Posted inଜାତୀୟ

ଇଡି, ସିବିଆଇକୁ ଅସ୍ତ୍ର କରୁଛି କେନ୍ଦ୍ର

ନୂଆଦିଲ୍ଲୀ, ୨୪।୨ (ଆଇଏଏନ୍‌ଏସ୍‌): ପୁଡ଼ୁଚେରୀରେ କଂଗ୍ରେସ ସରକାର ଭାଙ୍ଗିବା ପରେ ବର୍ଷକ ମଧ୍ୟରେ ଏହି ଦଳ ଦୁଇଟି ରାଜ୍ୟରେ କ୍ଷମତା ହରାଇଛି। ଏହା ପୂର୍ବରୁ ମଧ୍ୟପ୍ରଦେଶରେ କଂଗ୍ରେସ ହାତରୁ କ୍ଷମତା ଯାଇଥିଲା। ଉଭୟ ରାଜ୍ୟରେ ଦଳୀୟ ବିଧାୟକମାନଙ୍କ ଇସ୍ତଫା ଯୋଗୁ ସରକାର ସଂଖ୍ୟାଗରିଷ୍ଠତା ହରାଇଥିଲେ। ଏଥିପାଇଁ କଂଗ୍ରେସ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ଦାୟୀ କରିଛି। ବିଭିନ୍ନ ରାଜ୍ୟର ନିର୍ବାଚିତ ସରକାରକୁ ଭାଙ୍ଗିବା ଲାଗି କେନ୍ଦ୍ର ସରକାର ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଆୟକର (ଆଇଟି) ବିଭାଗର ଦୁରୁପଯୋଗ କରୁଥିତ୍ବା କଂଗ୍ରେସ ଅଭିଯୋଗ କରିଛି। ଉପରୋକ୍ତ ସଂସ୍ଥାଗୁଡ଼ିକ ଜରିଆରେ ବିଧାୟକମାନଙ୍କୁ ଧମକ ଦିଆଯିବା ସହ ବ୍ଲାକ୍‌ମେଲ୍‌ କରାଯାଉଛି ବୋଲି ପୁଡ଼ୁଚେରୀ କଂଗ୍ରେସ ପ୍ରଭାରୀ ଦିନେଶ ଗୁଣ୍ଡୁ ରାଓ କହିଛନ୍ତି। ସରକାର ଭାଙ୍ଗିବା ପାଇଁ ଘୋଡ଼ାବେପାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା କଂଗ୍ରେସ ଅଭିଯୋଗ କରିଛି। ସୂଚନାଯୋଗ୍ୟ, ପୁଡ଼ୁଚେରୀର ୫ କଂଗ୍ରେସ ବିଧାୟକ ଓ ସହଯୋଗୀ ଦଳ ଡିଏମ୍‌କେର ଜଣେ ବିଧାୟକଙ୍କ ଇସ୍ତଫା ପରେ ଭି. ନାରାୟଣସ୍ବାମୀ ସରକାର ସୋମବାର ଗୃହରେ ସଂଖ୍ୟାଗରିଷ୍ଠତା ଦେଖାଇ ନ ପାରି ଇସ୍ତଫା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ମୟାନନ୍ଦଙ୍କଠାରୁ ମୁହଁ ଫେରାଇଲା ଭାଜପା

ଲକ୍ଷ୍ମୌ,୨୫।୯: ଆଇନ ଛାତ୍ରୀ ଯୌନ ନିର୍ଯାତନା ମାମଲାରେ ଜେଲ୍‌ ଯାଇଥିବା ଚିନ୍ମୟାନନ୍ଦ ଆଉ ଭାଜପାର ସଦସ୍ୟ ନାହାନ୍ତି। ବୁଧବାର ଏନେଇ ଉତ୍ତରପ୍ରଦେଶ ଭାଜପାର ମୁଖପାତ୍ର ସ୍ପଷ୍ଟ...

ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମୋଦି କୌଣସି  ଦାବି କରି ନାହାଁନ୍ତି : ମାଲେସିୟା ପ୍ରଧାନମନ୍ତ୍ରୀ

କୁଆଲାଲମ୍ପୁର,୧୭।୯: ମୁସଲମାନ୍‌ ଧର୍ମଗୁରୁ ଜାକିର ନାଇକଙ୍କ ପ୍ରତ୍ୟର୍ପଣ ନେଇ ମାଲେସିୟା ପ୍ରଧାନମନ୍ତ୍ରୀ ମୋହାଥିର ବିନ୍‌ ମହମ୍ମଦ୍‌ଙ୍କ ମନ୍ତବ୍ୟ ଏବେ ଅନ୍ତର୍ଜାତୀୟସ୍ତର ସହିତ ଭାରତରେ ବିବାଦ ସୃଷ୍ଟି...

ଆଖି ବୁଜିଲା ‘ସୁପର ମମ୍‌’

ଭୋପାଳ, ୧୭ା୧: କୋଲାରଓ୍ବାଲି ଭାବେ ଜଣାଶୁଣା ଏକ ବାଘୁଣୀର ମଧ୍ୟପ୍ରଦେଶ ପେଞ୍ଚ ବ୍ୟାଘ୍ର ସଂରକ୍ଷଣ(ପିଟିଆର୍‌) ରେ ଶନିବାର ମୃତ୍ୟୁ ହୋଇଛି। ଏହାର ବୟସ ପ୍ରାୟ ୧୬...

ନିର୍ଭୀକ ସ୍ବର ହେବାକୁ ଚାହେଁ

ନୂଆଦିଲ୍ଲୀ, ୬ା୭: ସୋସିଆଲ ମିଡିଆରେ ଟ୍ରୋଲ ଏବଂ ବିଭିନ୍ନ ଥାନାରେ ମାମଲା ରୁଜୁ ସତ୍ତ୍ୱେ ଫିଲ୍ମ ନିର୍ଦ୍ଦେଶିକା ଲୀନା ମାନିମେକଲାଇ ସବୁପ୍ରକାର ଫଳାଫଳାକୁ ସାମ୍‌ନାକୁ କରିବାକୁ...

ବିହାରରେ ବ୍ୟାପୁଛି ମସ୍ତିଷ୍କଜ୍ୱର:୧୦୦ ଊର୍ଦ୍ଧ୍ୱ ଶିଶୁଙ୍କ ପ୍ରାଣ ଗଲାଣି

ପାଟନା,୧୭ା୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଗତ ୨୪ ଘଣ୍ଟାରେ ଏଠାରେ...

ଆଡଭାନୀଙ୍କ ସମସ୍ୟା ବଢ଼ାଇ ଦେଇଥିଲେ ରାଜେଶ ଖାନ୍ନା

ବଲିଉଡ୍‌ର ପ୍ରଥମ ସୁପରଷ୍ଟାର ଥିଲେ ରାଜେଶ ଖାନ୍ନା। ୬୦ ଓ ୭୦ ଦଶକର ଏହି ସୁପରଷ୍ଟାରଙ୍କ ଲୋକପ୍ରିୟତା ପ୍ରାୟତଃ ଶେଷ କରି ଦେଇଥିଲା ଭାରତୀୟ ଜନତା...

ଚାଇନା ନୁହେଁ, ଭାରତ ଦାୟୀ: ଚାଇନା ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୮ା୬(ପି.ଟି.): ସୀମା ବିବାଦକୁ ନେଇ ପୂର୍ବ ଲଦାଖରେ ଉତ୍ତେଜନା ବୃଦ୍ଧି ପାଉଥିବାବେଳେ ଚାଇନା ରାଷ୍ଟ୍ରଦୂତ ସନ୍‌ ଓ୍ବିଡୋଙ୍ଗ ନ୍ୟୁଜ୍‌ ଏଜେନ୍ସି ପ୍ରେସ୍‌ ଟ୍ରଷ୍ଟ୍‌ ଅଫ୍‌ ଇଣ୍ଡିଆ...

କୁମାରସ୍ବାମୀଙ୍କ ଶକ୍ତି ପରୀକ୍ଷା: ବିଦ୍ରୋହୀଙ୍କୁ ଗୃହରେ ଉପସ୍ଥିତ ରହିବାକୁ ବାଧ୍ୟ କରାଯାଇପାରିବ ନି କହିଲେ ସୁପ୍ରିମ୍‌କୋର୍ଟ

ବେଙ୍ଗାଲୁର୍‌,୧୭।୭: କର୍ନାଟକରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି। ଗୁରୁବାର ମୁଖ୍ୟମନ୍ତ୍ରୀ ଏଚ୍‌.ଡି.କୁମାରସ୍ବାମୀ ବିଧାନସଭାରେ ଶକ୍ତି ପରୀକ୍ଷାର ସମ୍ମୁଖୀନ ହେବେ। ବିଦ୍ରୋହୀ ବିଧାୟକଙ୍କ ଇସ୍ତଫା ଉପରେ ବାଚସ୍ପତି...

Advertisement
Archives

Model This Week