ସିବିଏସ୍‌ଇ ଦ୍ୱାଦଶ ପ୍ରାକ୍ଟିକାଲ ପରୀକ୍ଷା ସମ୍ଭାବ୍ୟ ତାରିଖ ଘୋଷଣା

ଭୁବନେଶ୍ୱର, ୨୩ା୧୧(ବ୍ୟୁରୋ):ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍‌ଇ) ଦ୍ୱାଦଶ ଶ୍ରେଣୀ ପ୍ରାକ୍ଟିକାଲ ପରୀକ୍ଷା ପାଇଁ ସମ୍ଭାବ୍ୟ ତାରିଖ ଘୋଷଣା କରିଛି। ଏ ନେଇ ରବିବାର ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଜାନୁୟାରୀ ୧ରୁ ଫେବୃୟାରୀ ୮ ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିବା ତାରିଖଗୁଡ଼ିକ ସମ୍ଭାବ୍ୟ ଓ ବୋର୍ଡ ପରବର୍ତ୍ତୀ ସମୟରେ ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ଘୋଷଣା କରିବ ବୋଲି ସିବିଏସ୍‌ଇ ସ୍ପଷ୍ଟ କରିଛି। ପ୍ରାକ୍ଟିକାଲ୍‌ ପରୀକ୍ଷା କରିବା ପାଇଁ ସିବିଏସ୍‌ଇ ଏକ ଏସ୍‌ଓପି ମଧ୍ୟ ଜାରି କରିଛି। ପ୍ରାକ୍ଟିକାଲ୍‌ ପରୀକ୍ଷା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ତାରିଖ ପଠାଯିବ। ସମ୍ପୃକ୍ତ ବିଦ୍ୟାଳୟରେ ପ୍ରାକ୍ଟିକାଲ ପରୀକ୍ଷା ଓ ପ୍ରୋଜେକ୍ଟ ମୂଲ୍ୟାଙ୍କନ କାର୍ଯ୍ୟ କରାଯିବ। ପ୍ରାକ୍ଟିକାଲ ପରୀକ୍ଷାରେ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ପରୀକ୍ଷକ ରହିବେ। ପ୍ରାକ୍ଟିକାଲ ପରୀକ୍ଷା, ପ୍ରୋଜେକ୍ଟ ମୂଲ୍ୟାଙ୍କନ ତଦାରଖ କରିବା ପାଇଁ ଜଣେ ପର୍ଯ୍ୟବେକ୍ଷକ ନିଯୁକ୍ତ ହେବେ। ମୂଲ୍ୟାଙ୍କନ ପରେ ବିଦ୍ୟାଳୟଗୁଡ଼ିକ ବୋର୍ଡ ଦ୍ୱାରା ଦିଆଯାଇଥିବା ଲିଙ୍କ୍‌ରେ ପରୀକ୍ଷା ଫଳାଫଳ ଅପଲୋଡ୍‌ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ପରେ ବି ମିଳିଲାନି ପାରିଶ୍ରମିକ

ଫିରିଙ୍ଗିଆ, ୨୪ା୧ – ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାମ କରି ଦୁଇ ବର୍ଷ ହେଲା ଶ୍ରମିକମାନେ ପାରିଶ୍ରମିକ ପାଇ...

ଖତ ଖାଉଛି ‘ଜନନୀ ଏକ୍ସପ୍ରେସ୍‌’

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.)- ଗର୍ଭବତୀମାନଙ୍କୁ ହସ୍ପିଟାଲକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ‘ଜନନୀ ଏକ୍ସପ୍ରେସ୍‌’ ବ୍ୟବସ୍ଥା କରାଯାଇଛି। ହେଲେ ଅବହେଳା କାରଣରୁ କିଛି ସ୍ଥାନରେ...

ଆସିପାରେ ଆଉ ଏକ ବାତ୍ୟା: ୮ରେ ଲଘୁଚାପ

ଭୁବନେଶ୍ୱର,୭।୬(ବ୍ୟୁରୋ): ବାତ୍ୟା ‘ଅମ୍ଫନ’ର କ୍ଷତ ଭରି ନ ଥିବା ବେଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ମୁଣ୍ଡ ଟେକିବା ପରିସ୍ଥିତି ଉପୁଜିଲାଣି। କେନ୍ଦ୍ରୀୟ...

ବଲାଙ୍ଗୀର ସିଲେଟକାନୀରେ ଶିଶୁବଳି ସନ୍ଦେହ

ବଲାଙ୍ଗୀର ଅଫିସ/ଦେଓଗଁ।, ୫ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗଁ। ଥାନା ଅନ୍ତର୍ଗତ ସିଲେଟକାନୀ ଗଁ। ନିକଟ ସୋନଗଡ ନଦୀ କୂଳରୁ ବୁଧବାର ଜଣେ ନାବାଳକଙ୍କ ମୁଣ୍ଡଗଣ୍ଡି ବିଚ୍ଛିନ୍ନ...

ଟ୍ରାକ୍ଟର ଚାପାରେ ଛାତ୍ର ମୃତ, ଉତ୍ତେଜନା

ଲୋଇସିଂହା, ୧୨।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଆଗଲପୁର ବ୍ଲକ ଅନ୍ତର୍ଗତ ବିନ୍ଧାପାଲି ଗାଁରେ ଟ୍ରାକ୍ଟର ଚାପାରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି।...

ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ୨ବର୍ଷ:‘ଜୀବନରେ ଲୁହ ଛଡ଼ା କିଛି ନାହିଁ’

ବଲାଙ୍ଗୀର ଅଫିସ/ପାଟଣାଗଡ଼ (ଡି.ଏନ.ଏ.), ୨୩ା୨: ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ରବିବାର ୨ ବର୍ଷ ପୂରିବ। ଏହି ୨ ବର୍ଷ ଭିତରେ ନ୍ୟାୟ...

ଅଣସରରେ ପାଇବେ ପୂଜା

ପୁରୀ ଅଫିସ, ୧୩ା୬: ଶୀତଳ ଷଷ୍ଠୀଠାରୁ ଚାଲିଛି ତିନିଠାକୁରଙ୍କ ପଟିଦିଅଁ ନିର୍ମାଣ। ଚିତ୍ରକର ସାହିରେ ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ବାସେଳୀ ସାହିରେ ମହାପ୍ରଭୁ...

ଚାଇନାରୁ ଭୁବନେଶ୍ୱର ଆସିଲା ଅକ୍ସିଜେନ ସିଲିଣ୍ଡର, ଯାହାକି ଦେଶରେ ପ୍ରଥମ

ଭୁବନେଶ୍ୱର,୩୦ା୫(ବ୍ୟୁରୋ): ଚାଇନାରୁ ରବିବାର ଭୁବନେଶ୍ୱରରେ ଆସି ପହଞ୍ଚିଛି ଅକ୍ସିଜେନ ସିଲିଣ୍ଡର। ଏକ ସ୍ବତନ୍ତ୍ର ବିମାନ ଯୋଗେ ଏହି ଅକ୍ସିଜେନ ସିଲିଣ୍ଡର ସିଧାସଳଖ ଭୁବନେଶ୍ୱରରେ ଆସି ପହଞ୍ଚିଛି।...

Advertisement


Archives

Model This Week

Why Dharitri