ଗର୍ଭବତୀ କିରାଣିଙ୍କୁ ସିଡିପିଓଙ୍କ ନିର୍ଯାତନା: କରୁଣ କାହାଣୀ ବଖାଣିଲେ, ପେଟରେ ମଲା…

ଡେରାବିଶ,୩୦।୧୦(ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ୍‌ ମହିଳା ଓ ଶିଶୁ ସମନ୍ବିତ ବିଭାଗର ଜଣେ ଗର୍ଭବତୀ କିରାଣିଙ୍କୁ ସିଡିପିଓ ନିର୍ଯାତନା ଦେବାରୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହେବା ଅଭିଯୋଗ ଘଟଣା ଏବେ କେବଳ କେନ୍ଦ୍ରାପଡ଼ା ଜିଲା ନୁହେଁ, ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଅଭିଯୋଗ ପରେ ଏହି ଘଟଣାର ତଦନ୍ତ ଜିଲାପାଳ ଆରମ୍ଭ କରିଛନ୍ତି। ସିଡିପିଓ କିଭଳି ତାଙ୍କୁ ନିର୍ଯାତନା ଦେଲେ ଯାହା ଫଳରେ ତାଙ୍କର ୭ ମାସର ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଲା, ତାହାର କରୁଣ କାହାଣୀ ପୀଡ଼ିତା ତଥା କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ବର୍ଣ୍ଣନା କରିଛନ୍ତି।
ପୀଡ଼ିତା ତାଙ୍କ ବୟାନରେ ୨୦୨୧ ମସିହାରୁ ଏହି ବିଭାଗରେ ଜଣେ କନିଷ୍ଠ କିରାଣି ଭାବେ ନିଯୁକ୍ତି ପାଇଥିଲେ। ଚାକିରି କରିବା ଦିନଠୁଁ ସିଡିପିଓ ସ୍ନେହଲତା ସାହୁ ସବୁ ସମୟରେ ତାଙ୍କୁ ବିଭିନ୍ନ ପ୍ରକାର ଚାପ ପକାଉଥିଲେ। ତେବେ ୩ ମାସ ହେବ ସିଡିପିଓ ସାହୁ ତାଙ୍କୁ ବିଭିନ୍ନ ସମୟରେ ବେଆଇନ କାମ କରିବାକୁ ବାଧ୍ୟକରିବା ସହ ତାଙ୍କ କୋଠରିରେ ଏକ ପ୍ରକାର ନଜରବନ୍ଦୀ ଭାବେ ରହିବାକୁ ବାଧ୍ୟ କରୁଥିଲେ ବୋଲି ପୀଡ଼ିତା କହିଛନ୍ତି। ଯେତେବେଳେ ଦେହ ଅସୁସ୍ଥ ହୁଏ ସିଡିପିଓଙ୍କୁ କହିଲେ ମଧ୍ୟ ଏ ଜାଗାରୁ କେଉଁ ଆଡ଼କୁ ଯାଇପାରିବୁ ନାହିଁ ବୋଲି କୁହନ୍ତି। ତୋତେ ଯାହା କାର୍ଯ୍ୟ ଦିଆଯାଇଛି ସେ କାର୍ଯ୍ୟ କେବଳ ଗୋଟିଏ ଜାଗାରେ ବସି କରିବୁ ବୋଲି ଧମକ ଦେଉଥିଲେ। ତେବେ ଗତ ୨୫ ତାରିଖରେ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ମୋର ପେଟର ଯନ୍ତ୍ରଣା ବୃଦ୍ଧି ପାଇଥିଲା। ଏ ବିଷୟରେ ସିଡିପିଓଙ୍କୁ ବାରମ୍ବାର କହିଥିଲେ ମଧ୍ୟ ସେ ମୋ କଥାକୁ ଶୁଣି ନ ଥିଲେ। ପରିସ୍ଥିତି ଏପରି ହୋଇଥିଲା କେବଳ ମୋ ଚେୟାରରେ ବସି ଛଟପଟ ହେଉଥିବା ବେଳେ ସିଡିପିଓ ତାଙ୍କ ରୁମ୍‌ରେ ବସି ରହିଥିଲେ। ତେବେ କାର୍ଯ୍ୟାଳୟ କର୍ମଚାରୀଙ୍କଠାରୁ ଖବର ପାଇ ବାପା ଓ ଜଣେ ସମ୍ପର୍କୀୟ ଘଟଣାସ୍ଥଳକୁ ଆସିଥିଲେ। ବାପା ସିଡିପିଓଙ୍କୁ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ବାପାଙ୍କୁ ଦୁର୍ବ୍ୟବହାର କରିଥିଲେ। ପରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେବା ପରେ ମୋର ଗର୍ଭସ୍ଥ ଶିଶୁ ମୃତ ବୋଲି ଡାକ୍ତର କହିଥିଲେ। ମୋ ପିଲାର ମୃତ୍ୟୁ ପାଇଁ ସିଡିପିଓ ସମ୍ପୂର୍ଣ୍ଣ ଦାୟୀ ବୋଲି ବର୍ଷା କହିଛନ୍ତି। ଏ ସମ୍ପର୍କରେ ପରିବାର ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ଜିଲାପାଳ ସ୍ମୃତିରଞ୍ଜନ ପ୍ରଧାନ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ପୀଡ଼ିତାଙ୍କ ବାପା ରବୀନ୍ଦ୍ର ନାୟକଙ୍କଠାରୁ ସେଦିନର ଘଟଣା ସମ୍ପର୍କରେ ଜିଲାପାଳ ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି। ଏହି ସ୍ପର୍ଶକାତର ଘଟଣା ସମ୍ପର୍କରେ ପୀଡ଼ିତାଙ୍କ ପରିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିକଟରେ ଅଭିଯୋଗ କରିଥିବା ବାପା ରବୀନ୍ଦ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?