ଗାଜା ହସ୍ପିଟାଲରେ ସେଲ୍‌ ମାଡ଼: ୧୨ ମୃତ

ଖାନ୍‌ ୟୁନିସ୍‌/ଜେରୁଜେଲମ୍‌,୨୧ା୧୧: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି। ଉକ୍ତ ହସ୍ପିଟାଲରେ ହଜାର ହଜାର ରୋଗୀ ଓ ଯୁଦ୍ଧ ବିସ୍ଥାପିତ ବହୁଦିନ ଧରି ଆଶ୍ରୟ ନେଇଥିଲେ। ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ସହ ସେମାନଙ୍କ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେବାକୁ ଇସ୍ରାଏଲ୍‌ ଯୁଦ୍ଧକୁ ଜୋର୍‌ଦାର କରିବାରେ ଲାଗିଛି। ସେଠାରେ ଥିବା ଏକ ଇଣ୍ଡୋନେସୀୟ ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ସେଲ୍‌ ମାଡ଼ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଲ୍‌ ଶିଫା ହସ୍ପିଟାଲରୁ ରବିବାର ୩୧ ଜଣ ଅପରିପକ୍ୱ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଇଥିଲା। ଉକ୍ତ ହସ୍ପିଟାଲରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ରୋଗୀ ଅଟକି ରହିଛନ୍ତି। ଇସ୍ରାଏଲ୍‌ ସେନା ଆକ୍ରମଣରେ ପାଖାପାଖି ୧୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା କୁହାଯାଉଛି।
ହସ୍ପିଟାଲଗୁଡ଼ିକରେ ହମାସ୍‌ ଆତଙ୍କବାଦୀ ଆତ୍ମଗୋପନ କରିବା ସହ ଏହାକୁ ସେମାନଙ୍କ କମାଣ୍ଡ ସେଣ୍ଟରରେ ପରିଣତ କରିଥିବା ଅଭିଯୋଗ କରି ଇସ୍ରାଏଲ୍‌ ସେଗୁଡ଼ିକୁ ଟାର୍ଗେଟ କରୁଛି। ଶିଫା ହସ୍ପିଟାଲ ତଳେ ୫୫ ମିଟର ସୁଡ଼ଙ୍ଗ ଠାବ ହୋଇଛି। ଆତଙ୍କବାଦୀମାନେ ଉକ୍ତ ସୁଡ଼ଙ୍ଗରେ ରହିବା ସହ ସେଠାରେ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖିଥିବା ଇସ୍ରାଏଲ୍‌ କହିଛି।
ଇସ୍ରାଏଲ୍‌ ସୈନ୍ୟ ସୋମବାର ଆକ୍ରମଣକୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରଣ କରିଛନ୍ତି। ଗାଜାର ସର୍ବବୃହତ୍‌ ଶରଣାର୍ଥୀ କ୍ୟାମ୍ପ ଜବାଲିଆ ଓ ଏହା ନିକଟରେ ଥିବା ଅନ୍ୟ ଏକ ଉପକୂଳବର୍ତ୍ତୀ କ୍ୟାମ୍ପକୁ ତୁରନ୍ତ ଖାଲି କରିବା ପାଇଁ ଇସ୍ରାଏଲ୍‌ ସେଠାର ବାସିନ୍ଦାମାନଙ୍କୁ କହିଛି। ରବିବାର ଜାବାଲିଆରେ ଆକ୍ରମଣ ଯୋଗୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଥିଲା। ଶନିବାର ଉକ୍ତ ଅଞ୍ଚଳରେ ଥିବା ଏକ ସ୍କୁଲ୍‌ ସମେତ ଦୁଇଟି ସ୍ଥାନରେ ଆକ୍ରମଣ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ସ୍କୁଲ୍‌ରେ ଆକ୍ରମଣକୁ ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲ୍‌କର ଟର୍କ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ହମାସ୍‌ ପଣବନ୍ଦୀ କରିଥିବା ୨୪୦ ଜଣଙ୍କୁ ମୁକ୍ତ କରିବା ଉଦ୍ୟମରେ ଅଗ୍ରଗତି ହେଉଥିବା କାତାରର ମଧ୍ୟସ୍ଥମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

ବିବାହ ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ: ଏହି କ୍ରିକେଟର୍‌ଙ୍କୁ ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୧।୮: ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ବଙ୍ଗଳା କ୍ରିକେଟର ଅଭିଷେକ ପୋରେଲଙ୍କୁ ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଆପରାଧିକ…

ପିକଅପ୍‌-କାର ମୁହାଁମୁହିଁ ଧକ୍କା: ଚାଲିଗଲା ଅମିତାଙ୍କ ଜୀବନ

ଭଞ୍ଜନଗର,୧୧।୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ମୁଜାଗଡ଼ ପେଟ୍ରୋଲ ପମ୍ପ ନିକଟରେ ମଙ୍ଗଳବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ମହିଳା…

ଜାପାନରୁ ଆସୁ ନେତାଜୀଙ୍କ ଅସ୍ଥି: ସୁପ୍ରିମକୋର୍ଟର ଦ୍ବାରସ୍ଥ ହେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ, କେନ୍ଦ୍ରକୁ ନୋଟିସ୍!

ନୂଆଦିଲ୍ଲୀ,୧୧।୮: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଅସ୍ଥିକୁ ଜାପାନର ଟୋକିଓ ସ୍ଥିତ ରେଙ୍କୋଜି ମନ୍ଦିରରୁ ଭାରତ ଆଣିବା ଦାବିକୁ ନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri