ସିଡିପି ୨୦୪୦: ୬ ସ୍ଥାନରେ ଟ୍ରକ୍‌ ପାର୍କିଂ ଯୋଜନା

ଭୁବନେଶ୍ୱର, ୩୧।୩ (ବନ୍ଦନା ସେଠୀ)ରାଜଧାନୀ ଭୁବନେଶ୍ୱରରେ ଟ୍ରକ ପାଇଁ ପାର୍କିଂ ସ୍ଥଳ ନାହିଁ। ତେଣୁ ଦୂରଦୂରାନ୍ତରରୁ ଆସୁଥିବା ଟ୍ରକଗୁଡିକ ପାଇଁ ସହରର ରାସ୍ତାକଡ, ସରକାରୀ ଜମି, ଓଭରବ୍ରିଜ ତଳ ଏବଂ ଉପକଣ୍ଠରେ ଥିବା ଢାବାଗୁଡିକ ପାର୍କିଂସ୍ଥଳ ପାଲଟିଛି। ଏଥିପାଇଁ ଅନେକ ସମୟରେ ସ୍ଥାନୀୟବାସୀଙ୍କୁ ଟ୍ରାଫିକ୍‌ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ସହର ଭିତରେ ବଡ ଟ୍ରକଗୁଡିକର ପାର୍କିଂକୁ ନେଇ ବିଭିନ୍ନ ସମୟରେ ବିବାଦ ଉପୁଜିବାରେ ଲାଗିଛି। ସେହିପରି ଟ୍ରକ୍‌ ରଖୁଥିବା ସ୍ଥାନଗୁଡିକରେ ଡ୍ରାଇଭରମାନଙ୍କ ପାଇଁ ଶୌଚ ହେବାକୁ ସୁବିଧା ନ ଥିବାରୁ ସେମାନେ ହଇରାଣ ହେବା ସହ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ବିଡିଏ ପକ୍ଷରୁ ଜାରି ହୋଇଥିବା ସିଡିପି ୨୦୪୦ରେ ବ୍ୟବସ୍ଥା କରାଯାଇଛି। ରାଜଧାନୀର ଉପକଣ୍ଠ ଅଞ୍ଚଳରେ ୬ଟି ସ୍ଥାନରେ ଟ୍ରକ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ରହିଛି। ବନମାଳୀପୁର-ପ୍ରତାପଶାସନ ରୋଡ୍‌ର ପୁରୁଣାପ୍ରଧାନ ଗ୍ରାମରେ ୧.୪ ହେକ୍ଟର ପରିମିତ ଜମିରେ ବସ ଏବଂ ଟ୍ରକ ଡିପୋ କରାଯିବାର ଯୋଜନା ରହିଛି। ସେହିପରି ସୁନନ୍ଦରପଦା-ଜଟଣୀ ରୋଡ୍‌ ଜାମୁକୋଳି ଗ୍ରାମରେ ୫.୧୨ହେକ୍ଟର ଜମିରେ ବସ ଏବଂ ଟ୍ରକ ଡିପୋ, ଏନ୍‌ଏଚ୍‌-୩୧୬ ପିପିଲି ଶାସନରେ ୧.୨୧ ହେକ୍ଟର ଏବଂ ଏନଏଚ-୧୬ରେ ଥିବା ଦଳେଇପୁଟରେ ୧୦.୬୧ ହେକ୍ଟର ଜମିରେ ସ୍ବତନ୍ତ୍ର ଟ୍ରକ ଟର୍ମିନାଲ ବ୍ୟବସ୍ଥା କରାଯାଇଛି। ସେହିପରି ଅଟ୍ରି ରୋଡ ପାନବରଜ ଗ୍ରାମରେ ୬୮.୨୮ ହେକ୍ଟର ଜମିରେ ବସ ଏବଂ ଟ୍ରକ ଟର୍ମିନାଲ ଏବଂ ଖୋର୍ଦ୍ଧା ହଳଦିଆ ରୋଡ ନୂଆପଡା ଗ୍ରାମରେ ୨୭.୭୧ ହେକ୍ଟର ଜମିରେ ବସ ଏବଂ ଟ୍ରକ ଟର୍ମିନାଲକୁ ନିର୍ମାଣ ପାଇଁ ଯୋଜନା ରହିଛି। ଏଠାରେ ବହୁସଂଖ୍ୟାରେ ଟ୍ରକ ପାର୍କିଂ ପାଇଁ ବ୍ୟବସ୍ଥା କରାଯିବ। ସେହିପରି ଡ୍ରାଇଭରଙ୍କ ସୁବିଧା ପାଇଁ ଭୋଜନାଳୟ, ଶୌଚାଳୟ ସହ ବିଶ୍ରାମ କରିବା ବ୍ୟବସ୍ଥା ଉପଲବ୍ଧ ହେବ। ବହୁ ଦୂରରୁ ଆସୁଥିବା ଟ୍ରକ୍‌ଗୁଡିକ ଏଠାରେ ଜିନିଷ ଲୋଡିଂ, ଅନ୍‌ଲୋଡିଂ କରି ପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ବଙ୍ଗୋପସାଗରରେ ପୁଣି ଲଘୁଚାପ: ରାଜ୍ୟରେ ପ୍ରବଳ ବର୍ଷା, ୩୦ରୁ ୪୦ କିମି ବେଗରେ…

ଭୁବନେଶ୍ୱର,୧୬।୮: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ଘନୀଭୂତ…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ସ୍ବାଧୀନତା ଦିବସରେ ରକ୍ତଦାନ କଲେ ସ୍ବେଚ୍ଛାସେବୀ

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ସ୍ବାଧୀନତା ଦିବସ ଅବସରରେ ବରଗଡ଼ର ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାର ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଜିଲାସ୍ତରୀୟ ସ୍ବାଧୀନତା ଦିବସ…

ପତାକା ଉତ୍ତୋଳନକୁ ନେଇ ଟଣାଓଟରା

ଖଲ୍ଲିକୋଟ,୧୫।୮(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ପରିସରରେ ସ୍ବଧୀନତା ଦିବସ ପାଳନ ବେଳେ ପତାକା ଉତ୍ତୋଳନକୁ ନେଇ ବିଡିଓ ଦେବାଶିଷ ସାମଲ ଏବଂ ବ୍ଲକ…

ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ, ପତାକା ଉତ୍ତୋଳନ କଲେ ଉପଜିଲାପାଳ

ସୁବର୍ଣ୍ଣପୁର,୧୫।୮(ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁରଠାରେ ଉପଖଣ୍ଡସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି l ବୀରମହାରାଜପୁର ଉପଜିଲାପାଳ ସୁରେନ୍ଦ୍ର କୁମାର ମେହେର ପତାକା ଉତ୍ତୋଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri