ସ୍କୁଲ୍‌ ବନ୍ଦ ପ୍ରସଙ୍ଗରେ ନୂଆ ଯୁକ୍ତି:‘ମିଶ୍ରଣ ନିଷ୍ପତ୍ତି କେନ୍ଦ୍ରର’

ଭୁବନେଶ୍ୱର,୨୩ା୧୧(ବ୍ୟୁରୋ):ରାଜ୍ୟରେ କୌଣସି ସ୍କୁଲ ବନ୍ଦ କରାଯାଉନାହିଁ। ଏହାକୁ ନିକଟସ୍ଥ ସ୍କୁଲ ସହ ମିଶ୍ରଣ କରାଯାଉଛି। ଏହି ମିଶ୍ରଣ ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ବୋଲି ସରକାରୀ ଦଳ ରବିବାର ଗୃହରେ ଉପସ୍ଥାପନ କରିଛି। ସ୍କୁଲ୍‌ ମିଶ୍ରଣ ପ୍ରସଙ୍ଗରେ କେନ୍ଦ୍ର ଉପରେ ଦୋଷ ଲଦି ବିଜେଡି ବିଧାୟକ ପ୍ରତାପ ଦେବ କହିଥିଲେ, ୨୦୧୭ରୁ କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ସ୍କୁଲ ମିଶ୍ରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏପରି କି ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ତାଗିଦ କରିଆସୁଛନ୍ତି। ଦେଶରେ ପ୍ରାୟ ୪ଲକ୍ଷ ସ୍କୁଲରେ ୫୦ରୁ କମ୍‌ ଛାତ୍ରୀଛାତ୍ର ପଢ଼ୁଛନ୍ତି। କେନ୍ଦ୍ର ସରକାର କମ୍‌ ପିଲାଥିବା ସ୍କୁଲକୁ ନିକଟସ୍ଥ ସ୍କୁଲ ସହ ମିଶାଇଦେବାକୁ କହୁଛନ୍ତି। କେନ୍ଦ୍ରର ସମଗ୍ର ଶିକ୍ଷା ଅଭିଯାନ ଅନ୍ତର୍ଗତ ଏହି ପଦକ୍ଷେପ ନିଆଯାଉଛି। କେନ୍ଦ୍ରର ନୂତନ ଶିକ୍ଷାନୀତିରେ ମଧ୍ୟ ଏନେଇ ଉଲ୍ଲେଖ ରହିଛି। ରାଜ୍ୟ ସରକାର କ୍ୱାଣ୍ଟିଟି ନୁହେଁ, କ୍ୱାଲିଟି ଏଜୁକେଶନ ପ୍ରଦାନ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ବିରୋଧୀ ଦଳ ଚାଲି ନଜାଣି ବାଟକୁ ଦୋଷ ଦେଉଥିବା ପ୍ରତାପ ଭାଜପାକୁ ଟାର୍ଗେଟ କରିଥିଲେ।
ରାଜ୍ୟରେ ୧୪,୫୦୦ ସ୍କୁଲ୍‌ ବନ୍ଦ ପ୍ରସଙ୍ଗକୁ ନେଇ ରବିବାର ଗୃହରେ ସ୍ବତନ୍ତ୍ର ଆଲୋଚନା ହୋଇଥିଲା। ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପୂର୍ବାହ୍ନ ୧୦ଟା ୩୦ରେ ଗୃହ ଆରମ୍ଭରୁ ପ୍ରାଥମିକ ଶିକ୍ଷାର ଏକତ୍ରୀକରଣ, ସୁବ୍ୟବସ୍ଥିତ ନୀତି ଓ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଆଲୋଚନା ଆରମ୍ଭକରି ପ୍ରମିଳା କହିଥିଲେ, ଜାତୀୟ ଶିକ୍ଷା ନୀତି ଅନୁସାରେ ସ୍କୁଲ୍‌ଗୁଡ଼ିକରେ ସରକାର ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି। ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚତ୍ତ କରିବା ପାଇଁ ନୁହେଁ ବରଂ ଶିକ୍ଷାକୁ ସୁଦୃଢିକରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଯେଉଁ ସ୍କୁଲ୍‌ଗୁଡ଼ିକୁ ପାଖ ସ୍କୁଲ ସହ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି, ଯଦି ସେଠାରେ ଛାତ୍ରୀଛାତ୍ରଙ୍କ ନାମଲେଖା ବଢିବ ତା’ହେଲେ ସେ ସ୍କୁଲ ପୁଣିଥରେ ଚାଲିପାରିବ। ଏନେଇ ଯଦି କାହାର କିଛି ଅଭିଯୋଗ ରହୁଛି ତାହେଲେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ନିକଟରେ ସେ ଅଭିଯୋଗ କରିପାରିବେ ଓ କମିଟି ତାହାର ପୁନର୍ବିଚାର କରିବ ବୋଲି ପ୍ରମିଳା କହିଥିଲେ।
ଅପରପକ୍ଷରେ ସାଢ଼େ ୧୪ ହଜାର ସ୍କୁଲ ବନ୍ଦ ନିଷ୍ପତ୍ତି ଆତ୍ମଘାତୀ ବୋଲି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ। ରାଜ୍ୟର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ପ୍ରତିବର୍ଷ ୧୧ଲକ୍ଷ ଛାତ୍ରୀଛାତ୍ର ନାମ ଲେଖାଉଛନ୍ତି। ମାତ୍ର ସେମାନଙ୍କ ମଧ୍ୟରୁ କେବଳ ୬ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି। ବଳକା ୫ଲକ୍ଷ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡ଼ୁଛନ୍ତି। ଯଦି ଏତେସଂଖ୍ୟକ ସ୍କୁଲ ବନ୍ଦ ହୁଏ, ତା’ହେଲେ ଡ୍ରପ୍‌ଆଉଟ୍‌ ସଂଖ୍ୟା ଦୁଇଗୁଣା ହୋଇଯିବ ବୋଲି ସେଠୀ କହିଥିଲେ। ଯଦି ସରକାର ଏ ନିଷ୍ପତ୍ତି ନିଅନ୍ତି ତାହେଲେ କେବଳ କୋରାପୁଟରେ ୮୦୦ ସ୍କୁଲ ବନ୍ଦ ହୋଇଯିବ ଓ ବହୁ ପିଲା ଅଧାରୁ ପାଠ ଛାଡ଼ିବେ। ବିଧାୟକ, ମନ୍ତ୍ରୀମାନେ ସେମାନଙ୍କ ପିଲାଙ୍କୁ ଇଣ୍ଟରନ୍ୟାଶନାଲ ସ୍କୁଲ୍‌ରେ ପଢାଉଥିବାରୁ ଏଭଳି ସମ୍ବେଦନଶୀଳ ଘଟଣାକୁ ବୁଝିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀ ଏ ଘଟଣାକୁ ସମ୍ବେଦନଶୀଳତାର ସହ ବିଚାର କରିବାକୁ ସେ କହିଥିଲେ। ରିଡ୍ରେସାଲ କମିଟିକୁ ଅଧିକ ସରଳ(ଫ୍ଲେକ୍ସିବୁଲ) କରିବା ସହ ଜିଲାପାଳଙ୍କ ପରିବର୍ତ୍ତେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଏନେଇ ନିଷ୍ପତ୍ତି ନେବାର ଅଧିକାର ଦେବାକୁ ସେଠୀ ଦାବି କରିଥିଲେ। ସେହିଭଳି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳରେ ଏକାଧିକ ଗ୍ରାମରେ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଥିଲେ। ରାଜଧାନୀ ଭୁବନେଶ୍ୱର ନିକଟରେ ସରକାର ବହୁ ସ୍କୁଲ ବନ୍ଦ କରିଦେଇଛନ୍ତି। ଏପରିକି ୬୦ରୁ ଅଧିକ ଛାତ୍ରୀଛାତ୍ର ଥାଇ ମଧ୍ୟ ଅନେକ ସ୍କୁଲକୁ ବନ୍ଦ କରିଦିଆଯାଇଛି। ଯଦି ଭୁବନେଶ୍ୱର ଉପକଣ୍ଠ ଅଞ୍ଚଳ ଏମିତି, ତା’ହେଲେ ଉପାନ୍ତ ଅଞ୍ଚଳ ଅବସ୍ଥା ଅନୁମାନଯୋଗ୍ୟ ବୋଲି ସୁର କହିଥିଲେ।
ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପ୍ରସଙ୍ଗକୁ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ଗୃହରେ ଉଠାଇଥିଲେ। ସର୍ବଶିକ୍ଷା ଅଭିଯାନରେ ପ୍ରଥମେ କେନ୍ଦ୍ର ୯୦ଭାଗ ଓ ରାଜ୍ୟ ୧୦ଭାଗ ଅର୍ଥ ପ୍ରଦାନ କରୁଥିଲା। ପରେ ତାହା ୭୫:୨୫ ଏବଂ ମୋଦି ସରକାରଙ୍କ ସମୟରେ ଏବେ ୬୦:୪୦ରେ ପହଞ୍ଚତ୍ଲାଣି। କେନ୍ଦ୍ର ଆରମ୍ଭ କରୁଥିବା ଯୋଜନା ପାଇଁ ରାଜ୍ୟ ସରକାର କ’ଣ ପାଇଁ ୪୦% ଅର୍ଥ ଦେବେ ବୋଲି ମିଶ୍ର ବିରୋଧୀ ଭାଜପା ସଦସ୍ୟଙ୍କୁ ପ୍ରଶ୍ନ କରିଥିଲେ। ଶିକ୍ଷା ବ୍ୟବସ୍ଥାରେ ଉଜ୍ଜ୍ୱଳା ଓ ଉତ୍‌ଥାନ ଭଳି ଯୋଜନା ପାଇଁ ନୀତି ଆୟୋଗ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରୁଥିବା ନେଇ ତଥ୍ୟ ସହ ଗୃହରେ ଉପସ୍ଥାପନ କରିଥିଲେ। ଶିକ୍ଷା କ୍ଷେତ୍ରରେ ସଂସ୍କାର ଆଣିବାକୁ ରାଜ୍ୟ ସରକାର ପ୍ରୟାସ କରୁଥିବା ବିଜେଡି ବିଧାୟକ ଅମର ଶତପଥୀ କହିଥିବାବେଳେ ବିଧାୟକ ଶଶିଭୂଷଣ ବେହେରା ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇଥିଲେ। ଓଡ଼ିଶାକୁ ଡ୍ରେ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ଦେବାକୁ ସର୍ବଶିକ୍ଷା ଅଭିଯାନରେ କେନ୍ଦ୍ରୀୟ ଅନୁଦାନ ହ୍ରାସପାଇଛି। ଜାତୀୟ ଶିକ୍ଷାନୀତି ଆଧାରରେ ବିଦ୍ୟାଳୟ ଏକତ୍ରୀକରଣ ନିଷ୍ପତ୍ତି ନିଆଯାଇଥିବା ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୟଶଙ୍କରଙ୍କ ବଡ଼ ବୟାନ, କହିଲେ ମୂକଦର୍ଶକ ହୋଇ….

ନୂଆଦିଲ୍ଲୀ, ୨୫।୧୦: ବିଶ୍ୱରେ ଜାରି ରହିଥିବା ଯୁଦ୍ଧକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌. ଜୟଶଙ୍କର । ସେ କହିଛନ୍ତି, ଯେକୌଣସି ସ୍ଥାନରେ…

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨୫।୧୦: ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିଥିବା ସୂଚନା ରହିଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ…

ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର

ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ…

ଖୋର୍ଦ୍ଧା ଜିଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ମୁଖ୍ୟାଳୟ ଛାଡ଼ିଲେ ହେବ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୨୫ା୧୦(ପ୍ରଭାତ ପାଣିଗ୍ରାହୀ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସମ୍ଭାବ୍ୟ ବାତ୍ୟା ଓ ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲାର ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି…

କ୍ରିକେଟ୍‌ ଜଗତରେ ଶୋକର ଛାୟା, ୧୮ ବର୍ଷରେ ଯୁବ କ୍ରିକେଟରଙ୍କ ପରଲୋକ

ଢ଼ାକା,୨୫।୧୦: ବାଂଲାଦେଶ କ୍ରିକେଟ୍‌ ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯୁବ କ୍ରିକେଟର ମେହେଦୀ ହାସନ ହୃଦୟଙ୍କର ପରଲୋକ ହୋଇଛି । ସେ ଗତ…

ବାତ୍ୟା ଆଶଙ୍କା: ୫ IASଙ୍କୁ ମିଳିଲା ପରିଚାଳନା ଦାୟିତ୍ୱ, ଜାଣନ୍ତୁ କାହାକୁ କେଉଁ ଜିଲା…

ଭୁବନେଶ୍ୱର,୨୫ା୧୦: ସମ୍ଭାବ୍ୟ ବାତ୍ୟା ଓ ଏହାର ପରବର୍ତ୍ତୀ ସ୍ଥିତିର ସଫଳ ପରିଚାଳନା ପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ବାତ୍ୟା ଯୋଗୁ ଅଧିକ ପ୍ରଭାବିତ…

ଘର ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟି ନେଲେ ୨୦ ଭରି ସୁନା ଅଳଙ୍କାର ସହ ସ୍କୁଟି

ଦିଗପହଣ୍ଡି,୨୫ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ୧ ନଂ ଓ୍ବାର୍ଡ ପୁଞ୍ଜିକୟଁା ଛକ ବିଷଧର ନଗରରେ ରହୁଥିବା ପ୍ରଧାନଶିକ୍ଷକ ପଦ୍ମନ ଶବରଙ୍କ ଘର ଗ୍ରୀଲ୍‌…

ପ୍ରାକୃତିକ ବିପର୍ଯ୍ୟୟରେ ମହିଳାଙ୍କ ସୁରକ୍ଷା ଓ ଅନ୍ତର୍ଭୁକ୍ତୀକରଣ ଉପରେ କର୍ମଶାଳା

ଭଞ୍ଜନଗର, ୨୫ା୧୦ (ବାବୁଲା ପ୍ରଧାନ): ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ଅନ୍ତର୍ଭୁକ୍ତୀକରଣକୁ ଗୁରୁତ୍ୱ ଦେବା ଉଦ୍ଦେଶ୍ୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?