Posted inଜାତୀୟ

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ ତଥା ସହଯୋଗୀ ତେଲ ଉତ୍ପାଦନ ସଙ୍ଗଠନ (ଓପେକ+) ର ନିଷ୍ପତ୍ତି ପରେ ଏଭଳି ହୋଇଛି ବୋଲି କୁହାଯାଇଛି। ଅକ୍ଟୋବର ୧୬ରୁ ନୂତନ ହାରର ଦର କାର୍ଯ୍ୟକାରୀ ହେବ। ଫଳରେ ଓପେକ+ର ପଦକ୍ଷେପ ବିଶ୍ୱର ମୂଲ୍ୟକୁ ପୁଣି ଥରେ ଉଚ୍ଚ କରିପାରେ ବୋଲି ଆକଳନ କରାଯାଇଛି। ଏପରିକି ବ୍ୟାରେଲ ପିଛା ହାରାହାରି ମୂଲ୍ୟ ୯୦ ଡଲାରରୁ ଅଧିକ ରହିଛି। ଶନିବାର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍‌ ପିଛା ୮,୦୦୦ ରୁ ୧୧,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। ଏହା ସହ ବିମାନ ଟର୍ବାଇନ ଇନ୍ଧନ (ଏଟିଏଫ୍‌) ରପ୍ତାନି ଉପରେ ମଧ୍ୟ ଟିକସ ଶୂନରୁ ବୃଦ୍ଧି କରି ଲିଟର ପିଛା ୩.୫୦ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିଭଳି ଡିଜେଲ ରପ୍ତାନି ଉପରେ ଓ୍ବିଣ୍ଡଫଲ୍‌ ଟିକସ ଲିଟର ପିଛା ୫ରୁ ୧୦.୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ରପ୍ତାନି ଉପରେ ମୋଟ ଏକ୍ସାଇଜ୍‌ ଶୁଳ୍କ ଲିଟର ପିଛା ୧୨ ଟଙ୍କାକୁ ବୃଦ୍ଧି ଘଟିଛି। ଏଥିରେ ପ୍ରତି ଲିଟର ପିଛା ୧.୫ ଟଙ୍କା ନିୟନ୍ତ୍ରିତ ବିନିଯୋଗ ପାଇଁ ଅନ୍ତର୍ଭୁକ୍ତ ହେବ।

ଚଳିତ ବର୍ଷ ସେପ୍ଟେମ୍ବର ୧୭ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ହ୍ରାସ ପରେ ସରକାର ଘରୋଇ ଅଶୋଧିତ ଏବଂ ଡିଜେଲ ଉପରେ ମଧ୍ୟ ୱିଣ୍ଡଫଲ୍‌ ଟିକସର ଲାଭ ହ୍ରାସ କରିଥିଲେ ଏବଂ ଅକ୍ଟୋବର ୨ରୁ ଜେଟ୍‌ ଇନ୍ଧନ ରପ୍ତାନି ଉପରେ ମଧ୍ୟ ଶୁଳ୍କ ହ୍ରାସ କରିଥିଲେ। ୬ଷ୍ଠ ଚତୁର୍ଦ୍ଦଶ ସମୀକ୍ଷା ବୈଠକରେ ସରକାର ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟିକସକୁ ଟନ୍‌ ପିଛା ୧୦,୫୦୦ ରୁ ୮,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ପୁଟିନ୍, ନିରପେକ୍ଷ ରହିବା….

ମସ୍କୋ,୨।୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି । ମୋଦିଙ୍କୁ ବିଶ୍ୱର ସେହି ନେତାମାନଙ୍କ ମଧ୍ୟରେ ପୁଟିନ୍‌ ସାମିଲ କରିଛନ୍ତି,…

ବିନା ଛାତ୍ରରେ ଚାଲିଛି ବିଦ୍ୟାଳୟ: ସ୍କୁଲ ଜଗି ରହିଛନ୍ତି ଭାରପ୍ରାପ୍ତ ହେଡ୍‌ ପଣ୍ଡିତ

ବଲାଙ୍ଗୀର,୨ା୧୦(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ସହର ମୁଖ୍ୟରାସ୍ତା ପାର୍ଶ୍ୱରେ ଥିବା ବିଦ୍ୟାଭୂଷଣ ସଂସ୍କୃତ ପ୍ରଥମା-ମଧ୍ୟମା ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ଏକଦା ଏହି ବିଦ୍ୟାଳୟରେ ୧୦୦ରୁ…

ଆଜି ଇଣ୍ଡିଆ ମେଣ୍ଟର ‘ଗଣତନ୍ତ୍ର ବଞ୍ଚାଓ’ ପଦଯାତ୍ରା, ଫର୍ମ-୬ ପରିବର୍ତ୍ତନକୁ ନେଇ ରାହୁଲ କହିଲେ…

ନୂଆଦିଲ୍ଲୀ,୨।୧୦(ପି.ଟି.): ନୂତନ ଭୋଟର ପଞ୍ଜୀକରଣ ପାଇଁ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଦ୍ୱାରା ବ୍ୟବହୃତ ଅନ୍‌ଲାଇନ୍‌ ‘ଫର୍ମ-୬’ରେ ବେଆଇନ ଭାବେ ପରିବର୍ତ୍ତନ ପାଇଁ ଟାଟା କନ୍ସଲଟାନ୍ସି ସର୍ଭିସେସ୍‌…

ଗିଲ୍‌ଙ୍କ ଅଧିନାୟକତ୍ୱକୁ ନେଇ ଗମ୍ଭୀରଙ୍କ ବଡ଼ ବୟାନ, ବୋଲରଙ୍କ…

ନୂଆଦିଲ୍ଲୀ,୨।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ୪୦୬ ରନ୍‌ର ବଡ଼ ଲକ୍ଷ୍ୟକୁ ହାସଲ କରି ଭାରତ ଚମତ୍କାର ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଶୁବମନ ଗିଲ୍‌ଙ୍କ…

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି, ଆଜିଠୁ ଆନ୍ଦୋଳନକୁ ଓହ୍ଲାଇବ CJP

ମୁମ୍ବାଇ, ୨।୧୦(ପି.ଟି.): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ତୁରନ୍ତ ଇସ୍ତଫା…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?