ସେଲିବ୍ରେସନ

ହରେକୃଷ୍ଣ ଦାସ

ଆମ ସାମାଜିକ, ସାଂସ୍କୃତିକ ଜୀବନରେ ପାଳନ କରାଯାଉଥିବା ବିଭିନ୍ନ ଉତ୍ସବକୁ କଡ଼ା ଟକ୍କର ଦେଇ ଯେଉଁ ଗୁରୁତ୍ୱପୂର୍ଣ୍ଣ ବିଭବଟି ଆମକୁ ଧୀରେ ଧୀରେ ଆଚ୍ଛାଦିତ କଲା, ତାହା ହେଉଛି ବିଭିନ୍ନ ‘ଡେ’ ର ସେଲିବ୍ରେସନ, ଯେମିତି ଟିଚର୍ସ ଡେ, ମଦର୍ସ ଡେ, ପ୍ୟାରେଣ୍ଟ୍‌ସ ଡେ, ଓମେନ୍ସ ଡେ ଇତ୍ୟାଦି ତଥା ବିଭିନ୍ନ ଆନିଭର୍ସାରିର ସେଲିବ୍ରେସନ। ନିଜକୁ ଯୁଗୋପଯୋଗୀ ତଥା ଆଧୁନିକ ପ୍ରମାଣିତ କରିବା ପାଇଁ କାଳେ ଏସବୁ ସହ ଯୋଡ଼ିହୋଇ ରହିବା ନିହାତି ଆବଶ୍ୟକ। ହେଲେ ଏସବୁର ସେଲିବ୍ରେସନ ପ୍ରଣାଳୀରେ ହୃଦୟର ଆବେଗ ନ ଥାଇ ଯେମିତି ଏକ ହାସ୍ୟାସ୍ପଦ ଔପଚାରିକତା ଅନେକ ସମୟରେ ଦେଖାଯାଏ, ତାହା ହଜମ କରିହୁଏନି।
ଗୁରୁଦିବସରେ ପିଲାମାନେ ଆସି ମୁଣ୍ଡିଆ ମାରି ଆଶୀର୍ବାଦ ଭିକ୍ଷା କରିବା ଭିତରେ ଗୁରୁ ଓ ଶିଷ୍ୟଙ୍କ ଭିତରେ ଏକ ଭାବ ସ୍ଥାପନ ହେଉଥିଲା। କିନ୍ତୁ ହସ ଲାଗିଲା ଯେଉଁଦିନ ପିଲାମାନେ ଆଉ ପାଖକୁ ନ ଆସି ‘ହାପି ଟିଚର୍ସ ଡେ’ ଲେଖି ହ୍ବାଟ୍‌ସଆପରେ ପଠେଇଦେଲେ। ଦୈବାତ ଦେଖାହୋଇଗଲେ ମୁଣ୍ଡିଆ ତ ଦୂରର କଥା, କେବଳ ହସି ଦେଇ ‘ହାପି ଟିଚର୍ସ ଡେ’ ଉଇସ କରି ଚାଲିଯାଆନ୍ତି। ତା ଅର୍ଥ, ଟିଚର୍ସ ଡେ ଟା ମୋ ଭଳିଆ ‘ଗୁରୁ’ମାନଙ୍କ ପାଇଁ ଗୋଟେ ଖୁସିର ଦିନ ହେଉ, କୋଉ ଛାତ୍ରୀଛାତ୍ର ଆସି ମୁଣ୍ଡିଆ ନ ମାରନ୍ତୁ କି ଆଶୀର୍ବାଦ ନ ଲୋଡନ୍ତୁ ଚଳିବ, ସେ ଦିନ ସହ ‘ଶିଷ୍ୟ’ମାନଙ୍କର କିଛି ସମ୍ପର୍କ ନାହିଁ। କିଛି ଶିକ୍ଷକ(ଗୁରୁ) ଛାତ୍ରୀଛାତ୍ରଙ୍କୁ ଧରି ପାଶ୍ଚାତ୍ତାଯ ଶୈଳୀରେ କେକ୍‌ କାଟି ମୁହଁରେ ବୋଳି ନିଲଠା ଖୁସି ଦେଖେଇବାକୁ ଚେଷ୍ଟା କରନ୍ତି ଯଦିଓ ଏ ପର୍ବ ପାଳନରେ ଭକ୍ତି ଭାବନା ସନ୍ଦେହାତ୍ମକ। ଜଙ୍ଗଲ ମାଫିଆମାନଙ୍କ ସହ ହାତ ମିଳାଇ ଗଛ କାଟି ଲୁଟି ପ୍ରଚୁର କଳାଧନ କମେଇ ଅନେକ ଥର ସସ୍‌ପେଣ୍ଡ ହୋଇଥିବା ଫରେଷ୍ଟର ବନ୍ଧୁ ଜଣକ ମୁହଁରେ ସାମାନ୍ୟ ସଙ୍କୋଚ ଭାବ ନ ଆଣି ପରିବେଶ ଦିବସର ଶୁଭେଚ୍ଛା ଜଣାନ୍ତି, ଶୁଣିବାକୁ ଟିକିଏ ଅସୁସ୍ଥିକର ଲାଗେ। ଠିକ ସେମିତି ପାରିବାରିକ ତଥା ସାମାଜିକ ଜୀବନରେ ଅନ୍ୟ ମହିଳାମାନଙ୍କୁ ନିର୍ଯାତନା ଓ ଅପମାନ ଦେବାରେ, ଅସମ୍ମାନ ପ୍ରଦର୍ଶନ କରିବାରେ ଆଦୌ ସାଲିସ କରୁ ନ ଥିବା ଅନେକ ନାରୀ ‘ହାପି ଓମେନ୍ସ ଡେ’ ନାରା ଦେଇ ବିଭିନ୍ନ ଲୋକଦେଖାଣିଆ କାର୍ଯ୍ୟକ୍ରମ ଆୟୋଜନ କରି ନିଜ ଶଠତାକୁ ଲୁଚେଇବାକୁ ଚେଷ୍ଟା କରନ୍ତି।
କୌଣସି କଥାରେ ଆବେଗିକ ଭାବେ ଜଡିତ ନ ହେଇ ପାଇଟି ସାରିଲାଭଳି ଜଣକ ପାଖକୁ କେବଳ ‘ଉଇସ୍‌’ଟେ ପଠେଇଦେବା କାମଟି ବର୍ତ୍ତମାନ ବିଭିନ୍ନ ‘ଡେ’ ସେଲିବ୍ରେସନର ମୂଳମନ୍ତ୍ର। କେହି କାହା ସାଙ୍ଗରେ ଶାରୀରିକ ଉପସ୍ଥିତି ସହ ଖୁସି ନ ମନେଇ, ଠାକୁରଙ୍କୁ ପ୍ରାର୍ଥନା ନ କରି ‘ହାପି ରଜ’, ‘ହାପି ରଥଯାତ୍ରା’, ‘ହାପି ଗଣେଶ ପୂଜା’ ଇତ୍ୟାଦି ଲେଖିଦେଲେ କୋଉ ଖୁସି ବଢ଼ିଯାଏ କି ଭକ୍ତି ବିଗଳିତ ହେଇଯାଏ ଠିକ୍‌ ବୁଝାପଡ଼େନି।
ସେଦିନ ସନ୍ଧ୍ୟାରେ ରାଓ ମଉସାଙ୍କ ଘରେ ଚା ପିଇ ଗପସପ ହେବା ଭିତରେ ମାଉସୀ ହସହସ ମୁହଁରେ ଆସି କିଛି ଜିନିଷ ଦେଖେଇ କହିଲେ, ”ଜାଣିଲ ପୁଅ, ଆମ ପିଲାମାନେ ସିନା ଦୂରରେ ରହୁଛନ୍ତି, ହେଲେ ଆମ ମ୍ୟାରେଜ ଆନିଭର୍ସାରି, ମଦର୍ସ ଡେ, ଫାଦର୍ସ ଡେ ଇତ୍ୟାଦି କେବେ ଭୁଲନ୍ତିନି। ଆମର ବହୁତ ଖିଆଲ ରଖନ୍ତି। ହେଇଟି ଆମ ଆନିଭର୍ସାରି ଉପଲକ୍ଷେ ବଡ଼ ପୁଅ ତୁମ ମଉସାଙ୍କ ପାଇଁ ଏ ବ୍ରେସଲେଟ ପଠେଇଥିଲା। ମଦର୍ସ ଡେ ଉପଲକ୍ଷେ ସାନ ପୁଅ ମୋ ପାଇଁ ଏ ପାଟଶାଢ଼ି ପଠେଇଛି। କେଡେ ସୁନ୍ଦର ମେସେଜଟେ ବି ହ୍ବାଟ୍‌ସଆପରେ ପଠେଇଛି, ହେଇ ଦେଖୁନ।“ ମାଉସୀ ନିଜ ପିଲାମାନଙ୍କର ଭକ୍ତି, ଅନୁରକ୍ତି ତଥା ମାଆବାପାଙ୍କ ପ୍ରତି ଯତ୍ନଶୀଳତାର ଦେଖାଣିଆ ବୟାନବାଜି କରୁଥିବା ବେଳେ ମଉସା ଯେମିତି ଲାଜରେ ଝାଉଁଳି ପଡୁଥିଲେ। ତାଙ୍କର ଏ ଅବସ୍ଥା ଦେଖି ମାଉସୀଙ୍କ କଥା ଉପରେ ମୁଁ କିଛି ମନ୍ତବ୍ୟ ଦେଇପାରିଲିନି, ଯଦିଓ ତାଙ୍କୁ ମୁହେଁ ମୁହେଁ ଦି’ ପଦ ଶୁଣେଇଦେବାକୁ ଇଚ୍ଛା ହଉଥିଲା। ମାଉସୀ ଯିବା ପରେ ମୋ ମୁହଁର ଭାବ ପଢ଼ିପାରିଥିବା ରାଓ ମଉସା ଦୀର୍ଘଶ୍ବାସ ଛାଡ଼ି ମୋ ପିଠି ଆଉଁସି ଦେଇ କହିଲେ, ‘ମାଉସୀ କଥାଟା ଧରନି ପୁଅ। ସତ କ’ଣ, ସେ କଥା ତମେ ଜାଣିଛ ବୋଲି ତମ ମାଉସୀ ଜାଣେନି। ମରମ ପୋଡ଼ିଯାଉଥିଲେ ବି ବାହାରକୁ ଖୁସି ଥିବାର ଛଳନା କରୁଛି। ଯେଉଁ ପିଲାମାନଙ୍କର ଦୌରାତ୍ମ୍ୟକୁ ଦାନ୍ତ ଚିପି ସହି ସହି ସାରା ଜୀବନ ଡରି ଡରି ଏମିତି ବଞ୍ଚୁଛୁ ଯେ ତାଙ୍କ ସହ କଥା ହେବାକୁ ବି ଭୟ ଲାଗୁଛି କାଳେ କେତେବେଳେ ପାନରୁ ଚୂନ ଖସିଗଲେ ପ୍ରଳୟ କରିଦେବେ; ସେମାନେ ପଠଉଥିବା ମେସେଜ ଓ ଗିଫ୍ଟ ଆମକୁ ଉପହାସ ଭଳି ଲାଗିଲେ ବି ତାକୁ ଆମେ ସହାସ୍ୟ ବଦନରେ ସୁନ୍ଦର ଉପହାର ବୋଲି ଦେଖେଇ ହେବାକୁ ବାଧ୍ୟ। ନିଜର ଦୁଃଖ, ଅସହାୟତା ଲୁଚାଇରଖି କେବଳ ତୁମ ସାମ୍ନାରେ ନୁହଁ, ହ୍ବାଟ୍‌ସଆପ ଫେସ୍‌ବୁକରେ ମଧ୍ୟ ତମ ମାଉସୀ ମିଛ ଖୁସିର ସେଲିବ୍ରେସନ କରୁଛି। ଚୋର ମାଆ କ’ଣ ଲୋକଙ୍କୁ ଦେଖେଇ କାନ୍ଦିପାରେ କି ପୁଅ? ଏମିତି ବିଭିନ୍ନ ଡେ ପାଳନ କରି ପିଲାମାନେ ଗୁଡ଼ାଏ ଛଳନାର ସେଲିବ୍ରେସନ କରୁଛନ୍ତି, ଆଉ ଆମେ ବି ସେ ଛଳନାରେ ସାମିଲ ହେବାକୁ ବାଧ୍ୟ।’ ମାଉସୀଙ୍କ କଥା ଶୁଣି ତାଙ୍କୁ ବିଦ୍ରୁପ କରିବାକୁ ଇଚ୍ଛା ହେଉଥିଲେ ବି ମଉସାଙ୍କ ଅସହାୟତା ଦେଖି ଖୁବ୍‌ ଦୁଃଖ ଲାଗିଲା। ପରିସ୍ଥିତି ହାଲୁକା କରିବାକୁ ଯାଇ କହିଲି, ‘ସେ କଥା ଛାଡ଼ନ୍ତୁ ମଉସା। ହଁ, କାଲି ଏଇ ପାଖ ଜଗନ୍ନାଥ ମନ୍ଦିରର କର୍ମକର୍ତ୍ତା ବନ୍ଧୁମାନେ ଆମକୁ ଡାକିଛନ୍ତି। ଆପଣ ଦି’ ଜଣ ବି ପ୍ରସ୍ତୁତ ଥିବେ। ସକାଳ ନଅଟା ବେଳେ ଯିବା।’ମୁଁ ଘରେ ପହଞ୍ଚିବା ମାତ୍ରେ ଝିଅ ଆସି ଖୁସି ହୋଇ କହିଲା, ”ଜାଣିଛ ପାପା, କାଲି ରଥଯାତ୍ରା ପାଇଁ ମୋ ସାଙ୍ଗମାନେ ‘ହାପି ରଥଯାତ୍ରା ଇନ୍‌ ଆଡଭାନ୍ସ’ ମେସେଜ ପଠେଇଛନ୍ତି। ମୁଁ କ’ଣ ଲେଖି ପଠେଇବି ଜଲ୍‌ଦି କୁହ।“ ଟିକିଏ ହସିଦେଇ କହିଲି, ଲେଖିଦେ, ‘ପ୍ରଭୁ ଜଗନ୍ନାଥ ସମସ୍ତଙ୍କର କଲ୍ୟାଣ କରନ୍ତୁ।’
ଅଧ୍ୟାପକ, ନିଆଳି କଲେଜ, କଟକ
ମୋ:୯୮୬୧୩୪୫୬୫୮


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?