Posted inଜାତୀୟ

୨୪ ଘଣ୍ଟିଆ କରୋନା ଟେଷ୍ଟ ବୁଥ ଖୋଲିବାକୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଉଥିବା ବେଳେ ଏବେ ଏହା ଉଭୟ ଜନସାଧାରଣ ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ୨୪ ଘଣ୍ଟିଆ କରୋନା ଟେଷ୍ଟିଂ ସେଣ୍ଟର ଖୋଲିବାକୁ କେନ୍ଦ୍ର ସରକାର ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି । ଉକ୍ତ କେନ୍ଦ୍ରରେ ୨୪ ଘଣ୍ଟିଆ ରାପିଡ ଆଣ୍ଟିଜେନ ଟେଷ୍ଟିଂ ସୁବିଧା ଦିଆଯିବ । ଏହାସହ ସ୍ୱାସ୍ଥ୍ୟକର୍ମୀଙ୍କୁ ଲକ୍ଷଣ ଥିବା ସଂକ୍ରମିତଙ୍କୁ ଦେଶରେ ନିର୍ମିତ କିଟ୍ ବ୍ୟବହାର କରିବାକୁ କହିବାକୁ କୁହାଯାଇଛି ।
ରାଜ୍ୟର ମୁଖ୍ୟ ସଚିବଙ୍କୁ ଲେଖାଯାଇଥିବା ଏକ ପତ୍ରରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଓ ଭାରତୀୟ ଚିକିତ୍ସା ଏବଂ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌)ର ମହାନିର୍ଦ୍ଦେଶକ ଡା. ବଳରାମ ଭାର୍ଗବ କହିଛନ୍ତି, କୌଣସି ବ୍ୟକ୍ତିଙ୍କୁ ଜ୍ୱର, କାଶ, ଥଣ୍ଡା, ଗଳା ଦରଜ, ଗଳା ଫୁଲିବା, ଦେହ ଦରଜ, ସ୍ୱାଦ ଓ ଗନ୍ଧ ବାରି ନ ପାରିବା, ଥକାପଣ ଓ ବାନ୍ତି ଲାଗୁଥିଲେ ସେମାନଙ୍କୁ କରୋନା ସଂକ୍ରମିତ ଭାବେ ଧରିନେବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ମାଆ ସାମ୍ନାରେ ଶିଶୁକୁ ଝାମ୍ପିନେଲା ବାଘ: ଚିକିତ୍ସାଧୀନ ଅବସ୍ଥାରେ ମୃତ

ମୁମ୍ବାଇ,୨୬।୧୦: ମୁମ୍ବାଇର ଆରେ କଲୋନିରେ ସୋମବାର ଏକ କଲରାପତରିଆ ବାଘ ଆକ୍ରମଣରେ ଜଣେ ୧୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଇତିକା ଲୋଟ୍‌ ନାମ୍ନୀ ଶିଶୁଟି...

ଅଜଣା ରୋଗ ନେଲାଣି ୭ ଶିଶୁଙ୍କ ଜୀବନ

ଜୟପୁର,୧୬।୪: ରାଜସ୍ଥାନର ସିରୋହିରେ ୨ରୁ ୧୪ ବର୍ଷ ବୟସର ୭ ଜଣ ପିଲା ଅଜଣା ରୋଗରେ ପ୍ରାଣ ହରାଇଛନ୍ତି। ଗୋଟିଏ ସପ୍ତାହ ମଧ୍ୟରେ ୭ ପିଲାଙ୍କ...

ଟ୍ରେନରେ ଓମ୍‌ ବିର୍ଲା ଭର୍ସେସ୍‌ ମଦୁଆ: ଯୁବକଙ୍କୁ ଗିରଫ କଲା ଆରପିଏଫ୍‌ ପୋଲିସ

ନୂଆଦିଲ୍ଲୀ,୧୦।୯: ଟ୍ରେନରେ ମଦୁଆଙ୍କୁ ଉଚିତ ଶିକ୍ଷା ଦେଲେ ଲୋକ ସଭା ବାଚସ୍ପତି। ନୂଆଦିଲ୍ଲୀରୁ ଇନ୍ଦୋର ଇଣ୍ଟରସିଟି ଏକ୍ସପ୍ରେସର ଏସି ବଗିରେ ରବିବାର ଲୋକ ସଭା ବାଚସ୍ପତି...

‘୨୮ ଦିନରେ କୋଭିଶିଲ୍ଡ ଦ୍ୱିତୀୟ ଡୋଜ୍‌ ଦିଅ’

ପୁଣେ, ୭।୯: କେରଳରେ କୋଭିଡ୍‌ ସଂକ୍ରମଣ ବଢ଼ିଚାଲିଥିବା ବେଳେ ୧୨ ସପ୍ତାହ ପରିବର୍ତ୍ତେ ୪ ସପ୍ତାହ ପରେ କୋଭିଶିଲ୍ଡ ଟିକାର ଦ୍ୱିତୀୟ ଡୋଜ୍‌ ଦେବା ପାଇଁ...

ଲକ୍‌ଡାଉନ୍‌: ଶଗଡ଼ରେ ବ୍ୟବଚ୍ଛେଦ ପାଇଁ ନିଆଗଲା ମୃତଦେହ

ମିରଟ,୧୪।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଭାରତରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ପରିବହନ ବ୍ୟବସ୍ଥା ମଧ୍ୟ ବନ୍ଦ ହୋଇଯାଇଛି। ଉତ୍ତରପ୍ରଦେଶ ମିରଟର ବାଗପତ ଅଞ୍ଚଳର...

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଲଢିବ ନାହିଁ ଜେଜେପି

ଚଣ୍ଡିଗଡ଼,୨୧।୧: ହରିୟାଣାର ଉପ ମୁଖ୍ୟମନ୍ତ୍ରୀ ତଥା ଜନନାୟକ ଜନତା ପାର୍ଟି(ଜେଜେପି)ର ମୁଖ୍ୟ ଦୁଷ୍ୟନ୍ତ ଚୌତାଲା କହିଛନ୍ତି ଚଳିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଲଢିବ...

ପୋଲିସଙ୍କୁ ଆତଙ୍କବାଦୀ ଭାବି ଗୁଳି…

ଜମ୍ମୁ,୨୨।୯: ଜମ୍ମୁ-କଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ଆତଙ୍କବାଦୀ ଭାବି ମନ୍ଦିର ସୁରକ୍ଷାକର୍ମୀ ଗୁଳି ଚଳାଇବାରୁ ତାଙ୍କର ମୃତ୍ୟୁ ଘଟିଛି। କୁପଓ୍ବାରା...

ଏନ୍‌ଡିଏ ପରୀକ୍ଷା ଦେଇପାରିବେ ଛାତ୍ରୀ..

ନୂଆଦିଲ୍ଲୀ,୧୮।୮: ନ୍ୟାଶନାଲ ଡିଫେନ୍ସ୍‌ ଏକାଡେମୀ(ଏନ୍‌ଡିଏ) ପରୀକ୍ଷା ଛାତ୍ରୀମାନେ ଦେଇପାରିବେ। ଏନେଇ ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ସେପ୍ଟେମ୍ବର ୫ରେ...

Advertisement
Archives

Model This Week