Posted inଜାତୀୟ

୧୦%ରୁ ଊର୍ଦ୍ଧ୍ୱ ସଂକ୍ରମଣ ଥିବା ଜିଲାରେ କଡ଼ାକଡ଼ି ହେବ କଟକଣା

ନୂଆଦିଲ୍ଲୀ, ୩୧।୭: ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ଥିବା ଜିଲାଗୁଡ଼ିକରେ କୋଭିଡ୍‌ କଟକଣା କଡ଼ାକଡ଼ି କରିବାକୁ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ସେହି ଜିଲାଗୁଡ଼ିକରେ ଜନ ସମାଗମ କମାଇବା ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି। ଓଡ଼ିଶା ସମେତ ୧୦ ରାଜ୍ୟର ୪୬ଟି ଜିଲାରେ ସଂକ୍ରମଣ ୧୦ ପ୍ରତିଶତରୁ ଅଧିକ ରହିଛି। ଅନ୍ୟ ରାଜ୍ୟଗୁଡ଼ିକ ହେଲେ କେରଳ, ମହାରାଷ୍ଟ୍ର, କର୍ନାଟକ, ତାମିଲନାଡୁ, ଆସାମ, ମିଜୋରାମ, ମେଘାଳୟ, ଆନ୍ଧ୍ରପ୍ରଦେଶ ଓ ମଣିପୁର। ଅନ୍ୟ ୫୩ ଜିଲାରେ ପଜିଟିଭିଟି ହାର ୫ରୁ ୧୦ ପ୍ରତିଶତ ମଧ୍ୟରେ ରହିଛି। ସେହି ଜିଲାଗୁଡ଼ିକରେ କୋଭିଡ୍‌ ପରୀକ୍ଷା ବଢ଼ାଇବା ଲାଗି ସମ୍ପୃକ୍ତ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି। ଉପରୋକ୍ତ ଜିଲାଗୁଡ଼ିକରେ କଟକଣା କୋହଳ ହେଲେ ସ୍ଥିତି ଆହୁରି ଖରାପ ହେବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିହାର ଭଳି ପଶ୍ଚିମବଙ୍ଗରେ ମହିଳା ସାଜିବେ ଟ୍ରମ୍ପ୍‌ କାର୍ଡ: ଶାହାଙ୍କ ଯୋଜନା

କୋଲକାତା,୨୦।୨: ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଭାଜପା ରାଜ୍ୟରେ ଶାସକ ତୃଣମୂଳ କଂଗ୍ରେସର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାରଙ୍କୁ ହଟାଇବା ପାଇଁ ଜୋର୍‌ ସୋର୍‌ ଉଦ୍ୟମ...

ବିନା ଲାଉଡ ସ୍ପିକରରେ ହେବ ସକାଳର ଅଜାନ: ମୁସଲମାନ ଧର୍ମଗୁରୁଙ୍କ ନିଷ୍ପତ୍ତି

ମୁମ୍ବାଇ,୫ ।୫: ଗୋଟିଏ ପଟେ ସାରା ଦେଶରେ ଲାଉଡ ସ୍ପିକର ବିବାଦକୁ ନେଇ ଯେତେବେଳେ ବିବାଦ ଲାଗି ରହିଛି, ଅନ୍ୟପଟେ ମହାରାଷ୍ଟ୍ରର ମୁସଲମାନ ଧର୍ମଗୁରୁମାନେ ଏକ...

କରୋନା ସଙ୍କଟରେ ଦେଶକୁ ଫେରିଛନ୍ତି ୧୪ ଲକ୍ଷରୁ ଅଧିକ ଭାରତୀୟ

ନୂଆଦିଲ୍ଲୀ, ୧୭।୯: ଦେଶରେ କରୋନା ମହାମାରୀ ସଙ୍କଟ ଜାରି ରହିଥିବା ସମୟରେ ୧୪ ଲକ୍ଷରୁ ଅଧିକ ଭାରତୀୟ ସ୍ବଦେଶ ଫେରିଛନ୍ତି। ଗୁରୁବାର ବହିର୍ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.ମୂରଲୀଧରନ...

ହିନ୍ଦୁ-ମୁସଲମାନ୍‌ ନୁହେଁ ବିକାଶକୁ ଦୃଷ୍ଟିରେ ରଖି ଭୋଟର ଦେଇଛନ୍ତି ଭୋଟ: ଅଖିଳେଶ

ନୂଆଦିଲ୍ଲୀ,୯।୨: ଦିଲ୍ଲୀ ବିଧାନସଭାର ୭୦ ଆସନ ଲାଗି ମତଦାନ ଶେଷ ହୋଇଛି। ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ପୁଣି କ୍ଷମତା...

ତୃତୀୟ ଲହରର ୬୦ ପ୍ରତିଶତ ମୃତକ ନେଇ ନ ଥିଲେ ଟିକା, ସର୍ଭେ ରିପୋର୍ଟ…

ନୂଆଦିଲ୍ଲୀ, ୨୨।୧ : ଦେଶରେ କରୋନା ମହାମାରୀର ତୃତୀୟ ଲହରରେ ୬୦ ପ୍ରତିଶତ ମୃତକ ସମ୍ପୂର୍ଣ୍ଣ ଟିକା ନେଇ ନ ଥିବା ଜଣାପଡ଼ିଛି। ଘରୋଇ ହସ୍ପିଟାଲ...

ଜଲିଗଲା ସ୍କୁଲ ବସ୍‌

ଜଳନ୍ଧର,୪।୫: ପଞ୍ଜାବର ବଟାଲାରେ ଏକ ଅଭାବନୀୟ ଘଟଣା ଘଟିଛି। କିଲା ଲାଲ ସିଂରେ ପିଲାମାନଙ୍କୁ ନେଇ ଯାଉଥିବା ଏକ ସ୍କୁଲ ବସ୍‌ ଜଳିଯାଇଛି। ଫଳରେ ୩...

ଆକ୍ସନ ମୁଡରେ ଯୋଗୀ ସରକାର: ଅରୈଆ ଜିଲାପାଳ ନିଲମ୍ବିତ

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବେ ଆକ୍ସନ ମୁଡରେ ଅଛନ୍ତି। ବର୍ତ୍ତମାନ ଦୁର୍ନୀତିଖୋର ଅଫିସରଙ୍କ ବିରୋଧରେ ସେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି।...

ଗ୍ରାମାଞ୍ଚଳକୁ ସଂକ୍ରମଣ ମୁକ୍ତ ରଖିବା ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୨ା୫(ପି.ଟି.): କରୋନା ମହାମାରୀର ମୁକାବିଲା ଲାଗି ଆଗକୁ ସନ୍ତୁଳିତ ରଣନୀତି ପ୍ରସ୍ତୁତ କରିବା ସହ ଏହାକୁ କାର୍ଯ୍ୟକାରୀ କରିବାକୁ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Advertisement
Archives

Model This Week