Posted inଜାତୀୟ

ୟୁପିଏସ୍‌ସିରେ ହେବ ବଡ଼ ପରିବର୍ତ୍ତନ, ଆଉ ହେବନି ସିଧା ଭର୍ତ୍ତି

ନୂଆଦିଲ୍ଲୀ, ୨୦।୦୮: ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିଶନ୍‌ ବା ୟୁପିଏସ୍‌ସି ଅଧିନରେ ହେଉଥିବା ଲାଟେରାଲ୍‌ ଏଣ୍ଟ୍ରି ଭର୍ତ୍ତି ପ୍ରକ୍ରିୟା ସମାପ୍ତ ହେବାକୁ ଯାଉଛି । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁପିଏସ୍‌ସିକୁ ଚିଠି ଲେଖାଯାଇଛି । ଲାଟେରାଲ୍‌ ଏଣ୍ଟ୍ରିକୁ ନେଇ ଲଗାତାର ପ୍ରଶ୍ନ ଉଠିବା ପରେ ସରକାର ଏପରି ପଦକ୍ଷେପ ନେଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କ ପକ୍ଷରୁ ୟୁପିଏସସି ଅଧ୍ୟକ୍ଷଙ୍କୁ ଏହି ଚିଠି ଲେଖାଯାଇଛି। ଯେଉଁଥିରେ ସେ ୟୁପିଏ ସରକାର ସମୟରେ ଏଭଳି ନିଯୁକ୍ତି ଉପରେ ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ କୁହାଯାଇଛି ଯେ ଭେରପ୍ପା ମୋଇଲିଙ୍କ ଅଧ୍ୟକ୍ଷତାରେ ୨୦୦୫ ମସିହାରେ ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ଲାଟେରାଲ୍‌ ଏଣ୍ଟ୍ରି ପାଇଁ ସୁପାରିଶ କରିଥିଲେ।

ନିକଟରେ ଲାଟେରାଲ ଏଣ୍ଟ୍ରି ପାଇଁ ନିଯୁକ୍ତି ବିଜ୍ଞାପନ ୟୁପିଏସସି ପକ୍ଷରୁ ଜାରି କରାଯାଇଥିଲା । ଏଥିରେ ପ୍ରକ୍ରିୟା ଏବଂ ସଂରକ୍ଷଣ ସମ୍ପର୍କରେ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଥିଲେ। ଏହା ଉପରେ ନିରନ୍ତର ପ୍ରଶ୍ନ ଉଠିବା ପରେ ବର୍ତ୍ତମାନ କେନ୍ଦ୍ର ସରକାର ଏକ ଚିଠି ଲେଖି ଆୟୋଗ (ୟୁପିଏସସି) କୁ ପ୍ରତ୍ୟକ୍ଷ ନିଯୁକ୍ତିର ବିଜ୍ଞାପନ ବାତିଲ କରିବାକୁ କହିଛନ୍ତି।

ୟୁପିଏସସିରେ ଲାଟେରାଲ ଏଣ୍ଟ୍ରିକୁ ନେଇ ବିରୋଧୀମାନେ କ୍ରମାଗତ ଭାବରେ ସରକାରଙ୍କ ଉପରେ ପ୍ରଶ୍ନ ଉଠାଉଥିଲେ। ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଏବଂ ବହୁ ବିରୋଧୀ ଦଳର ନେତାମାନେ ୟୁପିଏସସିରେ ଏହି ପ୍ରକ୍ରିୟାରେ ନିଯୁକ୍ତିକୁ ବିରୋଧ କରିଥିଲେ ଏବଂ ଏଥିରେ ସଂରକ୍ଷଣକୁ ନେଇ ପ୍ରଶ୍ନ କରିଥିଲେ। ଏହା ପରେ ସରକାରଙ୍କ ସହ ଜଡିତ ଅନେକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ସ଼୍ବର ଉତ୍ତୋଳନ କରିବା ଆରମ୍ଭ କରିଥିଲେ । ପରେ ଲାଟେରାଲ ଏଣ୍ଟ୍ରି ପାଇଁ ବିଜ୍ଞାପନ ବାତିଲ କରିବାକୁ ସରକାର ବର୍ତ୍ତମାନ ୟୁପିଏସସିକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

ରହସ୍ୟଜନକ ପାରା ଥାନାରେ ଅଟକ: ବାଂଲାଦେଶରୁ ଆସିଥିବା ସନ୍ଦେହ

ବୈଶିଙ୍ଗା, ୧୫/୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ କଷିପଦା ଗ୍ରାମରୁ ମଙ୍ଗଳବାର ଦ୍ୱିପ୍ରହର ସମୟରେ ଏକ ରହସ୍ୟଜନକ ପାରା ଉଦ୍ଧାର କରାଯାଇଛି। ଗ୍ରାମର…

କଳାହାଣ୍ଡିରେ ଧୁମ୍‌ଧାମ୍‌ରେ ପାଳିତ ହେଲା ନୂଆଁଖାଇ, ଖିରି, ପିଠାରେ ମହକିଲା ଗାଁ ଦାଣ୍ଡ

ଭବାନୀପାଟଣା,୧୫ା୯(ଉତ୍ତମ କୁମାର ଦାଶ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ମଙ୍ଗଳବାର କଳାହାଣ୍ଡି ଜିଲାରେ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ଜିଲାର ସର୍ବପୁରାତନ ଜୁନାଗଡ଼ ସହରସ୍ଥିତ ଦଧିବାମନ ମନ୍ଦିରରେ ସକାଳ…

ମଦ ବିକ୍ରିକୁ ନେଇ ତାତିଲେ ମହିଳା, ପ୍ରଶାସନ ନିକଟରେ ଦାବି

ପାଟଣା, ୧୪/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ବଡ଼ପାଟଣା ପଞ୍ଚାୟତ ମଙ୍ଗଳପୁର, କୁଆପଶି, ଲେଖେନା ଓ ଡିଆନାଳି ଅଞ୍ଚଳରେ ବେଆଇନ ଭାବେ…

୧୯ ବର୍ଷ ହେଲା ବଜାୟ ରହିଛି ପରମ୍ପରା: ନୂଆଁଖାଇରେ ଶିରାବାହାଲ ଗ୍ରାମବାସୀ ଏକାଠି ଖାଇଲେ

ବଲାଙ୍ଗୀର ଅଫିସ, ୧୫।୯ (ସୁନିଲ କୁମାର ମହାନ୍ତି): ଯେଉଁ ମହାନ ଉଦ୍ଦେଶ୍ୟ ନେଇ ନୂଆଁଖାଇ ତିହାରର ପରିକଳ୍ପନା କରାଯାଇଥିଲା, ତାହାକୁ ସାକାର ରୂପ ଦେଉଛନ୍ତି ବଲାଙ୍ଗୀର ଜିଲା…

ବିଜ୍ଞାନକୁ ବାଦ୍‌ ଦେଇ ଦେଶର ପ୍ରଗତି ପରିକଳ୍ପନା ଅସମ୍ଭବ

ଦିଗପହଣ୍ଡି, ୧୫।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍‌ ସ୍କୁଲର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ହରିବନ୍ଧୁ ଦୋରା, କାଳୁଚରଣ…

ଗାଡ଼ି ଲାଇଟ୍‌ ଉପରେ ସରକାର ଆଣୁଛନ୍ତିି ବଡ଼ ନିୟମ, ଜାଣନ୍ତୁ କ’ଣ ହେବ ପରିବର୍ତ୍ତନ

ନୂଆଦିଲ୍‌ଲୀ,୧୫।୯: ରାତି ସମୟରେ ରାସ୍ତାରେ ଗାଡ଼ିଗୁଡ଼ିକର ହାଇ ବିମ (High Beam) ହେଡଲାଇଟ ଆଖି ଝଲସାଇ ଦେବା ସଡ଼କ ଦୁର୍ଘଟଣାର ଏକ ବଡ଼ କାରଣ ପାଲଟିଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?