ଅକ୍ସିଜେନ୍ କମ୍ ପାଇଁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହୋଇଛି କରୋନା ରୋଗୀଙ୍କ ମୃତ୍ୟୁ!

ନୂଆଦିଲ୍ଲୀ,୨୪ ।୭: ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଉଭୟ ଗୃହରେ କରୋନା ମହାମାରୀକୁ ନେଇ ପରିବେଶ ରହିଥିଲା ସରଗରମ । ବିରୋଧୀ କରୋନାର ଦ୍ୱିତୀୟ ଲହର ସମୟରେ ଅକ୍ସିଜେନ କମ୍ ଯୋଗୁ ରୋଗୀଙ୍କ ମୃତୁୃ ହୋଇଥିବା ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଥିଲେ । ଏହାକୁ ନେଇ କେନ୍ଦ୍ର ସରକାର କହିଥିଲେ ଏପର୍ଯ୍ୟନ୍ତ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳ ଅକ୍ସିଜେନ କମ୍ ଯୋଗୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇ ନାହାନ୍ତି । ସୂଚନାଯୋଗ୍ୟ, କେନ୍ଦ୍ର ଯେଉଁ ଦାବି କରିଥିଲା କି ତାମିଲନାଡୁରେ ଅକ୍ସିଜେନ କମ୍ ଯୋଗୁ ଜଣେ ବି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ ଠିକ୍ ଏହାର ଗୋଟିଏ ଦିନ ପରେ ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ବି କହିଥିଲେ କି ରାଜ୍ୟରେ ଅକ୍ସିଜେନ କମ୍ ଯୋଗୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ । ତାମିଲନାଡୁ ସ୍ୱାସ୍ଥ୍ୟମନ୍ତ୍ରୀ ଏମ୍‌.ସୁବ୍ରମଣ୍ରମ କହିଥିଲେ କି ଅକ୍ସିଜେନ କମ୍ ଯୋଗୁ ନୁହେଁ ବରଂ ଯାନ୍ତ୍ରୀକ ତ୍ରୁଟି ଯୋଗୁ ୧୯ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଅକ୍ସିଜେନ ବା ଅମ୍ଳଜାନ ପର୍ଯ୍ୟାପ୍ତ ପରିମାଣରେ ରହିଛି ହେଲେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ବା ଅକ୍ସିଜେନ୍ ପାଇପ ଅଭାବ ଯୋଗୁ ରୋଗୀଙ୍କ ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କେନ୍ଦ୍ର ସରକାର କହିଛନ୍ତି କରୋନା ମହାମାରୀ ସମୟରେ ୪,୦୨,୫୧୭ ଅକ୍ସିଜେନ୍ ସିଲିଣ୍ଡର ଯୋଗାଇ ଦିଆଯାଇଛି । ତେଣୁ କୌଣସି ରାଜ୍ୟ ବା କେନ୍ଦ୍ର ଶାସିତ ଅଞ୍ଚଳରେ ଅକ୍ସିଜେନର ଅଭାବ ପାଇଁ କୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

କମୁନି ମୃତ୍ୟୁସଂଖ୍ୟା: ଆଉ ୬୬ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧୬ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି। ଆଜି ପୁଣି ୬୬ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ...

ବିପଦ ଘନେଇଲା, ଚାଇନାରେ ୮୦ ପ୍ରତିଶତ କରୋନା ଆକ୍ରାନ୍ତ…

ବେଜିଂ,୨୨।୧ : ଚାଇନାରେ କରୋନା ମହାମାରୀ ଏକ ଭୟଙ୍କର ରୂପ ନେଇଛି। ଦେଶରେ ଜନସଂଖ୍ୟାର ଏକ ବଡ଼ ଅଂଶ ସଂକ୍ରମିତ ହୋଇଛନ୍ତି। ଏସମ୍ପର୍କରେ ଚାଇନାର ଜଣେ...

ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବଢ଼ିଲା…

ନୂଆଦିଲ୍ଲୀ,୧୮।୧୦ : ଶିବସେନା ଏମ୍‌ପି ସଞ୍ଜୟ ରାଉତଙ୍କ ନ୍ୟାୟିକ ହେପାଜତ ସମୟକୁ ଅକ୍ଟୋବର ୨୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପାତ୍ରା ଚାଲ ମାମଲାରେ ସଞ୍ଜୟଙ୍କୁ ଏନଫୋର୍ସମେଣ୍ଟ...

ଗାଈକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ମୋହନ ଭାଗବତ

ପୁଣେ, ୧୭।୫: ଆରଏସଏସ ମୁଖ୍ୟ ମୋହନ ଭାଗବତ ଏକ ନିଶ୍ଚିତ ସଡ଼କ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏକ ଗାଇକୁ ବଞ୍ଚାଇବାକୁ ଯାଇ ମୋହନ ଭାଗବତଙ୍କ ଗାଡି...

ଟ୍ରାଫିକରେ ଫଶିଲେ କ୍ରିୟୁ ମେମ୍ବର: ବିମାନ ସେବା ପ୍ରଭାବିତ

ନୂଆଦିଲ୍ଲୀ,୧୯।୧୨: ସାରା ଦେଶରେ ଗୁରୁବାର ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଜଧାନୀ ଦିଲ୍ଲୀରେ ସ୍ଥିତି ଅସମ୍ଭାଳ ହୋଇପଡିଛି। ଏଠାରେ ଅଧିକାଂଶ...

ଡିଫେନ୍ସ୍‌ ଏକ୍ସ୍‌ପୋରେ ଯୋଗ ଦେବନି ଚାଇନା: ଯାତ୍ରା କଲା ବାତିଲ

ଲକ୍ଷ୍ନୌ/ବେଜିଂ,୪।୨: ବୁଧବାର ଠାରୁ ଲକ୍ଷ୍ନୌରେ ଡିଫେନ୍ସ୍‌ ଏକ୍ସ୍‌ପୋ ଆରମ୍ଭ ହେଉଛି। ଏଥିରେ ଯୋଗଦେବା ପାଇଁ ଚାଇନା ସହମତି ପ୍ରକାଶ କରିଥିବାବେଳେ ଶେଷ ମୁହୂର୍ତ୍ତରେ ଏହାକଚ ବାତିଲ...

ବିହାର ନିର୍ବାଚନରେ କୌଣସି ପ୍ରସଙ୍ଗ ନ ରହିଲେ ମୁମ୍ବାଇରୁ ହେବ ପାର୍ସଲ: ସଞ୍ଜୟ ରାଉତ

ମୁମ୍ବାଇ, ୨୬।୯: ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବଲିଉଡ୍‌କୁ ଜାଣିଶୁଣି ଡ୍ରଗ୍ସ୍‌ ମାମଲାରେ ଛନ୍ଦି ଦିଆଯାଇଥିବା ଶିବସେନା...

ବନ୍ୟା ବୈଠକରେ ଶୋଇପଡ଼ିଲେ ମନ୍ତ୍ରୀ, କଂଗ୍ରେସ କଲା କଟାକ୍ଷ…

ବେଙ୍ଗାଲୁରୁ, ୬।୯ : ପ୍ରବଳ ବର୍ଷା ଯୋଗୁ କର୍ନାଟକରେ ଏକ ବଡ ସମସ୍ୟା ସୃଷ୍ଟି କରିଛି। ଏଥି ସହିତ ରାଜଧାନୀ ବେଙ୍ଗାଲୁରୁର ଅବସ୍ଥା ଅତ୍ୟନ୍ତ ଖରାପ...

Advertisement
Archives

Model This Week