Posted inଜାତୀୟ

ଏକକ ଭୋଟର ତାଲିକା ପାଇଁ କେନ୍ଦ୍ରର ବିଚାର

ନୂଆଦିଲ୍ଲୀ, ୩୦।୮(ପି.ଟି.): ଲୋକ ସଭା, ରାଜ୍ୟ ବିଧାନସଭା ଏବଂ ମ୍ୟୁନିସିପାଲିଟି ତଥା ପଞ୍ଚାୟତ ନିର୍ବାଚନ ପାଇଁ ଗୋଟିଏ ଭୋଟର ତାଲିକା ପ୍ରଚଳନର ସମ୍ଭାବ୍ୟତାକୁ ନେଇ ସରକାର ବିଚାର ବିମର୍ଶ ଚଳାଇଛନ୍ତି। ଏହାଦ୍ୱାରା ପାତରଅନ୍ତର ଦୂର ହେବା ସହ ଭୋଟର ତାଲିକାରେ ସମାନତା ଅଣାଯାଇପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।
ବର୍ତ୍ତମାନର ବ୍ୟବସ୍ଥାରେ ନିର୍ବାଚନ କମିଶନ ଲୋକ ସଭା ଓ ବିଧାନସଭା ନିର୍ବାଚନ ଲାଗି ଗୋଟିଏ ଭୋଟର ତାଲିକା ପ୍ରସ୍ତୁତ କରୁଛି। ସେହିପରି ପୌରସଂସ୍ଥା, ଏନ୍‌ଏସି, ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନଗୁଡ଼ିକ ଅଲଗା ଅଲଗା ଭୋଟର ତାଲିକା ପ୍ରସ୍ତୁତ କରୁଛନ୍ତି। ସମସ୍ତ ନିର୍ବାଚନ ପାଇଁ ଯେପରି ଗୋଟିଏ ଭୋଟର ତାଲିକା ହୋଇପାରିବ ସେ ଦିଗରେ କେନ୍ଦ୍ର ସରକାର ଚିନ୍ତା କରୁଛନ୍ତି। ଏହାଦ୍ୱାରା ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବା ସହ ସମୟ ମଧ୍ୟ ବଞ୍ଚତ୍ପାରିବ।
ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପାଇଁ ନିଜସ୍ବ ଆଇନ ପ୍ରଣୟନ କରିବା କ୍ଷମତା ରାଜ୍ୟଗୁଡ଼ିକର ରହିଛି। ତିନି ପ୍ରକାର ନିର୍ବାଚନକୁ ଗୋଟିଏ ଭୋଟର ତାଲିକାରେ କରିବା ଲାଗି ଇସିଙ୍କ ଦ୍ୱାରା ପ୍ରସ୍ତୁତ ଭୋଟର ତାଲିବା ବ୍ୟବହାର ଲାଗି ରାଜ୍ୟଗୁଡ଼ିକୁ କୁହାଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏନେଇ ଚଳିତ ମାସ ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଆଇନ ମନ୍ତ୍ରଣାଳୟ ଓ ନିର୍ବାଚନ କମିଶନର ଉଚ୍ଚ ପଦାଧିକାରୀମାନଙ୍କ ବୈଠକ ଡକାଯାଇଥିଲା। ଗୋଟିଏ ଭୋଟର ତାଲିକା ଚିନ୍ତାଧାରାକୁ ନିର୍ବାଚନ କମିଶନ, ଆଇନ କମିଶନ, ଆଇନ ସମ୍ପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟି ଏବଂ କାର୍ମିକ ମନ୍ତ୍ରଣାଳୟ ସମର୍ଥନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ରେଳଷ୍ଟେଶନ ଅଞ୍ଚଳରୁ ନାବାଳିକା ନିଖୋଜ: ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ୍‌, ଅପହରଣକାରୀ…

କଟକ,୩୧ା୮(ପ୍ରଭୁକଲ୍ୟାଣ ପାଲ): କଟକ ଜିଲା ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ। ଷ୍ଟେଶନ ଅଞ୍ଚଳରୁ ୭ ବର୍ଷର ନାବାଳିକାଙ୍କୁ ଅପହରଣ ହୋଇଥିବା ଅଭିଯୋଗ ହୋଇଛି। ୬୦ ବର୍ଷରୁ ଊଦ୍ଧର୍‌ବ…

ଯୌତୁକ ପାଇଁ ବିଷ ଦେଇ ବଧୂ ହତ୍ୟା ଅଭିଯୋଗ, ସ୍ବାମୀ ସମେତ ୧୦ ଜଣଙ୍କ ନାମରେ ମାମଲା

ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

IPL ରୁ ଉଚ୍ଛେଦ ହେବ ‘ଇମ୍ପାକ୍ଟ ପ୍ଲେୟାର ନିୟମ’! ହଇଚଇ ସୃଷ୍ଟି କଲାଣି BCCI ର ନୂଆ ନିଷ୍ପତ୍ତି

ନୂଆଦିଲ୍ଲୀ,୩୧।୮: ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ପ୍ରଥମେ 2023 ମସିହାରେ IPLରେ ପ୍ରଚଳନ କରାଯାଇଥିଲା। ପ୍ରତିବର୍ଷ ଏହାକୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି ଏବଂ ଶେଷରେ BCCI ଏହାକୁ…

ଗଣତାନ୍ତ୍ରିକ ପ୍ରତିନିଧିତ୍ୱରୁ ସାଧାରଣ ଜନତା ବଞ୍ଚିତ

ସମ୍ବଲପୁର,୩୧ା୮(ପ୍ରମୋଦ ବହିଦାର): ଦୀର୍ଘ ୧୨ ବର୍ଷ ଧରି ବହୁ ପ୍ରତୀକ୍ଷିତ ସମ୍ବଲପୁର ମହାନଗର ନିଗମ (ଏସ୍‌ଏମ୍‌ସି) ନିର୍ବାଚନ ପରିଚାଳନା ନେଇ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ…

ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉନି କମ୍ପାନୀ, ଆନ୍ଦୋଳନ ପାଇଁ ସଜବାଜ ଯୁବ ଗୋଷ୍ଠୀ

ଗଞ୍ଜାମ,୩୧।୮,(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ଠାରେ ଅବସ୍ଥିତ ଗ୍ରାସୀମ କମ୍ପାନୀ ସ୍ଥାନୀୟ ଅଞ୍ଚଳ ଶିକ୍ଷିତ ବେକାରୀ ଯୁବକଙ୍କୁ ନିଯୁକ୍ତି ଦେଉ ନଥିବା ଅଭିଯୋଗ ହୋଇଛି। ରାଜ୍ୟ…

ଏଇ ଭାରତରେ

ଅଭାବୀ ପରିବାରର ପିଲାମାନେ ଶିକ୍ଷାରୁ ବଞ୍ଚିତ ନ ହେବା ଲାଗି ସୁଯୋଗ ସୃଷ୍ଟି କରିଛନ୍ତି ବେଙ୍ଗାଲୁରୁର ହରେକାଲା ହଜାବ୍ବା। ଏଥିପାଇଁ ତାଙ୍କୁ ଜୀବନରେ ଅନେକ କଷ୍ଟ ସ୍ବୀକାର…

ସବୁକିଛି ବଦଳାଇବା ଠିକ୍‌ କି

ବିକାଶ ଏକ ନିରନ୍ତର ପ୍ରକ୍ରିୟା। ଏହା ସବୁବେଳେ ପୂର୍ବଜଙ୍କ କାନ୍ଧରେ ପାଦ ରଖିଥାଏ। ମୂଳଦୁଆ ଦୁର୍ବଳ ହେଲେ ଆମର ଅସ୍ତିତ୍ୱ ଦୁର୍ବଳ ହୁଏ। ସେହିପରି ପରିବର୍ତ୍ତନ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri