Posted inଜାତୀୟ

ସଂକ୍ରମଣ ବୃଦ୍ଧି ନେଇ ଓଡ଼ିଶାକୁ କେନ୍ଦ୍ରର ତାଗିଦ

ନୂଆଦିଲ୍ଲୀ, ୪।୧୨: ଓଡ଼ିଶା ସମେତ ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର କେତେକ ଜିଲାରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ଓ ମୃତ୍ୟୁହାର ଦ୍ରୁତ ବୃଦ୍ଧି ପାଉଛି। ଏଥିସହିତ ଉକ୍ତ ରାଜ୍ୟଗୁଡ଼ିକରେ ଟେଷ୍ଟିଂ ହ୍ରାସ ପାଇଥିବାରୁ କେନ୍ଦ୍ର ସରକାର ଚିନ୍ତାବ୍ୟକ୍ତ କରିବା ସହ ତାଗିଦ୍‌ କରିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓଡ଼ିଶା, କର୍ନାଟକ, କେରଳ, ତାମିଲନାଡୁ, ମିଜୋରାମ ଏବଂ ଜମ୍ମୁ-କଶ୍ମୀରକୁ ପତ୍ର ଲେଖି ବିଦେଶରୁ ବିଶେଷ କରି ଆଟ୍‌ ରିସ୍କ ଦେଶରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖିବା ସହ ସେମାନଙ୍କର କୋଭିଡ୍‌ ଟେଷ୍ଟିଂ କରାଇବା, ସଂକ୍ରମଣ ବ୍ୟାପୁଥିବା ହଟ୍‌ସ୍ପଟ୍‌ଗୁଡ଼ିକରେ ସମସ୍ତ କୋଭିଡ୍‌ ରୋଗୀଙ୍କ ନମୁନା ଜିନୋମ୍‌ ସିକ୍ୱେନ୍ସିଂ ପାଇଁ ପଠାଇବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶାର କେତେକ ଜିଲାରେ କିଛିଦିନ ହେଲା କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଛି। ଗତ ୧୪ ଦିନ ମଧ୍ୟରେ ଢେଙ୍କାନାଳ ଜିଲାରେ ସଂକ୍ରମଣ ୬୬୬ ପ୍ରତିଶତ ବୃଦ୍ଧି ପାଇବା ଚିନ୍ତାର କାରଣ ପାଲଟିଛି। ରାଜ୍ୟ ସ୍ବାସ୍ଥ୍ୟ ସଚିବ ଆର୍‌.କେ.ଶର୍ମାଙ୍କୁ କେନ୍ଦ୍ର ଲେଖିଥିବା ଚିଠି ଅନୁଯାୟୀ ଡିସେମ୍ବର ୪ରେ ଶେଷ ହୋଇଥିବା ମାସରେ ଓଡ଼ିଶାରେ ୭,୪୪୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହାକି ଉକ୍ତ ମାସରେ ଦେଶର ମୋଟ ସଂକ୍ରମଣର ୨.୫ ପ୍ରତିଶତ। ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ୯୦୦ ନୂଆ ମାମଲା ସାମନାକୁ ଆସିଛି। ସେହିପରି କନ୍ଧମାଳରେ ସଂକ୍ରମଣ ୨୫୦ ପ୍ରତିଶତ ବଢ଼ିଥିବାବେଳେ ନବରଙ୍ଗପୁରରେ ୧୫୦ ପ୍ରତିଶତ, କେନ୍ଦୁଝରରେ ୧୦୯ ପ୍ରତିଶତ, ଅନୁଗୋଳରେ ୯୫ ପ୍ରତିଶତ ଏବଂ ବଲାଙ୍ଗୀରରେ ୭୫ ପ୍ରତିଶତ ବଢ଼ିଛି। ଏଥିସହିତ ରାଜ୍ୟରେ ସାପ୍ତାହିକ କୋଭିଡ୍‌ ପରୀକ୍ଷା ୩.୧ ପ୍ରତିଶତ ହ୍ରାସ ପାଇଥିବା ଦେଖାଯାଇଛି। ନଭେମ୍ବର ୨୬ରେ ଶେଷ ହୋଇଥିବା ସପ୍ତାହରେ ୪,୦୧,୧୬୪ ନମୁନା ପରୀକ୍ଷା କରାଯାଇଥିବା ବେଳେ ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ୩,୮୮,୭୮୮ ପରୀକ୍ଷା ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁ ବଳାତ୍କାର, ଅଭିଯୁକ୍ତଙ୍କୁ ମିଳିଲା ଏହି ଦଣ୍ଡ

ଜୟପୁର,୧୩ା୭(ପବନ ପାଣିଗ୍ରାହୀ): ଜଣେ ନାବାଳିକାଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ମାମଲାର ସୋମବାର ରାୟ ପ୍ରକାଶ ପାଇଛି। ଜୟପୁର ଅତିରିକ୍ତ ଜିଲା ଓ ଦୌରାଜଜ୍‌ ତଥା ପୋକ୍ସୋ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri