କେବିକେ ଅଞ୍ଚଳକୁ କେନ୍ଦ୍ରୀୟ ସହାୟତା କମିଛି

ବଲାଙ୍ଗୀର ଅଫିସ,୨୦ା୩: ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମକେଏସୱାଇ)ର ଏକ ଉପାଦାନ ହେଉଛି ଏଆଇବିପି (ତ୍ୱରିତ ସିଞ୍ଚାଇ ଲାଭ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମକୁ ବନ୍ଦ କରାଯାଇନାହିଁ। କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି କ୍ରମେ ଏଆଇବିପି ୨୦୨୧ରୁ ୨୦୨୬ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ନୀତି ଆୟୋଗ ପକ୍ଷରୁ ସୂଚନା ଅଧିକାର ଆଇନ ଜରିଆରେ ବଲାଙ୍ଗୀରର ସୂଚନା ଅଧିକାର କର୍ମୀ ହେମନ୍ତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରାଯାଇଛି। ନୂଆଦିଲ୍ଲୀ ସଂସଦମାର୍ଗ ସ୍ଥିତ ନୀତି ଆୟୋଗ କାର୍ଯ୍ୟାଳୟର ଓଡିଶା ଜନସୂଚନା ଅଧିକାରୀ ରାଜେନ୍ଦ୍ର ସିଂ ଏହି ସୂଚନା ପ୍ରଦାନ କରିଛନ୍ତି। ଓଡିଶାର କେବିକେ ଅଞ୍ଚଳକୁ ବର୍ତ୍ତମାନ କେନ୍ଦ୍ର ରାଜ୍ୟ ସହାୟତା ହାର ୬୦:୪୦ ରହିଛି ବୋଲି ତଥ୍ୟରେ କୁହାଯାଇଛି। ପ୍ରେସ୍‌ ବିଜ୍ଞପ୍ତିରେ ପଣ୍ଡା କହିଛନ୍ତି ଯେ, ପୂର୍ବରୁ କେବିକେ ଅଞ୍ଚଳ ପାଇଁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥାକ୍ରମେ ୯୦:୧୦ ଥିଲା। ଦେଶର ସ୍ବତନ୍ତ୍ର ପାହ୍ୟା ରାଜ୍ୟମାନଙ୍କ ସହିତ ଓଡିଶାର କେବିକେ ଅଞ୍ଚଳକୁ ଏଆଇବିପିରେ କେନ୍ଦ୍ର ରାଜ୍ୟ ସହାୟତା ହାର ୯୦:୧୦ ଥିଲା। ଏବର ବ୍ୟବସ୍ଥାରେ କେବିକେ ଅଞ୍ଚଳରେ ଜଳସେଚନର ବିକାଶ କେବଳ ପ୍ରଭାବିତ ହେବ ଏହା ନୁହେଁ ବରଂ ଏକ ପଛୁଆ ଅଞ୍ଚଳ ଭାବେ କେନ୍ଦ୍ର ସରକାରଙ୍କ ଯେଉଁ କେବିକେ ମାନ୍ୟତା ଥିଲା ତାହା ମଧ୍ୟ ଶେଷ ହେବ ବୋଲି ପଣ୍ଡା କହିଛନ୍ତି।
ସାଧାରଣ ପାହ୍ୟା ରାଜ୍ୟଗୁଡିକ ପାଇଁ ଏହି ଅନୁଦାନ ହାର ଭିନ୍ନ ଥିଲା। ବର୍ତ୍ତମାନ ସାଧାରଣ ପାହ୍ୟା ରାଜ୍ୟମାନଙ୍କ ପାଇଁ କେନ୍ଦ୍ର ରାଜ୍ୟ ସହାୟତା ହାର ଯଥାକ୍ରମେ ୨୫:୭୫ ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୃଷି ଓ କୃଷକର ବିକାଶ ପାଇଁ ଜଳସେଚନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତତ୍କାଳୀନ ଭାରତ ସରକାର ୧୯୯୫-୯୬ ମସିହାରେ ଏଆଇବିପି ଯୋଜନା ଆରମ୍ଭ କରିଥିଲେ। ଜଳସେଚନ ରାଜ୍ୟର ବିଷୟବସ୍ତୁ ହୋଇଥିଲେ ମଧ୍ୟ ରାଜ୍ୟମାନଙ୍କର ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକୁ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଗେଇ ଆସିଥିଲେ। ସ୍ବତନ୍ତ୍ର ପାହ୍ୟା ରାଜ୍ୟମାନଙ୍କୁ ଓ ଓଡିଶାର ଅବିଭକ୍ତ କେବିକେ ଅଞ୍ଚଳର ଜିଲାମାନଙ୍କୁ ତଥା ବର୍ତ୍ତମାନର ୮ଟି ଜିଲାକୁ ସାଧାରଣ ପାହ୍ୟା ରାଜ୍ୟ ଅପେକ୍ଷା ଅଧିକ କେନ୍ଦ୍ରୀୟ ଆର୍ଥିକ ସହାୟତାର ବ୍ୟବସ୍ଥା ଥିଲା। ନୂଆପଡା ଜିଲାର ଲୋୟର ଇନ୍ଦ୍ର ଏହି ଯୋଜନାରେ ଅଧିକ ମାତ୍ରାରେ କେନ୍ଦ୍ରୀୟ ଅନୁଦାନ ପାଇଛି। ଏଆଇବିପି ଯୋଜନା ସଂଶୋଧିତ ହେବା ଫଳରେ ୨୦୨୧ ମାର୍ଚ୍ଚ ମାସରୁ କେବିକେ ଅଞ୍ଚଳର ଅନେକ ନିର୍ମାଣାଧୀନ ଓ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପଗୁଡିକ ପୂର୍ବାପେକ୍ଷା କମ୍‌ ଆର୍ଥିକ ସହାୟତା ପାଉଛନ୍ତି ଓ ଆଗକୁ ମଧ୍ୟ ଏହି ଧାରା ଜାରି ରହିବ ବୋଲି ପଣ୍ଡା କହିଛନ୍ତି। ରାଜ୍ୟର ସମସ୍ତ ରାଜନୈତିକ ଦଳ ଓ ନେତୃବୃନ୍ଦ ଏହାକୁ ନେଇ ନିରବ ରହିବା, ସମଗ୍ର ଓଡିଶା ଓ ବିଶେଷ କରି କେବିକେ ଅଞ୍ଚଳର ଚାଷ ଓ ଚାଷୀଙ୍କ ସମସ୍ୟା ପ୍ରତି ଉଦାସୀନତା ମନୋଭାବ ବୋଲି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?