Posted inଜାତୀୟ

ୱିଣ୍ଡଫଲ୍‌ ଟ୍ୟାକ୍ସ ବଢ଼ାଇଲା କେନ୍ଦ୍ର

ନୂଆଦିଲ୍ଲୀ,୧୬।୧୦: ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ତଥା ଆଭିଏସନ ଟର୍ବାଇନ ଇନ୍ଧନ ଏବଂ ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଅତିରିକ୍ତ ଏକ୍ସାଇଜ୍‌ ଡ୍ୟୁଟି ବୃଦ୍ଧି କରିଛନ୍ତି। ପେଟ୍ରୋଲିୟମ ରପ୍ତାନି କରୁଥିବା ଦେଶ ତଥା ସହଯୋଗୀ ତେଲ ଉତ୍ପାଦନ ସଙ୍ଗଠନ (ଓପେକ+) ର ନିଷ୍ପତ୍ତି ପରେ ଏଭଳି ହୋଇଛି ବୋଲି କୁହାଯାଇଛି। ଅକ୍ଟୋବର ୧୬ରୁ ନୂତନ ହାରର ଦର କାର୍ଯ୍ୟକାରୀ ହେବ। ଫଳରେ ଓପେକ+ର ପଦକ୍ଷେପ ବିଶ୍ୱର ମୂଲ୍ୟକୁ ପୁଣି ଥରେ ଉଚ୍ଚ କରିପାରେ ବୋଲି ଆକଳନ କରାଯାଇଛି। ଏପରିକି ବ୍ୟାରେଲ ପିଛା ହାରାହାରି ମୂଲ୍ୟ ୯୦ ଡଲାରରୁ ଅଧିକ ରହିଛି। ଶନିବାର ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ଏହା ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟନ୍‌ ପିଛା ୮,୦୦୦ ରୁ ୧୧,୦୦୦ ଟଙ୍କାକୁ ବୃଦ୍ଧି ହୋଇଛି। ଏହା ସହ ବିମାନ ଟର୍ବାଇନ ଇନ୍ଧନ (ଏଟିଏଫ୍‌) ରପ୍ତାନି ଉପରେ ମଧ୍ୟ ଟିକସ ଶୂନରୁ ବୃଦ୍ଧି କରି ଲିଟର ପିଛା ୩.୫୦ଟଙ୍କାକୁ ବୃଦ୍ଧି କରିଛନ୍ତି। ସେହିଭଳି ଡିଜେଲ ରପ୍ତାନି ଉପରେ ଓ୍ବିଣ୍ଡଫଲ୍‌ ଟିକସ ଲିଟର ପିଛା ୫ରୁ ୧୦.୫୦ଟଙ୍କାକୁ ବୃଦ୍ଧି କରାଯାଇଛି। ଫଳରେ ଡିଜେଲ ରପ୍ତାନି ଉପରେ ମୋଟ ଏକ୍ସାଇଜ୍‌ ଶୁଳ୍କ ଲିଟର ପିଛା ୧୨ ଟଙ୍କାକୁ ବୃଦ୍ଧି ଘଟିଛି। ଏଥିରେ ପ୍ରତି ଲିଟର ପିଛା ୧.୫ ଟଙ୍କା ନିୟନ୍ତ୍ରିତ ବିନିଯୋଗ ପାଇଁ ଅନ୍ତର୍ଭୁକ୍ତ ହେବ।

ଚଳିତ ବର୍ଷ ସେପ୍ଟେମ୍ବର ୧୭ରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ହ୍ରାସ ପରେ ସରକାର ଘରୋଇ ଅଶୋଧିତ ଏବଂ ଡିଜେଲ ଉପରେ ମଧ୍ୟ ୱିଣ୍ଡଫଲ୍‌ ଟିକସର ଲାଭ ହ୍ରାସ କରିଥିଲେ ଏବଂ ଅକ୍ଟୋବର ୨ରୁ ଜେଟ୍‌ ଇନ୍ଧନ ରପ୍ତାନି ଉପରେ ମଧ୍ୟ ଶୁଳ୍କ ହ୍ରାସ କରିଥିଲେ। ୬ଷ୍ଠ ଚତୁର୍ଦ୍ଦଶ ସମୀକ୍ଷା ବୈଠକରେ ସରକାର ଘରୋଇ ଉତ୍ପାଦିତ ଅଶୋଧିତ ତୈଳ ଉପରେ ଟିକସକୁ ଟନ୍‌ ପିଛା ୧୦,୫୦୦ ରୁ ୮,୦୦୦ ଟଙ୍କାକୁ ହ୍ରାସ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ...

ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…

ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ...

କୃଷି ଆଇନ ଚାଷୀଙ୍କୁ ଦେଇଛି ଅଧିକାର: ମୋଦି

ନୂଆଦିଲ୍ଲୀ,୨୯।୧୧: କୃଷି ଆଇନ ଚାଷୀଙ୍କ ହାତମୁଠାକୁ ଟାଣ କରିଛି। ଏହାଦ୍ୱାରା ଚାଷୀଙ୍କ ସମସ୍ୟା ଦୂର ହୋଇଛି। ଚାଷୀଙ୍କ ଅଧିକାର ବୃଦ୍ଧି ପାଇଛି। ୭୧ତମ ମନ୍‌ କି...

ଓୱାଇସିଙ୍କ ଘର ଉପରୁକୁ ପଥରମାଡ

ନୂଆଦିଲ୍ଲୀ,୨୦ ।୨: ରାଜଧାନୀ ଦିଲ୍ଲୀରେ ଏଆଇଏମଆଇଏମର ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଘର ଉପରକୁ ରବିବାର ସନ୍ଧ୍ୟାରେ ପଥରମାଡ ହୋଇଛି । ଏହି ପଥରମାଡରେ ଓୱାଇସିଙ୍କ ଘରର...

ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହେଲା ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ,୨୨।୧୨: ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ସଂସଦର ଶୀତ ଅଧିବେଶନ। ବୁଧବାର ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ...

ନୂପୁରଙ୍କ ବିରୋଧରେ ଲୁକ୍‌ ଆଉଟ୍‌ ନୋଟିସ ଜାରି

ନୂଆଦିଲ୍ଲୀ,୩ା୭: ନୂପୁର ଶର୍ମାଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ନୂପୁରଙ୍କ ବିରୋଧରେ କୋଲକାତା ପୋଲିସ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି। ପ୍ରଫେଟଙ୍କ ବିରୋଧରେ ନୂପୁର...

ଉତ୍ତରପ୍ରଦେଶରେ ହାଇଆଲର୍ଟ: ୧୫ ଜିଲାରେ ଇଣ୍ଟରନେଟ ବନ୍ଦ, ଲକ୍ଷ୍ନୌରେ ଏସଏମ୍‌ଏସ୍‌ ସେବା ଉପରେ ଲାଗିଲା କଟକଣା

ଲକ୍ଷ୍ନୌ,୨୭।୧୨: ସଂଶୋଧିତ ନାଗରିକତ୍ୱ ଆଇନ(ସିଏଏ)କୁ ନେଇ ଦେଶରେ ଉତ୍ତେଜନା ଥମିବାର ନାଁ ନେଉନି। ଶୁକ୍ରବାର ନମାଜ ପାଠକୁ ଶାନ୍ତିଶୃଙ୍ଖଳାର ସହ କରାଇବା ପାଇଁ ଉତ୍ତରପ୍ରଦେଶରେ ସୁରକ୍ଷା...

ଦିଲ୍ଲୀ ସୀମା ବିବାଦକୁ ନେଇ ରାୟ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୪।୬: କରୋନା ସଂକ୍ରମଣ କାରଣକୁ ଏବେ ଦିଲ୍ଲୀ ସୀମାକୁ ସିଲ୍‌ କରି ଦିଆଯାଇଛି। ଫଳରେ ସାଧାରଣ ଲୋକଙ୍କ ଯାଆସ କରିବାରେ ଅସୁବିଧା ସୃଷ୍ଟି ହେଉଛି। ଲୋକଙ୍କ...

Advertisement
Archives

Model This Week