ତହସିଲ କାର୍ଯ୍ୟାଳୟରେ ସଠିକ୍‌ ସମୟରେ ମିଳୁନି ପ୍ରମାଣପତ୍ର, ଲୋକେ ହଟହଟା

ଦାରିଙ୍ଗବାଡ଼ି,୧୧ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ କାର୍ଯ୍ୟାଳୟରେ ଉପଭୋକ୍ତା ନାନା ହଇରାଣ ହରକତ ହେଉଛନ୍ତି। ଲୋକଙ୍କ ସେବାରେ ଥିବା ଅଧିକାରୀମାନେ ସାଧାରଣ ଲୋକଙ୍କ କାର୍ଯ୍ୟକୁ ସଠିକ ସମୟସୀମା ମଧ୍ୟରେ କରି ଦେଉ ନ ଥିବା ଅଭିଯୋଗ ହେଉଛି। ଏବେ ବିଦ୍ୟାର୍ଥୀଙ୍କ ବିଭିନ୍ନ ବିଦ୍ୟାଳୟ ସମେତ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ବିଭାଗରେ ନାମ ଲେଖା ଚାଲିଛି। ଏଥିପାଇଁ ଆବଶ୍ୟକ ଇନ୍‌କମ୍‌ ସାର୍ଟିଫିକେଟ୍‌ ସମେତ ସ୍ଥାୟୀ ବାସିନ୍ଦା ଓ ଜାତିଗତ ପ୍ରମାଣପତ୍ର ପାଇଁ ଅନ୍‌ଲାଇନ୍‌ ଆବେଦନ କରାଯାଉଛି ହେଲେ ଆବେଦନକାରୀଙ୍କ ଡକ୍ୟୁମେଣ୍ଟ ବିଭିନ୍ନ ସ୍ତର ଦେଇ ଅଧିକାରୀଙ୍କ ଅନୁମୋଦନ ପାଇଁ ଯାଇଥାଏ ବିଶେଷ କରି ରାଜସ୍ବ ନିରୀକ୍ଷକ, ଡ୍ରିଲିଂ ଆସିଷ୍ଟାଣ୍ଟ ଦେଇ ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ଅନୁମୋଦନ ପରେ ସାର୍ଟିଫିକେଟ୍‌ ପ୍ରଦାନ ହୁଏ କିନ୍ତୁ ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ନିକଟରେ ଏବେ ଶହ ଶହ ସାର୍ଟିଫିକେଟ୍‌ ଆବେଦନକାରୀଙ୍କ ଆବେଦନ ଫର୍ମ ଅଟକି ରହିଥିବା ଅଭିଯୋଗ ହେଉଛି।

ଉକ୍ତ ତହସିଲ କାର୍ଯ୍ୟାଳୟର ଶ୍ରାନିକେତା ପଞ୍ଚାୟତର ସଂଗୀତା ସାହୁ ଜୁନ୍‌ରୁ ଇନ୍‌କମ୍‌ ସାର୍ଟିଫିକେଟ୍‌ ଆବେଦନ କରିଥିଲେ ହେଲେ ତାଙ୍କୁ ଆଜି ସୁଦ୍ଧା ମିଳି ନ ଥିବା ସେ ଅଭିଯୋଗ କରିଛନ୍ତି। ଏବେ ମଧ୍ୟ ତାଙ୍କ ଆବେଦନ ଅଣ୍ଡର ପ୍ରୋସେସରେ ଅଟକି ରହିଥିବା ସେ ଅନ୍‌ଲାଇନ୍‌ରୁ ଦେଖି ଜାଣିଥିବା କହିଛନ୍ତି। ବହୁ ଉପଭୋକ୍ତା ବିଦ୍ୟାର୍ଥୀ ହୋଇଥିବା ବେଳେ ଅନେକ ଲୋକ ଚାକିରି ପାଇଁ ଆବେଦନ କରିବାକୁ ପ୍ରମାଣପତ୍ର ଆବଶ୍ୟକତା ରହିଥିବା ବେଳେ ହଇରାଣ ଭୋଗୁଥିବା କହିଛନ୍ତି। ଏନେଇ ଦାରିଙ୍ଗବାଡ଼ି ତହସିଲଦାର ଧୀରୋଜ ପାତ୍ରଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଛନ୍ତି, ଅତିରିକ୍ତ ତହସିଲଦାରଙ୍କ ବଦଳି ହୋଇଯାଇଛି। ଶୁକ୍ରବାର ଜି. ଉଦୟଗିରି ତହସିଲ କାର୍ଯ୍ୟାଳୟର ଅତିତିକ୍ତ ତହସିଲଦାର ଫାଲ୍ଗୁନୀ କୁମାର ଅତିରିକ୍ତ ଦାୟିତ୍ୱ ନେବେ ଓ ସେ ସମସ୍ତ ସାର୍ଟିଫିକେଟ୍‌କୁ ଇସ୍ୟୁ କରିଦେବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀରେ ଭାସିଯିବାବେଳେ ସାହାରା ହେଲା ଗଛଡାଳ: ପୋଲ ଉପରୁ ଖସିପଡ଼ି ଅଧ କି.ମି. ଭାସିଗଲେ ବୃଦ୍ଧ

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ବ୍ଲକ୍‌ ତେଲକନାଡି ଗ୍ରାମର ସୁବାସ ଭତ୍ରା (୫୫) ଭାସ୍କେଲ ନଦୀ ପୋଲ ଉପରେ ଠିଆ ହୋଇଥିବାବେବେଳେ ଗୋଡ଼ ଖସିଯିବାରୁ ତଳକୁ ପଡ଼ିଯାଇଥିଲେ।…

ଛାତ୍ରାବାସରେ ପଶିଲା ପାଣି

ଝରିଗାଁ,୨୫।୯(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ସ୍ଥିତ ସରକାରୀ ଭୂତପୂର୍ବ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡ୍ରେନେଜ ସୁବିଧା ନ ଥିବା ଯୋଗୁ ଛାତ୍ରାବାସରେ ବର୍ଷାପାଣି ପ୍ରବେଶ କରିଥିଲା। ପ୍ରଧାନଶିକ୍ଷକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ପାଣି ସୁଅରେ ଭାସିଗଲା କାର, ଦୁଇ ଘଣ୍ଟା ଫସିଲେ ୨ ଜଣ

ଉଦଳା, ୨୫/୯(ସନ୍ତୋଷ ବାଛିନୀ): ଅଚାନକ ରାସ୍ତାରେ ପାଣି ପ୍ରବାହିତ ହେବାରୁ ପାଣି ସୁଅରେ ଏକ କାର ଭାସିଯାଇଥିବାବେଳେ ଏଥିରେ ଥିବା ଦୁଇ ଜଣ ପ୍ରାୟ ଦୁଇ ଘଣ୍ଟା…

ମୋରମ ରାସ୍ତାରେ ଦବୁଛି ଗାଡ଼ି: ରାଇକିଆ-ସିମନବାଡ଼ି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ

ରାଇକିଆ, ୨୫।୯ (ପ୍ରଦୀପ ବେହେରା): ତିନି ଦିନ ଧରି ଲଗାଣ ବର୍ଷା ଯୋଗୁ କନ୍ଧମାଳ ଜିଲା ରାଇକିଆ ବ୍ଲକ ସୁଗଡ଼ବାଡ଼ି ପଞ୍ଚାୟତ ଅନ୍ତର୍ଗତ ମୁରୁଡ଼ିକୁପୁଡ଼ା ନିକଟରେ ରାଇକିଆ-ଦାରିଙ୍ଗବାଡ଼ିକୁ…

ଦଶହରା-ବାଲିଯାତ୍ରା ପୂର୍ବରୁ ମାଣିକେଶ୍ୱରୀ ପୀଠରେ ସୁରକ୍ଷା ଚିନ୍ତା: ଅଚଳ ସିସିଟିଭି, ଭଙ୍ଗା ପ୍ରାଚୀର ଓ ଲାଇଟ୍‌

ଥୁଆମୂଳରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ଅତି ପୁରାତନ ତଥା ରାଜାରାଜୁଡ଼ା ଅମଳର ପ୍ରସିଦ୍ଧ ପୀଠର…

ଲଗାଣ ବର୍ଷାରେ ବେହାଲ ଥୁଆମୂଳ ରାମପୁର: ଧସିଲା ପାହାଡ଼, ଗଛ ପଡ଼ି ରାସ୍ତା ଅବରୋଧ

ଥୁଆମୂଳ ରାମପୁର, ୨୫।୯ (ଦୁର୍ଗା କୀର୍ତ୍ତି): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ‘ରେଡ୍‌ ୱାର୍ଣ୍ଣିଂ’ ଜାରି ହୋଇଥିବା ବେଳେ ଥୁଆମୂଳ ରାମପୁର ବ୍ଲକ୍‌ରେ…

କବାଡ଼ିରେ ଭାରତର ଦବଦବା: ପୁରୁଷ, ମହିଳା ଦଳ ଫାଇନାଲରେ

ନାଗୋୟା, ୨୫ା୯:ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଏସିଆନ ଗେମ୍ସ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ପ୍ରବେଶ କରିଛନ୍ତି। ଉଭୟ ଦଳ ସେମାନଙ୍କ ସ୍ବର୍ଣ୍ଣ ପଦକ ବଜାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?