Odisha Elections 2024

ଗାଜା ହସ୍ପିଟାଲରେ ସେଲ୍‌ ମାଡ଼: ୧୨ ମୃତ

ଖାନ୍‌ ୟୁନିସ୍‌/ଜେରୁଜେଲମ୍‌,୨୧ା୧୧: ଉତ୍ତର ଗାଜାର ଅନ୍ୟ ଏକ ହସ୍ପିଟାଲ ଚାରିପଟେ ଇସ୍ରାଏଲୀ ସେନା ଆକ୍ରମଣକୁ ଜୋର୍‌ଦାର କରିଛି। ଏହି ଆକ୍ରମଣରେ ୧୨ ଜଣ ନିହତ ହୋଇଛନ୍ତି। ଉକ୍ତ ହସ୍ପିଟାଲରେ ହଜାର ହଜାର ରୋଗୀ ଓ ଯୁଦ୍ଧ ବିସ୍ଥାପିତ ବହୁଦିନ ଧରି ଆଶ୍ରୟ ନେଇଥିଲେ। ହମାସ୍‌କୁ ସମ୍ପୂର୍ଣ୍ଣ ମୂଳପୋଛ କରିବା ସହ ସେମାନଙ୍କ ସାମରିକ ଭିତ୍ତିଭୂମିକୁ ଧ୍ୱଂସ କରିଦେବାକୁ ଇସ୍ରାଏଲ୍‌ ଯୁଦ୍ଧକୁ ଜୋର୍‌ଦାର କରିବାରେ ଲାଗିଛି। ସେଠାରେ ଥିବା ଏକ ଇଣ୍ଡୋନେସୀୟ ହସ୍ପିଟାଲ୍‌ର ଦ୍ୱିତୀୟ ମହଲାରେ ସେଲ୍‌ ମାଡ଼ ହେବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ଗାଜା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି।
ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ଅଲ୍‌ ଶିଫା ହସ୍ପିଟାଲରୁ ରବିବାର ୩୧ ଜଣ ଅପରିପକ୍ୱ ଶିଶୁଙ୍କୁ ଉଦ୍ଧାର କରିଥିଲା। ସେମାନଙ୍କ ମଧ୍ୟରୁ ୨୮ ଜଣଙ୍କୁ ଇଜିପ୍ଟର ଏକ ହସ୍ପିଟାଲକୁ ପଠାଇଥିଲା। ଉକ୍ତ ହସ୍ପିଟାଲରେ ୨୫୦ରୁ ଊର୍ଦ୍ଧ୍ୱ ସଙ୍କଟାପନ୍ନ ରୋଗୀ ଅଟକି ରହିଛନ୍ତି। ଇସ୍ରାଏଲ୍‌ ସେନା ଆକ୍ରମଣରେ ପାଖାପାଖି ୧୨ ହଜାର ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଥିବାବେଳେ ହଜାର ହଜାର ଲୋକ କୋଠାଗୁଡ଼ିକର ଭଗ୍ନାବଶେଷ ତଳେ ପୋତି ହୋଇଯାଇଥିବା କୁହାଯାଉଛି।
ହସ୍ପିଟାଲଗୁଡ଼ିକରେ ହମାସ୍‌ ଆତଙ୍କବାଦୀ ଆତ୍ମଗୋପନ କରିବା ସହ ଏହାକୁ ସେମାନଙ୍କ କମାଣ୍ଡ ସେଣ୍ଟରରେ ପରିଣତ କରିଥିବା ଅଭିଯୋଗ କରି ଇସ୍ରାଏଲ୍‌ ସେଗୁଡ଼ିକୁ ଟାର୍ଗେଟ କରୁଛି। ଶିଫା ହସ୍ପିଟାଲ ତଳେ ୫୫ ମିଟର ସୁଡ଼ଙ୍ଗ ଠାବ ହୋଇଛି। ଆତଙ୍କବାଦୀମାନେ ଉକ୍ତ ସୁଡ଼ଙ୍ଗରେ ରହିବା ସହ ସେଠାରେ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖିଥିବା ଇସ୍ରାଏଲ୍‌ କହିଛି।
ଇସ୍ରାଏଲ୍‌ ସୈନ୍ୟ ସୋମବାର ଆକ୍ରମଣକୁ ଅଧିକ ଅଞ୍ଚଳକୁ ସମ୍ପ୍ରସାରଣ କରିଛନ୍ତି। ଗାଜାର ସର୍ବବୃହତ୍‌ ଶରଣାର୍ଥୀ କ୍ୟାମ୍ପ ଜବାଲିଆ ଓ ଏହା ନିକଟରେ ଥିବା ଅନ୍ୟ ଏକ ଉପକୂଳବର୍ତ୍ତୀ କ୍ୟାମ୍ପକୁ ତୁରନ୍ତ ଖାଲି କରିବା ପାଇଁ ଇସ୍ରାଏଲ୍‌ ସେଠାର ବାସିନ୍ଦାମାନଙ୍କୁ କହିଛି। ରବିବାର ଜାବାଲିଆରେ ଆକ୍ରମଣ ଯୋଗୁ ପ୍ରବଳ ଧୂଆଁ ଉଠୁଥିବା ଦେଖାଯାଇଥିଲା। ଶନିବାର ଉକ୍ତ ଅଞ୍ଚଳରେ ଥିବା ଏକ ସ୍କୁଲ୍‌ ସମେତ ଦୁଇଟି ସ୍ଥାନରେ ଆକ୍ରମଣ ଯୋଗୁ ୮୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିଲା। ସ୍କୁଲ୍‌ରେ ଆକ୍ରମଣକୁ ଜାତିସଂଘ ମାନବାଧିକାର ମୁଖ୍ୟ ଭୋଲ୍‌କର ଟର୍କ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ ହମାସ୍‌ ପଣବନ୍ଦୀ କରିଥିବା ୨୪୦ ଜଣଙ୍କୁ ମୁକ୍ତ କରିବା ଉଦ୍ୟମରେ ଅଗ୍ରଗତି ହେଉଥିବା କାତାରର ମଧ୍ୟସ୍ଥମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ସଂସଦୀୟ ପ୍ରତିନିଧିତ୍ୱ କ୍ଷେତ୍ରରେ ପାକିସ୍ତାନ-ବାଂଲାଦେଶଠାରୁ ବି ପଛରେ ଭାରତ

ନୂଆଦିଲ୍ଲୀ,୧୯ା୫: ଲୋକ ସଭା ନିର୍ବାଚନ ପ୍ରାୟ ଶେଷ ପର୍ଯ୍ୟାୟରେ। ଫଳାଫଳ ପାଇଁ ଆଉ ୧୫ ଦିନ ବାକି ଅଛି। ସମସ୍ତ ଦଳ ସେମାନଙ୍କର ବିଜୟ ଦାବି...

ଆଜି ମହାକାଶ ଯିବେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଗୋପୀଚାନ୍ଦ

ଓ୍ବାଶିଂଟନ,୧୯ା୫: ଜେଫ୍‌ ବେଜୋସ୍‌ଙ୍କ ବ୍ଲ୍ୟୁ ଅରିଜିନ ମିଶନରେ ପ୍ରଥମ ଭାରତୀୟ ସ୍ପେସ୍‌ ଟୁରିଷ୍ଟ ଭାବେ ଗୋପୀଚାନ୍ଦ ଥୋକାତୁରା ରବିବାର ମହାକାଶକୁ ଯାତ୍ରା କରିବେ। ପାଇଲଟ ଗୋପୀଚାନ୍ଦ...

କିର୍‌ଗିଜସ୍ତାନରେ ଭାରତୀୟ ଛାତ୍ରଙ୍କୁ ଆକ୍ରମଣ, ଘରେ ରହିବାକୁ ଦୂତାବାସର ପରାମର୍ଶ

ନୂଆଦିଲ୍ଲୀ,୧୮ା୫: କିର୍‌ଗିଜସ୍ତାନ ରାଜଧାନୀ ବିଶ୍‌କେକ୍‌ରେ କେତେଜଣ ଭାରତୀୟଙ୍କ ସମେତ ବିଦେଶୀ ଛାତ୍ର ଉତ୍ତ୍ୟକ୍ତ ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ସେଠାରେ ଉତ୍ତେଜନା ଲାଗିରହିଥିବାରୁ ଭାରତୀୟମାନେ ଘରେ...

ସିଙ୍ଗାପୁରରେ କରୋନାର ନୂଆ ଓ୍ବେଭ୍‌, ୬ ଦିନରେ ୨୫,୯୦୦ ମାମଲା

ସିଙ୍ଗାପୁର, ୧୮।୫: ଦକ୍ଷିଣ-ପୂର୍ବ ଏସୀୟ ଦେଶ ସିଙ୍ଗାପୁରରେ କରୋନା ଭାଇରସ ପୁଣି ଥରେ ବ୍ୟାପିବାରେ ଲାଗିଛି। ଦେଶରେ ଗତ ୬ ଦିନ ମଧ୍ୟରେ ୨୫,୯୦୦ ନୂଆ...

ଡରିଗଲା ପାକିସ୍ତାନ, ଭାରତକୁ କଲା ଏମିତି ଅନୁରୋଧ

ଇସଲାମାବାଦ୍‌,୧୮।୩: ପାକିସ୍ତାନ ସରକାର ଭାରତ ସହ ସମ୍ପର୍କକୁ ନେଇ ନ୍ୟାଶନାଲ୍‌ ଆସେମ୍ଭଲିରେ ଏକ ଲିଖିତ ଉତ୍ତର ଦେଇଛନ୍ତି। ଭାରତ ସହ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ପାକିସ୍ତାନର...

୩ ପାକିସ୍ତାନୀ ଛାତ୍ରଙ୍କୁ ହତ୍ୟା, ଭାରତୀୟଙ୍କୁ ଘରୁ ନ ବାହାରିବାକୁ ଦିଆଗଲା ପରାମର୍ଶ

ବିଶେକ,୧୮।୫: ମଧ୍ୟ ଏସୀୟ ଦେଶ କିର୍ଗିସ୍ଥାନରେ ମେଡିକାଲ ପଢିବାକୁ ଯାଇଥିବା ଭାରତୀୟ ଏବଂ ପାକିସ୍ତାନୀ ଛାତ୍ରଙ୍କ ଜୀବନ ବିପଦରେ। କିର୍ଗଜସ୍ଥାନରୁ ଖବର ଆସିଛି ଯେ ସେଠାରେ...

ବ୍ରିଟେନରେ କମୁଛି ଅରବପତିଙ୍କ ସଂଖ୍ୟା, ଏହାପରେ ବି ବଢୁଛି ସୁନକଙ୍କ ସମ୍ପତ୍ତି

ଲଣ୍ଡନ,୧୮।୫: ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୁର୍ତ୍ତୀଙ୍କ ସମ୍ପତ୍ତି ବୃଦ୍ଧି ପାଉଛି। ଦୁଇ ବର୍ଷ ପୂର୍ବେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଏବଂ...

ସୋମବାର ଚତୁର୍ଥ ଥର ଆସ୍ଥା ଲୋଡ଼ିବେ ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୧୮ା୫(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକମଲ ଦହଲ ‘ପ୍ରଚଣ୍ଡ’ ତାଙ୍କ ୧୮ ମାସର କାର୍ଯ୍ୟକାଳ ମଧ୍ୟରେ ସୋମବାର ଚତୁର୍ଥ ଥର ପାଇଁ ଆସ୍ଥାଭୋଟ ଲୋଡ଼ିବାକୁ ଯାଉଛନ୍ତି। ସହଯୋଗୀ ଜନତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri