Posted inଜାତୀୟ

ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନେଇ ରାଜ୍ୟ ସରକାରଙ୍କୁ କେନ୍ଦ୍ରର ଚିଠି…

ନୂଆଦିଲ୍ଲୀ, ୫।୬ : ଭାରତର ୪,୭୦୦ ସହରାଞ୍ଚଳ ମଧ୍ୟରୁ କେବଳ ୨୫୦୦ରେ ଜୁଲାଇ ୧ ସୁଦ୍ଧା ଏକକ ବ୍ୟବହାର ପ୍ଲାଷ୍ଟିକ ( ସିଙ୍ଗଲ ୟୁଜ ପ୍ଲାଷ୍ଟିକ) ଉପରେ ନିଷେଧାଦେଶ ଘୋଷଣା କରାଯାଇଛି। ଏ ବାବଦରେ ଅଧିକ ଧ୍ୟାନ ଦିଆ ଯାଉ ନ ଥିବାରୁ ସ୍ବରାଷ୍ଟ୍ର ଓ ସହରାଞ୍ଚଳ ମନ୍ତ୍ରଣାଳୟ ଏକକ-ବ୍ୟବହାର ପ୍ଲାଷ୍ଟିକ ବ୍ୟବହାରକୁ ଯୋଜନାବଦ୍ଧ ଭାବେ ବନ୍ଦ କରିବା ଏବଂ ବ୍ୟାପକ ପରିଷ୍କାର ବଜାୟ ରଖିବା ସହିତ ସବୁଜ ଏଜେଣ୍ଡାରେ ଯୋଗଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବିଶ୍ୱ ପରିବେଶ ଦିବସରେ ମନ୍ତ୍ରଣାଳୟ କହିଛି, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଅନୁଯାୟୀ, ୪,୭୦୪ ୟୁଏଲବି ମଧ୍ୟରୁ ୨,୫୯୧ ଉପରେ ପୂର୍ବରୁ ଏସ୍‌ୟୁପି ନିଷେଧାଦେଶ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକ ଅବଶିଷ୍ଟ ୨,୧୦୦ ୟୁଏଲବିକୁ ଜୁନ ୩୦ ସୁଦ୍ଧା ସୂଚିତ କରିବା ଜରୁରୀ। ଏନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠିଲେଖିଛନ୍ତି।

ସ୍ବଚ୍ଛ ଭାରତ ମିଶନ ସହରୀ-୨.୦ ଅନ୍ତର୍ଗତ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ଗୁରୁତ୍ୱପୂର୍ଣ୍ଣ। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ସହ ବହୁ ପରିମାଣର ବୃକ୍ଷରୋପଣ ସହିତ ପରିଷ୍କାର ପରିଚ୍ଛନ୍ନତା ଏବଂ ପ୍ଲଗିଂ ଡ୍ରାଇଭ ସମେତ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକଳାପ ଗ୍ରହଣ କରିବାକୁ ମନ୍ତ୍ରଣାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ବିସ୍ତୃତ ପରାମର୍ଶ ଦେଇଛି। ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ପରିଚାଳନା ସଂଶୋଧନ ନିୟମ ଅନୁଯାୟୀ, ୨୦୨୧ ସୁଦ୍ଧା ୭୫ ମାଇକ୍ରନରୁ କମ୍‌ ପୁନ ପ୍ରକ୍ରିୟାକରଣ ପ୍ଲାଷ୍ଟିକ ବ୍ୟାଗର ନିର୍ମାଣ ପରିବହନ, ଆମଦାନୀ, ସଂରକ୍ଷଣ, ବଣ୍ଟନ, ବିକ୍ରୟ ଏବଂ ବ୍ୟବହାର ନିଷେଧ କରାଯାଇଛି।

ଏକ୍ଷେତ୍ରରେ ଲୋକଙ୍କର ଅଂଶଗ୍ରହଣ ଉପରେ ଗୁରୁତ୍ୱାରୋପ କରାଯାଇଛି। ଅଞ୍ଚଳର ସମସ୍ତ ନାଗରିକ ବର୍ଗ ମେୟର ଏବଂ ୱାର୍ଡ କାଉନସିଲର, ସ୍ବେଚ୍ଛାସେବୀ ସଂଗଠନ, ସ୍ଥାନୀୟ ଏନଜିଓ, ବାସିନ୍ଦା କଲ୍ୟାଣ ସଙ୍ଗଠନ, ବଜାର ଆସୋସିଏଶନ, ସ୍ବୟଂ ସହାୟକ ଗୋଷ୍ଠୀ, ଛାତ୍ର ଏବଂ ଯୁବ ଗୋଷ୍ଠୀ ଇତ୍ୟାଦି ନିର୍ବାଚିତ ପ୍ରତିନିଧି ସମସ୍ତେ ଏକତ୍ରିତ ହେବା ସହିତ ଏସ୍‌ୟୁପି ନିଷେଧାଦେଶ ଏବଂ କାର୍ଯ୍ୟକାରିତା ବାର୍ତ୍ତା ଆଗକୁ ନେବା ପାଇଁ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଚିଠିରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାତପୁରା ସ୍କୁଲରେ ଅବ୍ୟବସ୍ଥା: ବିପଦରେ ୧୬୨ ଛାତ୍ରଛାତ୍ରୀ

ଜମନକିରା,୨୯।୮(ରବିନ୍ଦ୍ର ପ୍ରସାଦ ଦାନୀ): ଜମନକିରା ବ୍ଲକ ଡିମିରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଭାତପୁରା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଭିତ୍ତିଭୂମିର ଦୁରବସ୍ଥା ଯୋଗୁଁ ୧୬୨ ଛାତ୍ରଛାତ୍ରୀ ବିପଦସଙ୍କୁଳ…

ସରକାରଙ୍କ ଚେଷ୍ଟା ଫେଲ୍‌! ପିଆଜ ଦର ୮୦ ଟଙ୍କା ପାର୍‌, ଜାଣନ୍ତୁ ନୂଆ ରେଟ୍‌ ଲିଷ୍ଟ

ନୂଆଦିଲ୍ଲୀ,୨୯।୮: ରୋଷେଇ ଘରରେ ପିଆଜ ଦର ପୁଣିଥରେ ସାଧାରଣ ଲୋକଙ୍କ ବଜେଟକୁ ପ୍ରଭାବିତ କରୁଛି। ଦେଶର ଅନେକ ଅଞ୍ଚଳରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖାଦେଇଛି। କିଛି…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ପୁନଃରୁଦ୍ଧାର ହେବ କେସିଙ୍ଗା କୋଣାର୍କ ସୂତାକଳ: ମନ୍ତ୍ରୀ ଦେଲେ ବଡ଼ ପ୍ରତିଶ୍ରୁତି

କେସିଙ୍ଗା,୨୯।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ କେସିଙ୍ଗା କୋଣାର୍କ ସୂତାକଳର ପୁନରୁଦ୍ଧାର,କାର୍ଯ୍ୟକ୍ଷମ ଓ ଘରୋଇକରଣ କରାଯିବା ପାଇଁ ରାଜ୍ୟ ସରକାରଙ୍କ ସମବାୟ ତଥା ହସ୍ତତନ୍ତ ଓ ବୟନଶିଳ୍ପ…

୩ ମାସ ମଧ୍ୟରେ ଟିମ୍‌ ଇଣ୍ଡିଆରେ ହେବ ବଡ଼ ପରିବର୍ତ୍ତନ ଆସିବ: ବାଦ୍‌ ପଡ଼ିପାରନ୍ତି ୪ ଖେଳାଳି

ନୂଆଦିଲ୍ଲୀ,୨୯।୮: IPL 2026 ଶେଷ ହେବା ପରେ ଭାରତୀୟ ଦଳ ତାର ଟେଷ୍ଟ କ୍ରିକେଟ ସିଜିନର ଏକ ଦୃଢ଼ ଆରମ୍ଭ କରିଛି। ଆଫଗାନିସ୍ତାନ ବିପକ୍ଷରେ ଏକ ମାତ୍ର…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri