ସିସିଟିଭିରେ କଏଦ ହେଲା ମହିଳାଙ୍କ ଚୋରି ଭିଡିଓ, ଦୋକନକୁ ଯାଇ…

ମୋହନା,୨୮।୭(ମନ୍ମଥ ମିଶ୍ର): ମୋହନାରେ କିଛିଦିନ ହେଲା ଠାକୁରାଣୀ ମନ୍ଦିରରୁ ମା’ଙ୍କ କିରଟି ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିଲା । ଏହାସହ ପାନୀୟ ଜଳ ଯୋଗାଣ ପମ୍ପ ହାଉସରୁ ବିଦ୍ୟୁତ ତାର ଚୋରି ହୋଇଥଲା । ଏହାରି ଭିତରେ ଆଉ ଏକ ଚୋରି ଘଟଣା ସାମ୍ନାକୁ ଆସିଛି । ମୋହନା ବଜାରରେ ଦିନ ଦ୍ୱିପ୍ରହରରେ ଏକ ଦୋକାନରୁ ପ୍ରେସର କୁକର ଚୋରି ଘଟଣାର ସିସିଟିଭି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଜଣେ ମହିଳା ଅତ୍ୟନ୍ତ ଚତୁରତାର ସହ ପ୍ରେସର କୁକର ନେଇ ଯାଉଥିବା ଦୃଶ୍ୟ କଏଦ ହୋଇଛି । କିଛିଦିନ ହେଲା ମୋହନା ଅଞ୍ଚଳରେ ଚୋରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଘଟଣାରେ ତାଙ୍କ ସହ ଜଣେ ପୁରୁଷ ମଧ୍ୟ ଥିବା ଦେଖାଯାଇଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କୁ ମହିଳାଙ୍କ ସ୍ୱାମୀ ବୋଲି ସନ୍ଦେହ କରୁଛନ୍ତି । ମୋହନା ବଜାର ସ୍ଥିତ ଏକ ଦୋକାନରେ ଘଟିଥିବା ଏହି ଚୋରି ଘଟଣା ସିସିଟିଭି କ୍ୟାମେରାରେ ସ୍ପଷ୍ଟ ଭାବେ କଏଦ ହୋଇଛି। ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହେଉଥିବା ବେଳେ ଯାହାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି । ଦୋକାନୀ ଏବଂ ସ୍ଥାନୀୟ ଲୋକେ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ବେହାଲ ବାଲେଶ୍ୱର, ଜଳାର୍ଣ୍ଣବ ଚାଷଜମି

ବାଲେଶ୍ୱର,୨୮।୭(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ମଙ୍ଗଳବାର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି । ମଥାନୀ…

ଲଗାଣ ବର୍ଷାରେ ରାସ୍ତା ବେହାଲ୍‌: ଭାଙ୍ଗିଲା ଝାଟିମାଟି ଘର

କେସିଙ୍ଗା,୨୮।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପଥ ର୍ଲା ଗ୍ରାମ ପଞ୍ଚାୟତ ଅଧୀନସ୍ଥ ମାଲପଡାର ଜିତେନ ଚଣ୍ଡୀଙ୍କ ଏକ ଝାଟିମାଟି ଘର ଲଗାଣ ବର୍ଷାରେ ଗତକାଲି…

OSSTET-୨୦୨୬ ପରୀକ୍ଷା ତାରିଖ ଘୋଷଣା: ଏହିଦିନଠୁ ଆବେଦନ ପ୍ରକ୍ରିୟା ଆରମ୍ଭ!

କଟକ,୨୮।୭: ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ), ଓଡ଼ିଶା ପକ୍ଷରୁ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି)-୨୦୨୬ର ତାରିଖ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି। ବିଏସଇ…

ଅଗଷ୍ଟ ୧୩ରେ ଚାମେଲୀଙ୍କ ବିରୋଧରେ ଆସିବ ଅନାସ୍ଥା ପ୍ରସ୍ତାବ: ୨୨ ୱାର୍ଡସଭ୍ୟଙ୍କ ମଧ୍ୟରୁ ୨୧ ସଭ୍ୟାସଭ୍ୟ…

କେନ୍ଦ୍ରାପଡ଼ା/ମହାକାଳପଡ଼ା,୨୮ା୭ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ତିଖିରୀ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆସନ୍ତା ଅଗଷ୍ଟ ୧୩ରେ ଅନାସ୍ଥା ପ୍ରସ୍ତାବ ଆସିବ। ଗତ…

ଲଗାଣ ବର୍ଷା, କେନ୍ଦୁଝରରେ ଆଜି ସମସ୍ତ ସ୍କୁଲ ଛୁଟି

ବଞ୍ଚୋ/କେନ୍ଦୁଝର,୨୮।୭(ପ୍ରଦୋଷ ବିଶ୍ୱାଳ /ନରେଶ ପଟ୍ଟନାୟକ ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଏବଂ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ଜିଲାପାଳ…

ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ହାଣିବା ଘଟଣା, ୨୪ଘଣ୍ଟାରେ ଧରିଲା ପୋଲିସ

ପୁରୁଷୋତ୍ତମପୁର,୨୮।୭( ସବିତାମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହର କାଳୀମନ୍ଦିର ଛକ ନିକଟରେ ସ୍ବଷ୍ଚ ଦିବାଲୋକରେ ଜଣେ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ ହୋଇଥିଲା ।ନିର୍ମମଭାବରେ ହାଣି ହତ୍ଯାଉଦ୍ଯମ କରିବା…

ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ନିଷ୍ପତ୍ତିକୁ ସ୍ବାଗତ କଲେ କନ୍ଧମାଳ ଏମପି: କହିଲେ, ଏହା ଏକ ମାଇଲଖୁଣ୍ଟ

ଦାରିଙ୍ଗବାଡି,୨୮।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ନାମରେ ନାମିତ କରିବା ନିଷ୍ପତ୍ତିକୁ ନେଇ ଦାରିଙ୍ଗବାଡି ଅଞ୍ଚଳରେ…

ବଢୁଛି ବନ୍ୟା ଜଳ: ବିପଦପୂର୍ଣ୍ଣ ଭାବେ ଚାଲୁଛି ଡଙ୍ଗା

ମହାକାଳପଡ଼ା,୨୮ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତ ମହାନଦୀରେ ବଢୁଛି ବନ୍ୟା ଜଳ। ଏହା ଦ୍ବାରା ମହାନଦୀ – ବାହାକୁଦ – ମୂଷାଡିଆ ଫେରିଘାଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri