ସାହିଯାତ ପାଇଁ ଜିଲା ପ୍ରଶାସନର ବୈଠକ

ପୁରୀ,୩୧ା୩(ଅଜିତ୍‌ ମହାନ୍ତି)ଶ୍ରୀକ୍ଷେତ୍ରର ପ୍ରାଚୀନ ଓ ଅନନ୍ୟ ପରମ୍ପରା ସାହିଯାତ। ଚଳିତ ବର୍ଷ ଏପ୍ରିଲ ୧୭ତାରିଖ ପବିତ୍ର ରାମ ନବମୀଠାରୁ ସାହିଯାତ ଆରମ୍ଭ ହୋଇ ମେ’ ୧ତାରିଖ ରାମାଭିଷେକ ଶେଷ ହେବ। ଶ୍ରୀକ୍ଷେତ୍ରର ପ୍ରାଚୀନ ଆଠ ସାହିର ବାସିନ୍ଦା ୬୦ଜାଗା ଘର ସୌଜନ୍ୟରୁ ୮ଆଖଡ଼ା ନେତୃତ୍ୱରେ ସାହିଯାତ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ସାହି ଯାତକୁ ସୁପରିଚାଳନା ପାଇଁ ଆଠ ସାହି ଆଖଡ଼ାର ମୁରବିମାନଙ୍କ ସହ ଏକ ବୈଠକ ଶନିବାର ସକିର୍ଟ ହାଉସ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଯାତ୍ରା ସମୟରେ ଯେପରି ଶାନ୍ତିଶୃଙ୍ଖଳା ରକ୍ଷା କରାଯିବା ସହ ଶୃଙ୍ଖଳିତ ଭାବରେ ଯାତ ବାହାରି ବାଦି ସାହି ପରିକ୍ରମା କରିବ ସେ ନେଇ ଆଲୋଚନା ହୋଇଥିଲା। ନିର୍ଦ୍ଧାରିତ ସମୟରେ ରାସ୍ତାଘାଟ, ଆଲୋକୀକରଣ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଜିଲା ପ୍ରଶାସନର ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିବା ପାଇଁ ନିଷ୍ପତ୍ତି ହୋଇଛି। ତେବେ ନିର୍ବାଚନ ଆଚରଣ ବିଧି ରହିଥିବାରୁ ନୂତନ କାର୍ଯ୍ୟ ପାଇଁ ଅନୁମତି ଅଣାଯିବ। ନିର୍ଦ୍ଧାରିତ ସମୟରେ ସମସ୍ତ କାର୍ଯ୍ୟ ଶେଷ କରାଯିବ ବୋଲି ଜିଲାପାଳ ସୂଚନା ଦେଇ କହିଛନ୍ତି। ଅପରପକ୍ଷରେ ବୈଠକ ସମ୍ପର୍କରେ ଆଠ ସାହି ଆଖଡ଼ା କମିଟି ସଦସ୍ୟ ତଥା ହରଚଣ୍ଡୀ ସାହି ଆଖଡାର ଯୁଗ୍ମ ସମ୍ପାଦକ କହିଛନ୍ତି, ଜିଲା ପ୍ରଶାସନ ସହ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଶାନ୍ତି ଶୃଙ୍ଖଳାରେ ଯେପରି ସାହିଯାତ ସମ୍ପନ୍ନ ହେବ ସେ ନେଇ ଜିଲାପାଳ ଆଲୋଚନା କଲେ। ଯାତର ୧୦ ଦିନ ପୂର୍ବରୁ ସମସ୍ତ କାର୍ଯ୍ୟ ସରିବା ପାଇଁ ପ୍ରଶାସନ ପ୍ରତିଶ୍ରୁତି ଦେଇଛି। ପ୍ରଶାସନ କରିଥିବା କମିଟିରେ ଆଠ ସାହି ଆଖଡାର ଦୁଇଜଣ ସଦସ୍ୟ ରହିଛନ୍ତି। ଆଠ ସାହିର ରାସ୍ତା, ପାଣି, ଡ୍ରେନେଜର ଆଦି କାର୍ଯ୍ୟର ସମୀକ୍ଷା କରିବା ସମୟରେ ଦୁଇ ସଦସ୍ୟଙ୍କ ସହ ଉକ୍ତ ସାହିର ମୁରବି ରହି କାର୍ଯ୍ୟର ସମୀକ୍ଷା କରିବେ। ପରମ୍ପରା ଅନୁଯାୟୀ ସାହିଯାତ କ୍ରମରେ ରାମନବମୀ ତିଥି ଅବସରରେ କାଳିକାଦେବୀ ସାହି ପକ୍ଷରୁ ରାମଜନ୍ମ ନୀତି ସମ୍ପନ୍ନ କରାଯିବ। ତେଣୁ ୧୭ ତାରିଖ ଠାରୁ ସାହି ଯାତ ଆରମ୍ଭ ହେବ। ସେହିଭଳି ୧୮ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ଯଜ୍ଞ ରକ୍ଷା ନୀତି ଓ ମାଟି ମଣ୍ଡପ ସାହି ପକ୍ଷରୁ ନିଶାଣ ଶୋଭାଯାତ୍ରା ହେବ। ୧୯ ତାରିଖରେ ହରଚଣ୍ଡୀ ସାହି ପକ୍ଷରୁ ପର୍ଶୁରାମ କଳା ହରଣ ନୀତି କରାଯିବ। ୨୦ତାରିଖରେ ମାର୍କେଣ୍ଡଶ୍ୱର ସାହି ପକ୍ଷରୁ ବନବାସ ନୀତି, ୨୨ରେ କୁଣ୍ଡେଇବେଣ୍ଟ ସାହି ପକ୍ଷରୁ ସୀତାଚୋରୀ ନୀତି, ୨୩ରେ ଦୋଳମଣ୍ଡପ ସାହି ପକ୍ଷରୁ ଲଙ୍କାପୋଡ଼ି ନୀତି, ୨୪ରେ ବାଲି ସାହି ପକ୍ଷରୁ ସେତୁ ବନ୍ଧ ପ୍ରସ୍ତାବ ନୀତି, ୨୫ରେ ବାଲି ସାହି ପକ୍ଷରୁ ରାବଣ ବଧ ପ୍ରସ୍ତାବ ନୀତି ସମ୍ପନ୍ନ କରାଯିବ। ସେହିପରି ୧ ତାରିଖରେ ଗୌଡ଼ବାଡ଼ ସାହି ପକ୍ଷରୁ ରାମାଭିଷେକ ଏବଂ ପତିଆରା ଅନୁମାନ ନୀତି ହେବା ନେଇ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

ପୁଣି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ; ଶିବସେନା ସମେତ କିଏ କିଏ ସାମିଲ? ଜାଣନ୍ତୁ…

ମୁମ୍ବାଇ,୪।୧୦: ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେ ଏବଂ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମୁଖ୍ୟ ରାଜ ଠାକରେ ରବିବାର (ଅକ୍ଟୋବର ୪), ମୁମ୍ବାଇରେ ମୁଖ୍ୟ ନିର୍ବାଚନ…

ଶନିଙ୍କ ବଡ଼ ଚଳନ: ଏହି ରାଶିଙ୍କ ଉପରେ ଧନବର୍ଷା, ଏମାନଙ୍କର ବଢିବ ଚିନ୍ତା; ଜାଣନ୍ତୁ ଆପଣଙ୍କ ରାଶିଫଳ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ, କାରଣ ଏହାର ବ୍ୟାପକ ପ୍ରଭାବ ସମସ୍ତ ରାଶି ଉପରେ ଦେଖିବାକୁ ମିଳେ। ବିଶେଷ କରି ସାଢ଼େସାତୀ…

ଚେକ୍‌ ବାଉନ୍ସ ମାମଲା: ସୁଧମୂଳ ସହ ୪୨.୫୦ ଲକ୍ଷ ଟଙ୍କା ଫେରାଇବେ ଆର୍‌ଆଇ, ଜରିମାନା ଅର୍ଥ ଅନାଦେୟ ହେଲେ…

ଭଞ୍ଜନଗର,୪ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ଚେକ୍‌ ବାଉନ୍ସ ମାମଲାର ବିଚାରଣ କରାଯାଇ ରାୟ ପ୍ରକାଶ ପାଇଛି। ମାମଲାର ଅଭିଯୁକ୍ତ ରାଜସ୍ବ ନିରୀକ୍ଷକ…

ପ୍ରସ୍ତୁତ କରୁଥିଲେ ଦେଶୀ ମଦ, ୨ ଜଣଙ୍କୁ ବାନ୍ଧି କୋର୍ଟ ପଠାଇଲା ଅବକାରୀ ପୋଲିସ

କେସିଙ୍ଗା,୪ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାର ଉପନିରୀକ୍ଷକ ମଳୟ କୁମାର ପ୍ରଧାନଙ୍କ ନେତୃତ୍ୱରେ ବ୍ଲକର କୁଣ୍ଢାବନ୍ଧ ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ପାଟ୍ରୋଲିଂ କରୁଥିବା ସମୟରେ…

ଅପହଞ୍ଚ ଗାଁରେ ଆଶାର କିରଣ: ସ୍ୱାବଲମ୍ବୀ ହେବେ ସାନ୍ତାଳୀ ମହିଳା, ମିଶନ ଶକ୍ତିରେ ଯୋଡ଼ି ହୋଇ…

ମହାକାଳପଡ଼ା,୪ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ଉପକୂଳ ସମୁଦ୍ର ତଟରେ ଅବସ୍ଥିତ ଅପହଞ୍ଚ ସାନ୍ତାଳୀ ଗ୍ରାମ ‘ପାଣିଖିଆ’। ଅନାଦି କାଳରୁ ଏହି ଗ୍ରାମର ସାନ୍ତାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?