରୋତ୍ସାହନ ରାଶି ଯୋଗାଇ ଆସୁଥିଲେ। ଏ ବାବଦରେ ରାଜ୍ୟକୁ ବାର୍ଷିକ ପ୍ରାୟ ୯ କୋଟି ଟଙ୍କା ମିଳୁଥିଲା। ଏହି ରାଶିର ୭୫ ଭାଗ ବିହନ ଉତ୍ପାଦନ କରୁଥିବା ଚାଷୀ ଏବଂ ୨୫ ପ୍ରତିଶତ ଅର୍ଥ ବିହନ ଯୋଗାଣ ଦାୟିତ୍ୱରେ ଥିବା ଓଡ଼ିଶା ରାଜ୍ୟ ବିହନ ନିଗମକୁ ମିଳୁଥିଲା। ତେବେ ୨୦୨୨-୨୩ ଆର୍ଥିକ ବର୍ଷରୁ କେନ୍ଦ୍ର ସରକାର ଏହି ପ୍ରୋତ୍ସାହନ ରାଶି ବନ୍ଦକରି ଦେଇଛନ୍ତି। ଏଥିଯୋଗୁ ରାଜ୍ୟରେ ନୂତନ କିସମ ବିହନ ଉତ୍ପାଦନ କରୁଥିବା ପ୍ରାୟ ୧୦ ହଜାର ଚାଷୀ ଆଉ ନୂତନ କିସମର ଧାନ ବିହନ ଚାଷ କରିବା ପାଇଁ ଆଗ୍ରହ ଦେଖାଉନାହାନ୍ତି। କମ୍‌ ସମୟରେ ଅଧିକ ଅମଳ ଦେଉଥିବା ନୂତନ କିସମର ଧାନ ବିହନ ପ୍ରତି ରାଜ୍ୟରେ ଚାଷୀମାନଙ୍କ ଆଗ୍ରହ ବଢ଼ିବାରେ ଲାଗିଛି। ଚାଷୀମାନଙ୍କୁ ପ୍ରୋତ୍ସାହନ ରାଶି ମିଳିବା ପରେ ସେମାନେ ଅଧିକରୁ ଅଧିକ ନୂତନ ଧାନ ଉତ୍ପାଦନ କରୁଥିଲେ। ଫଳରେ ରାଜ୍ୟର ପ୍ରାୟ ୭୦ ପ୍ରତିଶତ ଚାଷୀଙ୍କ ନିକଟରେ ନୂତନ କିସମ ଧାନ ବିହନ ପହଞ୍ଚିପାରୁଛି। ଏଥିଯୋଗୁ ରାଜ୍ୟରେ ଧାନ ଉତ୍ପାଦନ ମଧ୍ୟ ବୃଦ୍ଧି ପାଇଛି।

ପୂର୍ବରୁ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଉତ୍ପାଦନ ହେଉଥିବା ଧାନ ବିହନର ପରିବହନ ଓ ପ୍ରକ୍ରିୟାକରଣ ବାବଦରେ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଅର୍ଥକୁ ବନ୍ଦ କରି ଦେଇଛନ୍ତି। ଏହାପରେ ନୂତନ କିସମର ଅଧିକ ଅମଳକ୍ଷମ ଧାନ ବିହନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ। ୧ ହେକ୍ଟର ଜମିରେ ୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଧାନ ବିହନ ଉତ୍ପାଦନ କରୁଥିବା ଚାଷୀଙ୍କୁ ପ୍ରାୟ ୩୯ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ମିଳୁଥିଲା। ଏଥିଯୋଗୁ ରାଜ୍ୟର ଚାଷୀମାନେ ଅଧିକ ନୂତନ କିସମର ଧାନ ବିହନ ଉତ୍ପାଦନ କରୁଥିବା ବେଳେ ଚାଷୀ ମଧ୍ୟ ନୂତନ ବିହନ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ। ଏହାଦ୍ୱାରା କେବଳ ରାଜ୍ୟରେ ନୂତନ କିସମର ଧାନ ବିହନର ବ୍ୟବହାର ବଢ଼ି ନ ଥିଲା ବରଂ ରାଜ୍ୟ ବିହନ ନିଗମର ଆର୍ଥିକ ସ୍ଥିତିରେ ସୁଧାର ଆସିଥିଲା। ରାଜ୍ୟ କୃଷି ବ୍ୟବସ୍ଥାରେ ବିହନ ନିଗମ ବିହନ ବ୍ୟବସାୟ ଅର୍ଥ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। କେନ୍ଦ୍ର ସରକାରଙ୍କ ପ୍ରୋତ୍ସାହନ ରାଶି ବନ୍ଦ ଫଳରେ ନିଗମ ଗୁରୁତର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବା ନେଇ ଆଶଙ୍କା ଦେଖାଦେଇଛି।

ରାଜ୍ୟରେ ପ୍ରତ୍ୟେକ ବର୍ଷ ବନ୍ୟା, ବାତ୍ୟା, ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି। ଏଥିଯୋଗୁ ଚାଷୀମାନେ ବହୁ କ୍ଷତିର ସମ୍ମୁଖୀନ ହେଉଛନ୍ତି। ବିପର୍ଯ୍ୟୟ ସହନଶୀଳ ଏବଂ ଶୀଘ୍ର ଅମଳକ୍ଷମ ବିହନ ଉପରେ ଚାଷୀମାନେ ନିର୍ଭର କରୁଛନ୍ତି। ଏପରି ସ୍ଥଳେ କେନ୍ଦ୍ର ସରକାର ଏ ବାବଦରେ ଦେଉଥିବା ପ୍ରୋତ୍ସାହନରାଶିକୁ ବନ୍ଦ କରିଦେବା କୃଷି ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହାଦ୍ୱାରା କେବଳ ନୂତନ କିସମର ବିହନ ଉତ୍ପାଦନ ବ୍ୟାହତ ହେବ ନାହିଁ, ରାଜ୍ୟର ଧାନ ଉତ୍ପାଦନ ଉପରେ ମଧ୍ୟ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ। କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା କଥା ହେଲା, ରାଜ୍ୟ ସରକାର ୧୦ ବର୍ଷ ଭିତରେ ବିହନ ଉତ୍ପାଦନ, ପ୍ରକ୍ରିୟାକରଣ, ସାମ୍ପଲିଂ, ପ୍ୟାକିଂ, ଟ୍ୟାଗିଂ ଓ ପରିବହନ ଇତ୍ୟାଦି ବାବଦରେ ଖର୍ଚ୍ଚ କରିବା ବେଳେ କେନ୍ଦ୍ର ସରକାର ନୂତନ କିସମର ବିହନକୁ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଥିଲେ। ଏହାକୁ ବନ୍ଦ କରିବା ଫଳରେ ରାଜ୍ୟ ବିହନ ନିଗମ ଉପରେ ଅଧିକ ଚାପ ପଡ଼ିବା ସହ ନୂତନ ବିହନ ଉତ୍ପାଦନ କ୍ଷେତ୍ରରେ ବାଧା ସୃଷ୍ଟି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?