୧୦ ଆକାଂକ୍ଷୀ ଜିଲା ଗସ୍ତ କରିବେ ୧୦ କେନ୍ଦ୍ରମନ୍ତ୍ରୀ

ଭୁବନେଶର,୧୨।୪(ବ୍ୟୁରୋ) : ରାଜ୍ୟର ଆକାଂକ୍ଷୀ ଜିଲା ଗୁଡିକର ସ୍ଥିତି ପରଖିବେ କେନ୍ଦ୍ର ସରକାର। ତେବେ ଆକାଂକ୍ଷୀ ଜିଲାରେ ଉନ୍ନୟନମୂଳକ କାମ ଓ କେନ୍ଦ୍ରୀୟ ଅନୁଦାନର କାର୍ଯ୍ୟକାରିତାକୁ କେନ୍ଦ୍ରମନ୍ତ୍ରୀ ସମୀକ୍ଷା କରିବେ ବୋଲି ଜଣାପଡିଛି। ଆସନ୍ତା ୨୦ ତାରିଖ ସୁଦ୍ଧା ଓଡ଼ିଶାର ୧୦ ଆକାଂକ୍ଷୀ ଜିଲା ଗସ୍ତ କରିବେ ୧୦ କେନ୍ଦ୍ର ମନ୍ତ୍ରୀ । ଗସ୍ତ ସମୟରେ ମନ୍ତ୍ରୀମାନେ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରି ଏହାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବେ।

ସୂଚନାନୁଯାୟୀ, କେନ୍ଦ୍ରମନ୍ତ୍ରୀ ସଞ୍ଜୟ ବାଲିଆନ ମଙ୍ଗଳବାର କୋରାପୁଟରେ ଗସ୍ତରେ ଥିବାବେଳେ ୧୩ ଓ ୧୪ ତାରିଖରେ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲା ଗସ୍ତ କରିବାର ସୂଚନା ରହିଛି । ପରେ ପରେ ଅଶିନୀ ବୈଷ୍ଣବ ମାଲକାନଗିରି ଜିଲା ଗସ୍ତ କରିବେ। ସେହିପରି ଅର୍ଜୁନ ମୁଣ୍ଡା କଳାହାଣ୍ଡି, ସାଧୀ ନିରଞ୍ଜନ ଜ୍ୟୋତି ବଲାଙ୍ଗୀର, ପ୍ରହଲ୍ଲାଦ ସିଂ ପଟେଲ ଗଜପତି, ଏସ.ପି ବଗେଲ ନୂଆପଡା, ଶୋଭାକରନ ନବରଙ୍ଗପୁର, ସୋନି ପ୍ରକାଶ ରାୟଗଡା, ସୁବାଷ ସରକାର କନ୍ଧମାଳ ଗସ୍ତ କରି ସମୀକ୍ଷା କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲୋପ ପଥେ ହାତୀ: ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ହାତୀଙ୍କ ଜୀବନ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ହାତୀ- ମଣିଷ ଲଢ଼େଇରେ ଏହି ବୃହତ୍‌ ପ୍ରାଣୀ ବଂଶ...

ରାଜ୍ୟରେ ବିଦ୍ୟୁତ୍‌ କାଟ୍‌ ନୁହେଁ, ଓଭରଲୋଡିଂ ପାଇଁ ପାଓ୍ବାର ଟ୍ରିପ୍‌ କରୁଛି: ଶକ୍ତିମନ୍ତ୍ରୀ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରେ ବିଦ୍ୟୁତ୍‌ କାଟ ହେଉନି। ଓଭରଲୋଡିଂ ପାଇଁ ପାୱାର ଲାଇନ ଟ୍ରିପ୍‌ କରିଯାଉଛି। ରାଜ୍ୟରେ ବିଦ୍ୟୁତ୍‌ ଯୋଗାଣର ଅଭାବ ନାହିଁ ବୋଲି ଶକ୍ତିମନ୍ତ୍ରୀ ପ୍ରତାପ...

ଅଶୋକ ପରିଜା ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ୱର, ୨୫।୬ (ବ୍ୟୁରୋ): ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା ରାଜ୍ୟ ସରକାରଙ୍କ ନୂଆ ଆଡ୍‌ଭୋକେଟ ଜେନେରାଲ (ଏଜି) ଭାବେ ନିଯୁକ୍ତି ପାଇଛନ୍ତି। ଫଳରେ...

ଓଏନ୍‌ଜିସି ସହାୟତାକୁ ଧର୍ମେନ୍ଦ୍ରଙ୍କ ପ୍ରଶଂସା

ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ‘ଫନୀ’ ପ୍ରଭାବରେ ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରର ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହାର ମରାମତି କାର୍ଯ୍ୟ ତଥା ପୁନରୁଦ୍ଧାର...

ସୋମବାର ଖୋଲିବ ବାବା ଆଖଣ୍ଡଳମଣି ମନ୍ଦିର

ଆରଡ଼ି,୧୯ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତା ୨୩ ତାରିଖ (ସୋମବାର) ଖୋଲିବାକୁ ଯାଉଛି । ଏ ସଂକ୍ରାନ୍ତରେ ଜିଲା ପ୍ରଶାସନ...

ଆହୁରି ୨୪ ଘଣ୍ଟା ପ୍ରବଳ ବର୍ଷା

ଭୁବନେଶ୍ବର,୧୮।୬: ରାଜ୍ୟର ୧୦ରୁ ଊର୍ଦ୍ଧ୍ୱ ଜିଲାରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ...

ଅସରାଏ ବର୍ଷାରେ ତାରପୁର ବାଇପାସ ରାସ୍ତା ବେହାଲ

ରଘୁନାଥପୁର,୨୪ା୬(ଡି.ଏନ୍‌.ଏ.): ଅସରାଏ ବର୍ଷାରେ ରଘୁନାଥପୁର ବ୍ଲକ ତାରପୁର ବାଇପାସ ରାସ୍ତାର ଅବସ୍ଥା ବେହାଲ ହୋଇଯାଉଛି। କିଛି ବ୍ୟବସାୟୀ ସରକାରୀ ଜମିକୁ ମାଡିବସି ଜଳ ନିଷ୍କାସନ ପଥକୁ...

କରୋନା ମୁକାବିଲା: ଗଞ୍ଜାମ ମଡେଲକୁ ପ୍ରଶଂସା କଲା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ

ଛତ୍ରପୁର,୮ା୧୦(ଡି.ଏନ.ଏ.)- କୋଭିଡ୍‌-୧୯ର ସଫଳ ମୁକାବିଲା ପାଇଁ ଗଞ୍ଜାମ ମଡେଲ୍‌ ବ୍ରିଟେନ୍‌ର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଶଂସିତ ହୋଇଛି ା ଏଥିସହ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ଏକ ଅଧ୍ୟୟନ...

Advertisement
Archives

Model This Week