Posted inଖେଳ

୪୮ତମ ଜନ୍ମଦିନ ପାଳିଲେ: କରୋନା ମୁକ୍ତ ସଚିନ ପ୍ଲାଜ୍‌ମା ଦାନ କରିବେ

ମୁମ୍ବାଇ, ୨୫।୪(ପି.ଟି.)-  ପୂର୍ବତନ ଟିମ୍‌ ଇଣ୍ଡିଆ ଅଧିନାୟକ ସଚିନ ତେନ୍ଦୁଲକର ଶନିବାର ନିଜ ୪୮ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସେ କୋଭିଡ୍‌-୧୯ରୁ ସୁସ୍ଥ ହୋଇଥିବା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ଅନୁମତି ମିଳିଲେ ପ୍ଲାଜ୍‌ମା ଦାନ କରିବେ ବୋଲି କହିଛନ୍ତି। ସଚିନ ମାର୍ଚ୍ଚ ୨୭ରେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ସେ କିଛିଦିନ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ”ଡାକ୍ତରଙ୍କଠାରୁ ମୁଁ ଯାହା ଜାଣିବାକୁ ପାଇଛି ସେ ସମ୍ପର୍କରେ ଏକ ବାର୍ତ୍ତା ଦେବାକୁ ଚାହୁଁଛି। ଗତବର୍ଷ ମୁଁ ଏକ ପ୍ଲାଜ୍‌ମା ଦାନ ସେଣ୍ଟର ଉଦ୍‌ଘାଟନ କରିଥିଲି। ଯଦି ଠିକ୍‌ ସମୟରେ ପ୍ଲାଜ୍‌ମା ଦାନ କରାଯାଏ ତେବେ ରୋଗୀ ଶୀଘ୍ର ସୁସ୍ଥ ହେବା ସମ୍ଭାବନା ରହିଛି“ ବୋଲି ତେନ୍ଦୁଲକର ନିଜ ଟୁଇଟର ପେଜ୍‌ରେ ଏକ ଭିଡିଓ ପୋଷ୍ଟ କରି ପ୍ରକାଶ କରିଛନ୍ତି। ବ୍ୟକ୍ତିଗତ ଭାବେ ତାଙ୍କୁ ଅନୁମତି ମିଳିଲେ ସେ ପ୍ଲାଜ୍‌ମା ଦାନ କରିବେ ବୋଲି ଡାକ୍ତରଙ୍କୁ ଜଣାଇଥିବା ସଚିନ କହିଛନ୍ତି। ଏପ୍ରିଲ ୮ରେ ଡାକ୍ତରଖାନାରୁ ଆସିବା ପରେ ସଚିନ ହୋମ୍‌ ଆଇସୋଲେଶନରେ ଥିଲେ। ନିୟମ ଅନୁସାରେ ଜଣେ ବ୍ୟକ୍ତି ପ୍ଲାଜ୍‌ମା ଦାନ କରିବାର ୧୪ ଦିନ ପୂର୍ବରୁ ତା’ଠାରେ କୌଣସି ଲକ୍ଷଣ ପ୍ରକାଶ ପାଇ ନ ଥିବ। ଯେଉଁମାନେ କୋଭିଡ୍‌-୧୯ରୁ ମୁକ୍ତ ହୋଇଛନ୍ତି ସେମାନେ ନିଜ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଅନୁମତି ମିଳିଲେ ଦୟାକରି ରକ୍ତଦାନ କରନ୍ତୁ। ଏହା ଅନେକ ସମସ୍ୟାକୁ କମାଇ ଦେଇଥାଏ। ଆମେ ଯେତେବେଳେ ଅସୁସ୍ଥ ଥାଉ ସେତେବେଳେ ଆମ ପରିବାର ଏବଂ ବନ୍ଧୁବର୍ଗ କିପରି ସମସ୍ୟାଦେଇ ଗତି କରିଥାନ୍ତି ତାହା ଆମେ ଜାଣିଛେ ବୋଲି ଏହି ଆଇକନିକ୍‌ ଖେଳାଳି ପ୍ରକାଶ କରିଛନ୍ତି। ଚିକିତ୍ସା ସମୟରେ ସକାରାତ୍ମକ ଚିନ୍ତାଧାରାରେ ରଖିଥିବାରୁ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ। ଗତ ମାସ ମୋ ପାଇଁ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ମୁଁ କରୋନାରେ ଆକ୍ରାନ୍ତ ହୋଇଥିବାରୁ ୨୧ଦିନ ଆଇସୋଲେଶନରେ ରହିଥିଲି। ଏହି ସମୟ ମଧ୍ୟରେ ମୋ ପରିବାର, ବନ୍ଧୁବର୍ଗ ଏବଂ ଡାକ୍ତର ସକାରାତ୍ମକ ଚିନ୍ତାଧାରାରେ ରଖିଥିଲେ। ଏହା ମୋତେ ସୁସ୍ଥ ହେବାରେ ବହୁତ ସାହାଯ୍ୟ କରିଥିଲା। ଏଥିପାଇଁ ସମସ୍ତଙ୍କୁ ଅନେକ ଅନେକ ଧନ୍ୟବାଦ ବୋଲି ସଚିନ ଏହି ଭିଡିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ବୈଭବ ସୂର୍ଯ୍ୟବଂଶୀଙ୍କ ସହ ଓପନିଂ କରିବେ ସଞ୍ଜୁ? ବୋଲରଙ୍କ ମୁଣ୍ଡବିନ୍ଧାର କାରଣ ସାଜିବେ ଏହି ଯୋଡ଼ି

ନୂଆଦିଲ୍ଲୀ,୪।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଶେଷ ହେବା ପରେ ଏବେ ପୁଣି ଥରେ ଟି-୨୦ ଫର୍ମାଟ୍‌ରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି ଭାରତୀୟ ଦଳ। ଏହି…

ପ୍ରଥମ ଥର ଭାରତ-ଜାପାନ ଖେଳିବେ ଟି୨୦ମ୍ୟାଚ

ନୂଆଦିଲ୍ଲୀ, ୪ା୯: ଏସିଆନ ଗେମ୍ସ ପୂର୍ବରୁ ସେପ୍ଟେମ୍ବର ୨୨ରେ ଭାରତୀୟ ପୁରୁଷ କ୍ରିକେଟ ଦଳ ଜାପାନ ବିପକ୍ଷରେ ପ୍ରଥମ ଥର ଏକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri