Posted inଜାତୀୟ

ୟୁକ୍ରେନ ବିରୁଦ୍ଧରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ କେନ୍ଦ୍ର ଚାପ ପ୍ରୟୋଗ କରିବା ଉଚିତ: ଆରଏସ୍‌ଏସ୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ରାଷ୍ଟ୍ରିୟ ସ୍ବୟଂସେବକ ସଂଘ(ଆରଏସ୍‌ଏସ୍‌) ପକ୍ଷରୁ ଏକ ବୟାନ ସାମ୍ନାକୁ ଆସିଛି। ୟୁକ୍ରେନରେ ସାମରିକ ଆକ୍ରମଣ ବନ୍ଦ କରିବାକୁ ରୁଷିଆ ଉପରେ ଚାପ ପ୍ରୟୋଗ କରିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛି ଆରଏସ୍‌ଏସ୍‌। ଏଥିସହ ପୁଟିନଙ୍କ ସହ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଲାଗି ପ୍ରବର୍ତ୍ତାଇବାକୁ ଆରଏସ୍‌ଏସ୍‌ ବିଶ୍ୱସ୍ତରୀୟ ନେତା, ରାଜନୈତିକ ଓ ସମାଜର ଅନ୍ୟ ଲୋକଙ୍କୁ ନିବେଦନ କରିଛି। ଏତଦ୍‌ ବ୍ୟତୀତ ୟୁକ୍ରେନ୍‌ରେ ପସିରହିଥିବା ଭାରତୀୟଙ୍କ ସହାୟତା ପାଇଁ ଆରଏସ୍‌ଏସ୍‌ର ସହଯୋଗୀ ସଂଗଠନ ହିନ୍ଦୁ ସ୍ବୟଂସେବକ ସଂଗଠନ (ଏଚ୍‌ଏସ୍‌ଏସ୍‌) ମଧ୍ୟ ଆଗକୁ ଆସିିଛି। ସୂଚନାଯୋଗ୍ୟ, ଶୁକ୍ରବାର ଆରଏସ୍‌ଏସ୍‌ର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ଇନ୍ଦ୍ରେଶ କୁମାର ୟୁକ୍ରେନ ବିରୋଧରେ ସାମରିକ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା ପାଇଁ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଉପରେ ଚାପ ପକାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ଏଥିସହ ସେ କହିଛନ୍ତି, ଯୁଦ୍ଧ ଦ୍ୱାରା କୌଣସି ସମସ୍ୟାର ସମାଧାନ ହୁଏ ନାହିଁ। ଏହା କେବଳ ମାନବିକତାକୁ କ୍ଷତି ପହଞ୍ଚାଇଥାଏ। ଭାରତ ଶାନ୍ତି ଚାହୁଁଛି। ତେବେ ଏଭଳି କୌଣସି ପରିସ୍ଥିତି ସୃଷ୍ଟି ହେବା ଉଚିତ ନୁହେଁ, ଯାହା ଯୁଦ୍ଧ କରିବାକୁ ପ୍ରବର୍ତ୍ତାଇବ। ଯୁଦ୍ଧର ଭୟାବହତା ଅତ୍ୟନ୍ତ ଭୟାନକ, ଯନ୍ତ୍ରଣାଦାୟକ ଓ ଅସହ୍ୟ ବୋଲି ଇନ୍ଦ୍ରେଶ କୁମାର କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ମେ’ରୁ ଚାଇନା ସୀମାରେ ସଡ଼କ ନିର୍ମାଣ, ବିଆର୍‌ଓ ପ୍ରକଳ୍ପକୁ ମଞ୍ଜୁରୀ…

ନୂଆଦିଲ୍ଲୀ, ୨୫।୪ : ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଥିବା ଚାଇନା ସୀମାରେ ସଡ଼କ ନିର୍ମାଣ ହେବାକୁ ଯାଉଛି। ଏଥିପାଇଁ ବିଆରଓର ଗୋଟିଏ ପ୍ରକଳ୍ପ ଅନୁମୋଦନ ହୋଇଥିବାବେଳେ...

ଦେଶଦ୍ରୋହ ଆଇନ, ୧୩ ହଜାରରୁ ଅଧିକ ଲୋକ ଜେଲ୍‌ରେ…

ନୂଆଦିଲ୍ଲୀ, ୧୧।୫ : ଦେଶରେ ଦେଶଦ୍ରୋହ ଆଇନ ଉପରେ ଚାଲିଥିବା ଶୁଣାଣି ମଧ୍ୟରେ ସୁପ୍ରିମକୋର୍ଟ ବୁଧବାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଅଦାଲତ ବର୍ତ୍ତମାନ ପର୍ଯ୍ୟନ୍ତ...

ଓଡ଼ିଶା ହାଇକୋର୍ଟରେ ୩ ନୂଆ ବିଚାରପତି

ନୂଆଦିଲ୍ଲୀ,୨୧।୯: ବଦଳିବେ ୧୭ ବିଚାରପତି। ବିଭିନ୍ନ ହାଇକୋର୍ଟର ୧୭ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ...

୩୦୩ ସମ୍ମୁଖରେ ୫୨ ରହିବ ଅଧିକ ଓଜନଦାର୍‌: ରାହୁଲ

ନୂଆଦିଲ୍ଲୀ, ୧।୬: ସଂସଦରେ ଭାଜପାର ୩୦୩ ସଦସ୍ୟ ରହିଛନ୍ତି। ଅପରପକ୍ଷରେ କଂଗ୍ରେସ ସଦସ୍ୟ ସଂଖ୍ୟା ୫୨ ରହିଛି। ୩୦୩ ସମ୍ମୁଖରେ ୫୨ ଅଧିକ ଓଜନଦାର୍‌ ରହିବ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ

ଶ୍ରୀନଗର,୫।୭: ଜମ୍ମୁ-କଶ୍ମୀରର ସୋପିଆନ ଅଞ୍ଚଳରେ ଶୁକ୍ରବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଶୁକ୍ରବାର...

ଗାଁକୁ କ୍ୱାରାଣ୍ଟାଇନ୍‌ କଲେ ଗ୍ରାମବାସୀ

ଲୁଧିଆନା,୨୫।୩: କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ପଞ୍ଜାବର ଏକ ଗାଁକୁ ଗ୍ରାମବାସୀ କ୍ୱାରାଣ୍ଟାଇନ୍‌ କରିଛନ୍ତି। ସ୍ଥାନୀୟ ନାଭା ଅଞ୍ଚଳରେ ଥିବା ଅଗେତା ଗାଁକୁ ଅନ୍ୟ...

ନିର୍ଦ୍ଦଳୀୟ ବିଧାୟକଙ୍କ ଆବେଦନ ଶୁଣାଣି କରିବାକୁ ମନା କଲେ ସୁପ୍ରିମ୍‌ କୋର୍ଟ: କର୍ନାଟକ ସଙ୍କଟ ପୁଣି ଲଟକି ରହିବା ସମ୍ଭାବନା

ନୂଆଦିଲ୍ଲୀ,୨୨।୭: କର୍ନାଟକରେ ରାଜନୈତିକ ସଙ୍କଟ ଜାରି ରହିଛି। ସୋମବାର ନିର୍ଦ୍ଦଳୀୟ ବିଧାୟକଙ୍କ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରିବାକୁ ସୁପ୍ରିମ୍‌ କୋର୍ଟ ମନା କରିଛନ୍ତି। ପ୍ରଧାନ...

ଏଲ୍‌ଡିଏଫ୍‌ ଆଗରେ: ୟୁଡିଏଫ୍‌ ପଛୁଆ…

ଥିରୁଭାନ୍ତପୁରମ୍‌,୨।୫: କେରଳ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଏଲ୍‌ଡିଏଫ୍‌ ୮୮ ଆସନରେ ଆଗୁଆ ରହିଛି। ସେହିପରି ଏଠାରେ ୟୁଡିଏଫ୍‌ ୫୦...

Advertisement
Archives

Model This Week