Posted inଜାତୀୟ

ଡାଟା ବିକିବ କେନ୍ଦ୍ର

ନୂଆଦିଲ୍ଲୀ,୨୪ା୨: ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତିର ସ୍ବପ୍ନ ସାକାର ଆଳରେ କେନ୍ଦ୍ର ସରକାର ଭାରତୀୟ ନାଗରିକଙ୍କ ଡାଟା ବା ବ୍ୟକ୍ତିଗତ ଗୋପନୀୟ ତଥ୍ୟ ବିକ୍ରି କରିବାକୁ ଯାଉଛନ୍ତି। ଏଥିଲାଗି ଆଇନ ପ୍ରଣୟନ ପୂର୍ବରୁ ଫେବୃୟାରୀ ୨୧ରେ ବିଧିବଦ୍ଧ ଭାବେ ଡ୍ରାଫ୍ଟ ଇଣ୍ଡିଆ ଡାଟା ଆକ୍‌ସେସିବିଲିଟି ଆଣ୍ଡ ୟୁଜ୍‌ ପଲିସି, ୨୦୨୨ ନାମରେ ଏକ ନୂଆ ଚିଠା ଆଣିଛନ୍ତି। ଉକ୍ତ ଚିଠା ଅନୁସାରେ ଲୋକଙ୍କ ଡାଟାଗୁଡ଼ିକୁ ଏନ୍‌ଜିଓ, ଗବେଷକ, ଷ୍ଟାର୍ଟଅପ୍‌, ସରକାରଙ୍କ ବିଭାଗ ଓ ମନ୍ତ୍ରଣାଳୟ ତଥା ଘରୋଇ କମ୍ପାନୀଗୁଡ଼ିକ ସହ ଶେୟାର କରାଯିବ। କିନ୍ତୁ ଭାରତରେ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଉପରେ ୟୁରୋପୀୟ ସଂଘ (ଇୟୁ)ର ଜେନେରାଲ ଡାଟା ପ୍ରୋଟେକ୍ସନ ରେଗୁଲେଶନ୍‌ (୨୦୧୮ ମେ’ରୁ ପ୍ରଚଳିତ ଜିଡିପିଆର୍‌) ଭଳି କୌଣସି ଆଇନ ନ ଥିବାରୁ ଏହି ଡାଟା କାରବାର ନାଗରିକମାନଙ୍କ ପ୍ରିଭେସିକୁ ସାଂଘାତିକ ଭାବେ ଉଲ୍ଲଂଘନ କରିପାରେ ବୋଲି ବୁଦ୍ଧିଜୀବୀ ଓ ସାଇବର ସିକ୍ୟୁରିଟି ଏକ୍ସପର୍ଟ ଆଶଙ୍କା ବ୍ୟକ୍ତ କଲେଣି।
ସରକାରୀ ସୁବିଧା, ଉନ୍ନତ ଶାସନ ଓ ନିଯୁକ୍ତି ଆବେଦନ ଭଳି ବହୁବିଧ କାର୍ଯ୍ୟ ସମ୍ପାଦନ ପାଇଁ ପ୍ରତିଦିନ ଆମେ ସରକାରଙ୍କ ସହ କିଛି ନା କିଛି ଡାଟା ଶେୟାର କରିଥାଉ। କିନ୍ତୁ ସରକାର ଏହି ସବୁ ଡାଟାକୁ ଭିନ୍ନ କାର୍ଯ୍ୟରେ ଲଗାଇବେ ବୋଲି କେହି ଚିନ୍ତା ମଧ୍ୟ କରନ୍ତି ନାହିଁ, ଯାହାକି ନାଗରିକଙ୍କ ସ୍ବାର୍ଥ ପାଇଁ କ୍ଷତିକାରକ ହୋଇପାରେ। କେନ୍ଦ୍ରର ଡାଟା କଲେକ୍ସନ ବା ତଥ୍ୟ ସଂଗ୍ରହ ଯୋଜନା ପଛରେ ଥିବା ଏକ ଅଭିସନ୍ଧିରୁ ଏହା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିକଟରେ ଏକ ଚିଠା ନୀତି ଜାରି କରାଯାଇଛି। ଡ୍ରାଫ୍ଟ ଇଣ୍ଡିଆ ଡାଟା ଆକ୍‌ସେସିବିଲିଟି ଆଣ୍ଡ ୟୁଜ୍‌ ପଲିସି, ୨୦୨୨ ଶୀର୍ଷକ ଏହି ଚିଠାରେ ସରକାରୀ ସ୍ତରରେ ତଥ୍ୟ ବିନିମୟ କରାଯିବ ବୋଲି କୁହାଯାଇଛି। ଡ୍ରାଫ୍ଟରେ ଉଲ୍ଲେଖ କରାଯାଇଛି ଯେ, ସରକାରଙ୍କ ପ୍ରତ୍ୟେକ ବିଭାଗ ବା ସଙ୍ଗଠନ ‘ଓପନ୍‌ ଆଣ୍ଡ ଶେୟାରେବଲ୍‌ ବାଇ ଡିଫଲ୍ଟ’ ରହିବ। ଅର୍ଥାତ୍‌ ଆଧାର ତଥ୍ୟ ହେଉ ଅଥବା ଅନ୍ୟ କୌଣସି ବିଭାଗକୁ ଦିଆଯାଇଥିବା ବ୍ୟକ୍ତିଗତ ଡାଟାକୁ ବିନା କୌଣସି ଦ୍ୱିଧାରେ ସରକାରଙ୍କ ସବୁ ବିଭାଗ ବ୍ୟବହାର କରିପାରିବେ। ମନ୍ତ୍ରଣାଳୟ, ବିଭାଗ ଏବଂ କ୍ଷମତାପ୍ରାପ୍ତ ଏଜେନ୍ସି ଜରିଆରେ ପ୍ରତ୍ୟକ୍ଷ ଭାବେ ପ୍ରସ୍ତୁତ ଓ ସଂଗୃହୀତ ଡାଟା କ୍ଷେତ୍ରରେ ଏହା ଲାଗୁ ହେବ। ଏଥିପାଇଁ ଲାଇସେନ୍ସ ଜାରି କରାଯିବ। ଭବିଷ୍ୟତରେ ଜନକଲ୍ୟାଣକାରୀ ନୀତି ପ୍ରଣୟନରେ ଏହା ବୈପ୍ଳିବକ ପରିବର୍ତ୍ତନ ଆଣିବ ବୋଲି ଚିଠାରେ ସରକାର ଯୁକ୍ତି ବାଢ଼ିଛନ୍ତି। ମାଇଁ ଗଭ୍‌ ଏବଂ ଆଇଟି ମନ୍ତ୍ରଣାଳୟ ଅନୁସାରେ ଡାଟା ଉପଲବ୍ଧତାରେ ଉନ୍ନତି ଆଣି ପ୍ରଗତିଶୀଳ କାରିଗରି ଚାହିଦା ପୂରଣ କରିବାରେ ଏହି ପଲିସି ସହାୟକ ହେବ। ସେହିପରି ଡିଜିଟାଇଜେଶନ୍‌ (କମ୍ପ୍ୟୁଟରୀକରଣ) ଓ ଅନ୍‌ଲାଇନ୍‌ କାରବାରର ଦ୍ରୁତ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଡାଫ୍ଟ ପଲିସିରେ ଉଲ୍ଲେଖ କରାଯାଇଛି, ୫ ଟ୍ରିଲିୟନ୍‌ ଡଲାର ଡିଜିଟାଲ ଅର୍ଥନୀତିରେ ପରିଣତ ହେବା ପାଇଁ ଭାରତର ମହତ୍ତ୍ୱାକାଂକ୍ଷା ଡାଟାର ମୂଲ୍ୟକୁ ଲଗାମ ଲଗାଇବାର କ୍ଷମତା ଉପରେ ନିର୍ଭର କରେ। ଭାରତରେ ପ୍ରଚଳିତ ଆଇନକାନୁନ, ଜାତୀୟ ନୀତି ଏବଂ ସ୍ବୀକୃତିପ୍ରାପ୍ତ ଅନ୍ତର୍ଜାତୀୟ ଗାଇଡ୍‌ଲାଇନ୍ସ ଅନୁସାରେ ଡାଟା ଶେୟାର କରାଯିବ। ଏହା ଉପରେ ନାଗରିକ ଓ ସମ୍ପୃକ୍ତ ସେକ୍ଟରଗୁଡ଼ିକରୁ ମତାମତ ଆହ୍ବାନ କରାଯାଇଛି, ଯାହାର ଶେଷ ତାରିଖ ଆସନ୍ତା ମାର୍ଚ୍ଚ ୧୮ ଧାର୍ଯ୍ୟ କରାଯାଇଛି।
କିନ୍ତୁ ବିଶେଷଜ୍ଞ କହୁଛନ୍ତି, ୫ ଟ୍ରିଲିୟନ୍‌ ଡଲାର ଅର୍ଥନୀତି ସ୍ବପ୍ନ ପୂରଣ ହେବା ଦୂରର କଥା, ଦେଶର ରାଜକୋଷ ମଧ୍ୟ ଏଥିରୁ ବିଶେଷ ଲାଭବାନ ହେବନାହିଁ। ଓଲଟା ଏହି ନୀତି ଯୋଗୁ ଲୋକଙ୍କ ପ୍ରିଭେସି ବିପନ୍ନ ହେବ। କୌଣସି ଡାଟା ଗୋପନୀୟ ହୋଇ ରହିବ ନାହିଁ। ଡାଟା ଲିକ୍‌ ବା ତା’ର ଦୁରୁପଯୋଗ ହେଲେ କାହାକୁ ଦାୟୀ କରାଯିବ ଓ ସେଥିପାଇଁ କ’ଣ ଦଣ୍ଡ ବିଧାନ କରାଯିବ ସେନେଇ ମଧ୍ୟ ଚିଠାରେ କିଛି କୁହାଯାଇନାହିଁ। ଏପରି କି ସାଧାରଣ ଜନତାଙ୍କ ଗୋପନୀୟ ତଥ୍ୟ ଡାର୍କ ଓ୍ବେବ୍‌କୁ ମଧ୍ୟ ଚାଲିଯିବାର ଆଶଙ୍କା ରହିଛି। ଏହାର ସଦ୍ୟ ଦୃଷ୍ଟାନ୍ତ ହେଉଛି କୋ-ଓ୍ବିନ୍‌ ଆପ୍‌। କରୋନା ମହାମାରୀ ମୁକାବିଲା ପାଇଁ କେନ୍ଦ୍ର କୋ-ଓ୍ବିନ୍‌ ପୋର୍ଟାଲ ଉପରେ ଗୁରୁତ୍ୱ ଦେଉଥିବାବେଳେ ସେହି ସର୍ଭରରୁ ୨୦ ହଜାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ପ୍ରଘଟ ହୋଇଥିବା ଗତ ଜାନୁୟାରୀ ୨୧ରେ ଜଣାପଡ଼ିଥିଲା। ୟୁଜର୍ସଙ୍କ ନାମ, ମୋବାଇଲ ନମ୍ବର, ଠିକଣା ଓ କୋଭିଡ୍‌ ଟେଷ୍ଟ ରେଜଲ୍ଟ ଭଳି ସମ୍ବେଦନଶୀଳ ଡାଟାକୁ ସାଇବର ଅପରାଧୀମାନେ ବିକ୍ରି ପାଇଁ ରେଡ୍‌ ଫୋରମ୍ସ ଓ୍ବେବ୍‌ସାଇଟ୍‌ରେ ତାଲିକାଭୁକ୍ତ କରିଥିଲେ। ସେସବୁ ଡାର୍କଓ୍ବେବ୍‌ରେ ଉପଲବ୍ଧ ଥିବାରୁ ପ୍ରିଭେସିକୁ ନେଇ ଭାରତୀୟଙ୍କ ମନରେ ଅସୁରକ୍ଷା ଭାବ ବୃଦ୍ଧି ପାଇବାରେ ଲାଗିଛି। ଏହି ପ୍ରଘଟ ପରେ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ହାତ ସେମାନଙ୍କ ନିକଟରେ ପହଞ୍ଚତ୍ନାହିଁ।

୫ ବଡ଼ ବିପଦ
୧. କେନ୍ଦ୍ର ସରକାରଙ୍କ ଡ୍ରାଫ୍ଟ ଇଣ୍ଡିଆ ଡାଟା ଆକ୍‌ସେସିବିଲିଟି ଆଣ୍ଡ ୟୁଜ୍‌ ପଲିସି, ୨୦୨୨ ପ୍ରସ୍ତୁତି ବେଳେ ବିଶେଷଜ୍ଞ କିମ୍ବା ଜନସାଧାରଣଙ୍କ ପରାମର୍ଶ ନିଆଯାଇନାହିଁ। ଉକ୍ତ ନୀତିର ଆର୍ଥିକ ପ୍ରଭାବ, ମୌଳିକ ଅଧିକାର ଓ ପରିବେଶ ଉପରେ ପ୍ରଭାବକୁ ଏଥିରେ ଅଣଦେଖା କରାଯାଇଛି। ଚିଠାରେ ସ୍ବଚ୍ଛତା ମଧ୍ୟ ନ ଥିବାରୁ ଏହା ଆରମ୍ଭରୁ ସନ୍ଦେହ ଘେରରେ।
୨. ଉକ୍ତ ଡ୍ରାଫ୍ଟରେ ସରକାରଙ୍କ ରାଜସ୍ବ ଆଦାୟର ଅଯୌକ୍ତିକ ଉଦ୍ଦେଶ୍ୟ ପ୍ରତିଫଳିତ ହୋଇଛି। ନାଗରିକଙ୍କ ଡାଟା ବିକ୍ରି କରି ଅର୍ଥ ଉପାର୍ଜନ କରିବା ଏହି ନୀତିର ମୂଳ ଉଦ୍ଦେଶ୍ୟ ବୋଲି ଚିଠାରେ ଉଲ୍ଲେଖ କରାଯାଇଥିବା ‘ଅବ୍‌ଜେକ୍ଟିଭ୍‌ ଆଣ୍ଡ୍‌ ପର୍ପୋଜ୍‌’ରୁ ବୁଝାପଡ଼ୁଛି। ଅର୍ଥାତ୍‌ ସରକାରଙ୍କୁ ଯେତେ ଅଧିକ ଅର୍ଥ ଆବଶ୍ୟକ ହେବ ସେତେ ଅଧିକ ଲୋକଙ୍କ ଡାଟା ବିକ୍ରି ପାଇଁ ସଂଗ୍ରହରେ ଲାଗିବେ।
୩. ଭାରତରେ ବ୍ୟକ୍ତିଗତ ଡାଟା ସୁରକ୍ଷା ଆଇନ ନ ଥିବାରୁ ଆନ୍ତଃ ବିଭାଗୀୟ ତଥ୍ୟ ବିନିମୟ କରାଗଲେ ତାହା ପ୍ରିଭେସି ପ୍ରତି ହାନିକାରକ ସାବ୍ୟସ୍ତ ହେବ। ଗତ ଡିସେମ୍ବର ୧୬ରେ ପ୍ରକାଶିତ ଡ୍ରାଫ୍ଟ ଡାଟା ପ୍ରୋଟେକ୍ସନ ବିଲ୍‌, ୨୦୨୧ରେ ସରକାରଙ୍କ ସୁବିଧା ପାଇଁ ବ୍ୟବସ୍ଥା ଥିବାରୁ ତାହା ମଧ୍ୟ ନାଗରିକଙ୍କ ପ୍ରିଭେସିକୁ ସୁରକ୍ଷା ଦେଇପାରିବ ନାହିଁ। ଫଳରେ ଉଭୟ ସରକାର ଓ ନାଗରିକମାନେ ଆଇନ ଜାଲରେ ଛନ୍ଦି ହୋଇ ମୁହଁାମୁହିଁ ଅବସ୍ଥାକୁ ଆସିଯିବେ।
୪. ଉକ୍ତ ଚିଠାରେ ମୁଖ୍ୟ ବିନ୍ଦୁଗୁଡ଼ିକ ଉପରେ କୌଣସି ସ୍ପଷ୍ଟ ବ୍ୟାଖ୍ୟା କରାଯାଇନାହିଁ। ଅସ୍ପଷ୍ଟତା ହେତୁ ଡାଟା ଦୁରୁପଯୋଗକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନାହିଁ। ପଲିସିରେ ‘ହାଇ ଭାଲ୍ୟୁ ଡାଟା ସେଟ୍ସ’ ନାମରେ ଏକ ସ୍ବତନ୍ତ୍ର ବର୍ଗ ରଖାଯାଇଛି। ଏହାଦ୍ୱାରା ଶାସନ ଓ ନୂଆ ପ୍ରବର୍ତ୍ତନ କ୍ଷେତ୍ରରେ ଯାହା ତଥ୍ୟ ଆବଶ୍ୟକ ସରକାର ସେସବୁକୁ ମନଇଚ୍ଛା ନେଇପାରିବେ। ଡାଟାସେଟ୍ସ ଲାଇସେନ୍ସ ପାଇଁ କୌଣସି ସର୍ତ୍ତ ସମ୍ପର୍କରେ ଏଥିରେ ଉଲ୍ଲେଖ କରାଯାଇନାହିଁ।
୫. ଘରୋଇ କମ୍ପାନୀଗୁଡ଼ିକୁ କେଉଁ ଆଧାର ଓ ସର୍ତ୍ତରେ ଡାଟା ବିକ୍ରି କରାଯିବ। ସେମାନେ ତାକୁ କେଉଁ ସବୁ କାମରେ ବ୍ୟବହାର କରିବେ ତାହା ମଧ୍ୟ ଚିଠାରେ ଉଲ୍ଲେଖ କରାଯାଇ ନାହିଁ। ତେଣୁ ସମ୍ପୃକ୍ତ କମ୍ପାନୀ ଏହାକୁ ଭିନ୍ନ କାର୍ଯ୍ୟରେ ଲଗାଇ ଅଧିକ ମୁନାଫା କମାଇପାରେ। କିନ୍ତୁ ଯାହାଙ୍କର ଡାଟା ବ୍ୟବହାର କରାଯିବ, ସେମାନେ କ’ଣ ଲାଭ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

OAS ପରୀକ୍ଷାରେ ବରଗଡ଼ ପୁଅଙ୍କ ବାଜିମାତ୍: ଅଧ୍ୟାପକଙ୍କ ପୁଅ ରାଜ୍ୟରେ ୩ୟ, ମନ୍ଦିର ସେବକଙ୍କ ପୁଅ…

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ)- ଓଡ଼ିଶା ଲୋକସେବା ଆୟୋଗ(ଓପିଏସି) ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌)ରେ ବରଗଡ଼ ଜିଲାର ୨ ଜଣ ସଫଳତା ଅର୍ଜନ କରିଛନ୍ତି। ବରଗଡ଼ କଲେଜ ରୋଡ୍‌ ବାସିନ୍ଦା…

କେସିଙ୍ଗା ଝିଅଙ୍କ କମାଲ: OAS ପରୀକ୍ଷାରେ ରଖିଛନ୍ତି ୪ର୍ଥ ର଼୍ୟାଙ୍କ, ଛୁଟୁଛି ଶୁଭେଚ୍ଛାର ସୁଅ

କେସିଙ୍ଗା, ୨୬।୫ (ତୁମେଶ୍ୱର ସାହୁ): ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସେସ (OCS) ପରୀକ୍ଷା-୨୦୨୪ର ଚୂଡ଼ାନ୍ତ ଫଳ ପ୍ରକାଶ ପାଇଛି। ଏହି…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ/ଆନନ୍ଦପୁର , ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ…

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri