Posted inଜାତୀୟ

ୟୁକ୍ରେନ୍‌ ଫେରନ୍ତା ମେଡ଼ିକାଲ ଛାତ୍ରୀଛାତ୍ରଙ୍କ ପାଇଁ ଏଫ୍‌ଏମ୍‌ଜିଇରେ ପରିବର୍ତ୍ତନ ଆଣିବେ କେନ୍ଦ୍ର ସରକାର, ଆଲୋଚନା ଜାରି…

ନୂଆଦିଲ୍ଲୀ,୫।୩ : ୟୁକ୍ରେନରୁ ସ୍ବଦେଶ ଫେରିଥିବା ଭାରତୀୟ ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କୁ ଭାରତର କଲେଜଗୁଡ଼ିକରେ ଅଧ୍ୟୟନ କରିବା ପାଇଁ କେନ୍ଦ୍ର ଜାତୀୟ ମେଡିକାଲ କମିଶନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆଲୋଚନା କରୁନ୍ତି। ଯାହା ଦ୍ୱାରା ସେମାନଙ୍କର ଅଧ୍ୟୟନ ଜାରି ରହି ପାରିବ। ବିଦେଶୀ ବିଶ୍ୱବିଦ୍ୟାଳୟରୁ ମେଡିକାଲ ପଢ଼ିଥିବା ମେଡିକାଲ ଛାତ୍ରୀଛାତ୍ରମାନଙ୍କୁ ବିଦେଶୀ ମେଡିକାଲ ଗ୍ରାଜୁଏଟ୍ସ ପରୀକ୍ଷା (ଏଫ୍‌ଏମ୍‌ଜିଇ) ଦେବାକୁ ପଡ଼ିଥାଏ।ଏହା ଅତ୍ୟନ୍ତ କଠିନ ପରୀକ୍ଷା ଏବଂ ଏହାକୁ ପାଶ କରିବା ସହଜ ନୁହେଁ ।ଏଥିପାଇଁ ଅନେକ ଛାତ୍ର କୋଚିଂ ମଧ୍ୟ ନିଅନ୍ତି, କାରଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ସେମାନେ ଭାରତରେ ଚିକିତ୍ସା ଅଭ୍ୟାସ କରିପାରିବେ ନାହିଁ। ଏପରିକି ସେମାନେ ଲାଇସେନ୍ସ ପାଇବେ ନାହିଁ।

ପରିସଂଖ୍ୟାନ ଏହା ମଧ୍ୟ ଦର୍ଶାଏ ଯେ ବିଦେଶରୁ ଆସୁଥିବା କେବଳ ୧୫ ପ୍ରତିଶତ ଛାତ୍ରୀଛାତ୍ର ଏଫଏମଜିଇ ପରୀକ୍ଷା କ୍ଲିୟର କରିବାକୁ ସକ୍ଷମ ହୋଇଥାନ୍ତି। ଅପରପକ୍ଷରେ ୮୫ ପ୍ରତିଶତ ଅସଫଳ ହୋଇଥାନ୍ତି। ଏହି ପରୀକ୍ଷାରେ ଛାତ୍ରୀଛାତ୍ରଙ୍କୁ ନ୍ୟୁନତମ ୫୦ ପ୍ରତିଶତ ନମ୍ବର ରଖିବାକୁ ପଡ଼ିଥାଏ। ପାଶ୍‌ କରିଥିବା ଛାତ୍ରୀଛାତ୍ରଙ୍କୁ ଭାରତୀୟ ମେଡ଼ିକାଲ ପରିଷଦ ପକ୍ଷରୁ ସ୍ଥାୟୀ ପଞ୍ଜିକରଣ ପ୍ରଦାନ କରାଯାଇଥାଏ।

ୟୁକ୍ରେନ୍‌ ଯୁଦ୍ଧ ସମସ୍ୟାକୁ ଦୃଷ୍ଟିରେ ରଖି ମାନବିକତା ଭିତ୍ତିରେ ଦେଶର ମେଡିକାଲ କଲେଜଗୁଡ଼ିକ ଏଫ୍‌ଏମ୍‌ଜିଇରେ କିଛି ପରିବର୍ତ୍ତନ ଆଣିବା ପାଇଁ ସରକାର ବିଚାର କରୁଛନ୍ତି। ସ୍ବଦେଶ ଫେରିଥିବା ଛାତ୍ରଛାତ୍ରୀମାନେ ସେମାନଙ୍କ ଅଧ୍ୟୟନ ଜାରି ରଖିବେ ସେଥିପାଇଁ ଯାହା ସମ୍ଭବ ତାହା କରାଯିବ। ସମସ୍ତଙ୍କୁ ସେମାନଙ୍କର ଅନିଶ୍ଚିତ ଭାଗ୍ୟ ଏବଂ ଭବିଷ୍ୟତରୁ ରକ୍ଷା କରିବା ପାଇଁ ଏହା କେବଳ ଏକ ମହତ୍‌ କାର୍ଯ୍ୟ ହେବ ନାହିଁ, ବରଂ ଏକ ବୃହତ ମାନବିକ ଉଦ୍ଦେଶ୍ୟ ପୂରଣ କରିହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଏହି ପରିପ୍ରେକ୍ଷୀରେ ନିଷ୍ପତ୍ତି ନେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଖୁବ ଶୀଘ୍ର ନୀତି ଆୟୋଗ ଏବଂ ଅନ୍ୟାନ୍ୟ ଚିକିତ୍ସା ଆୟୋଗଙ୍କ ସହିତ ପରାମର୍ଶ କରିବ। ଏହି ସମୟରେ ଇଣ୍ଡିଆନ ମେଡିକାଲ ଆସୋସିଏଶନ (ଆଇଏମଏ) ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖି ଡାକ୍ତରୀ ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିବା ସୂଚିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ପାଇଲଟ ସ୍ମିତ୍‌ ମଚ୍ଛର ଆକ୍ରମଣର ତଦନ୍ତ କରିବ ଏନ୍‌ଆଇଏ

ନୂଆଦିଲ୍ଲୀ, ୧୦ା୧୦ : ସେପ୍ଟେମ୍ବର ୩୦ରେ ଫ୍ଲାଇଦୁବାଇ ବିମାନର କକ୍‌ପିଟ ଭିତରେ ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛରଙ୍କୁ ହୋଇଥିବା ଆକ୍ରମଣର ତଦନ୍ତ ପାଇଁ ଜାତୀୟ ତଦନ୍ତକାରୀ…

ମୁମ୍ବାଇରେ ବଲିଉଡ ଅଭିନେତା ଇମ୍ରାନ ଖାନ୍‌ ଅଟକ

ମୁମ୍ବାଇ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ମୁମ୍ବାଇରେ ଆନ୍ଦୋଳନ ବେଳେ ଶନିବାର ବଲିଉଡ ଅଭିନେତା ଇମ୍ରାନ ଖାନ୍‌ଙ୍କୁ ପୋଲିସ ଅଟକ ରଖିଛି।…

ଭୁବନେଶ୍ୱର କୁମାରଙ୍କ ପ୍ରତ୍ୟାବର୍ତ୍ତନ ଉପରେ ମହମ୍ମଦ ସାମି ଦେଲେ ଏମିତି ବୟାନ ସମସସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ପାଇଁ ଭୁବନେଶ୍ୱର କୁମାର ଚାରି ବର୍ଷ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ, ମହମ୍ମଦ ସାମି…

CJP ବିକ୍ଷୋଭ ମଧ୍ୟରେ ୩ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଟକ, ଭାଜପା କହିଲା…

ନୂଆଦିଲ୍ଲୀ,୧୦।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ଏକ ବିକ୍ଷୋଭ ସମୟରେ ମମତା ବାନାର୍ଜୀ, ଅରବିନ୍ଦ କେଜରିୱାଲ ଏବଂ ପି. ବିଜୟନଙ୍କ ସମେତ ଅନେକ…

‘ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଞ୍ଚିବ ସରକାରୀ ସେବା’

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନର ୨୫ ବର୍ଷ ପୂର୍ତ୍ତି ଅବସରରେ ଗତ ସେପ୍ଟେମ୍ବର ୧୭ରୁ ଏକ ମାସ ବ୍ୟାପୀ ସେବା ସଂକଳ୍ପ ଅଭିଯାନ ଆରମ୍ଭ…

ନ୍ୟାଶନାଲ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଲେ ଛତ୍ରପୁର ଝିଅ ଶୁଭସ୍ମିତା

ଛତ୍ରପୁର,୧୦ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଦେବୀନଗର ସାହିର ଯୁବ ଚିତ୍ରଶିଳ୍ପୀ ତଥା ଲେଖିକା ଶୁଭସ୍ମିତା ପଣ୍ଡା ନିଜର ଅନନ୍ୟ କଳାପ୍ରତିଭା ପାଇଁ ନ୍ୟାଶନାଲ ବୁକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?