ସବୁଠି ଉତ୍ସବ

ବାରିପଦା ଅଫିସ/ରାଇରଙ୍ଗପୁର, ୨୬।୭(ଡି.ଏନ.ଏ.) ଭାରତର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ମୟୂରଭଞ୍ଜ ମାଟିର ଝିଅ ଦ୍ରୌପଦୀ ମୁର୍ମୁ। ଏନେଇ ଜିଲା ତଥା ଅଞ୍ଚଳବାସୀ ବେଶ୍‌ ଖୁସି ମନାଇଛନ୍ତି। ଜିଲାର ଚାରିଆଡ଼େ ଦେଖିବାକୁ ମିଳିଛି ଉତ୍ସବର ମାହୋଲ। ବିଭିନ୍ନ ସ୍ଥାନରେ ଦ୍ରୌପଦୀ ମୁର୍ମୁଙ୍କ ହୋଡିଂ ଓ ଫଟୋ ଲଗାଯାଇଛି। ଜିଲାରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟର ଲୋକେ ନିଷ୍ଠାର ସହ ପୂଜାପାଠ କରି ଶୁଭ ମନାସିଛନ୍ତି ା ଦ୍ରୌପଦୀ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବା ପରେ ଜନ୍ମମାଟି କୁସୁମୀ ବ୍ଲକ ଉପରବେଡ଼ା ଓ ଶାଶୁଘର ପାହାଡ଼ପୁର ଗ୍ରାମବାସୀ ଖୁସିରେ ଉତ୍‌ଫୁଲ୍ଲିତ ହୋଇପଡ଼ିଛନ୍ତି।
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଛାତ୍ରୀଛାତ୍ରମାନେ ୩ଶହରୁ ଊର୍ଦ୍ଧ୍ୱ ଚାରାରୋପଣ କରିଛନ୍ତି। ସେହିପରି ରାଇରଙ୍ଗପୁରସ୍ଥିତ କଲ୍ୟାଣ ମଣ୍ଡପ ସମ୍ମୁଖରେ ସହରବାସୀ ବାଣ ଫୁଟାଇ ଖୁସି ମନାଇଥିଲେ। ଶ୍ରୀମା ଶ୍ରୀଅରବିନ୍ଦ ସ୍କୁଲର ଛାତ୍ରୀଛାତ୍ର ଓ ଅଞ୍ଚଳବାସୀ ଶପଥପାଠ ଉତ୍ସବର ସିଧା ପ୍ରସାରଣ ଏଲ୍‌ଇଡି ମାଧ୍ୟମରେ ଦେଖି ଉତ୍ସାହିତ ହୋଇଥିଲେ। ମହିଳାପୁରୁଷ, ଛାତ୍ରୀଛାତ୍ରମାନେ ହାତକୁ ହାତ ଧରି ଗୀତ ଓ ମାଦଳର ତାଳେ ତାଳେ ମସଗୁଲ ହୋଇପଡ଼ିଥିଲେ। ପରସ୍ପରକୁ ମିଠା ଖୁଆଇ ଅଭିନନ୍ଦନ ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ପୁଣି ସୃଷ୍ଟି ହେଲା ଲଘୁଚାପ: ୬ ଜିଲାରେ ଅତିପ୍ରବଳ ବର୍ଷା ସମ୍ଭାବନା, ଅରେଞ୍ଜ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୨୯।୮: ବଙ୍ଗୋପସାଗର ପାର୍ଶବର୍ତ୍ତୀ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସକାଳ ୫ଟା ୩୦ପେଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଥିବାର ଜଣାପଡ଼ିଛି।…

ଜୁଏଲଙ୍କ ସାଂଘାତିକ ବୟାନ : ଯିଏ ଅପଦସ୍ଥ କରିବ ତାକୁ ଜାଳିି…

ଭୁବନେଶ୍ୱର, ୨୯।୮(ସୁନିତ୍‌ ମିଶ୍ର): ସମସ୍ତଙ୍କୁ ରକ୍ଷାବନ୍ଧନ ଉପଲକ୍ଷେ ଅଭିନନ୍ଦନ। ରାଉରକେଲାରେ କିଛିଦିନ ହେବ କେତେଜଣ ଲୋକ ପଇସାପତ୍ର ଖର୍ଚ୍ଚକରି ମତେ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି…

ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧…

ଆଉ ଏକ ଲଘୁଚାପ, ୬ ଦିନ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ରେଡ୍‌ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୮ା୮(ବନ୍ଦନା ସେଠୀ) – ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳ ଅଞ୍ଚଳରେ ଉପରିବାୟୁ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଶନିବାର ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର…

ଏମ୍‌ପି ସୁଜିତ କୁମାରଙ୍କଠାରୁ ୫୦ ଲକ୍ଷର ଠକେଇ: ପୂର୍ବତନ ମନ୍ତ୍ରୀଙ୍କ ପୁଅ ଗିରଫ

ଭୁବନେଶ୍ୱର,୨୮ା୮(ତ୍ରିନାଥ ମହାନ୍ତି): ଜମି ଠକେଇ ମାମଲାରେ ପୂର୍ବତନ ମନ୍ତ୍ରୀ ତଥା ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା କ୍ଷେତ୍ରର ପୂର୍ବତନ ବିଜେଡି ବିଧାୟକ ନୃସିଂହ ଚରଣ ସାହୁଙ୍କ ପୁଅ…

ବାରାହା ଫାସରେ ଶାଳୀ-ଭିଣୋଇ: ମୃତ ଶରୀରରକୁ ଉଠାଇ ନେଇ ଗୁମ୍ଫା ଭିତରେ….

ବଲାଙ୍ଗୀର, ୨୮/୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲରମ୍ଭା ଥାନା ଅନ୍ତର୍ଗତ ଗୁଞ୍ଜାଡ଼ିହି ଜଙ୍ଗଲରେ ବାରାହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ତାରରେ ଲାଗି ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri