Posted inଜାତୀୟ

ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ କମ୍‌ ନମ୍ବର ଅବା ଫେଲ୍‌ ହେଲେ ପୂର୍ବ ମାର୍କ ବଜାୟ ରଖୁ ସିବିଏସ୍‌ଇ, ଡିସେମ୍ବରରେ ଶୁଣାଣି …

ନୂଆଦିଲ୍ଲୀ,୨୨।୧୧: ସିବିଏସ୍‌ଇ ଦ୍ୱାଦଶ ବୋର୍ଡରେ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଦେଇ କମ୍‌ ନମ୍ବର ଅବା ଫେଲ୍‌ ହୋଇଥିବା ଶିକ୍ଷାର୍ଥୀଙ୍କର ପୂର୍ବ ମାର୍କ ବଜାୟ ରହିବା ଲାଗି ସୁପ୍ରିମ୍‌କୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣିକୁ ଡିସେମ୍ବର ୬ କୁ ଘୁଞ୍ଚାଇ ଦିଆଯାଇଛି। ସିବିଏସ୍‌ଇକୁ ଏନେଇ ନିର୍ଦ୍ଦେଶ ଦେବାକୁ ଆବେଦନରେ ଉଲ୍ଲେଖ କରାଯାଇଛି।

ବିଚାରପତି ଏ.ଏମ୍‌.ଖାନଓ୍ବିଲ୍‌କର ଏବଂ ସି.ଟି. ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ବିଚାର ସମୟରେ ସିବିଏସ୍‌ଇ ଆଇନଜୀବୀଙ୍କ ପକ୍ଷରୁ ଉପଯୁକ୍ତ ନିର୍ଦ୍ଦେଶ ହସ୍ତଗତ ହେବା ଲାଗି ସମୟ ଲୋଡ଼ା ଯାଇଥିବାରୁ ଏହାକୁ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରବିବାର ସନ୍ଧ୍ୟାରେ ତାଙ୍କୁ କପି ମିଳିଥିବା ସିବିଏସ୍‌ଇ ଆଇନଜୀବୀ ଖଣ୍ଡପୀଠଙ୍କ ସମ୍ମୁଖରେ ପ୍ରକାଶ କରିଥିଲେ।

ପୂର୍ବରୁ ଏନେଇ ଆଗୁଆ କପି ଶିକ୍ଷାର୍ଥୀଙ୍କ ଆଇନଜୀବୀ ମମତା ଶର୍ମାଙ୍କ ପକ୍ଷରୁ ସିବିଏସ୍‌ଇ ଏବଂ ମାନବ ସମ୍ବଳ ବିକାଶ କେନ୍ଦ୍ରୀୟ ଏଜେନ୍ସିଙ୍କୁ ପ୍ରଦାନ କରାଯାଇଥିଲା। ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ଖରାପ ହେଲେ ପୂର୍ବ ନମ୍ବର ଜାରି ରଖିବାକୁ ସେ ଆବେଦନରେ ଦର୍ଶାଇଥିଲେ। ୨୦୨୧ ଜୁନ୍‌ ୧୭ରେ ପ୍ରକାଶିତ ପରୀକ୍ଷା ଫଳର ମୂଲ୍ୟାଙ୍କନ ନୀତିର ଧାରା ୨୮ ଅର୍ନ୍ତଗତ ସେମାନଙ୍କ ମୂଳ ନମ୍ବରକୁ ରଦ୍ଦ କରି ଦିଆଯିବାର ଆଶଙ୍କା ଥିବା ଆବେଦନରେ କୁହାଯାଇଛି। ତେବେ ଏଭଳି ନୀତିକୁ ପ୍ରତ୍ୟାହାର କରିବାକୁ ଆବେଦନରେ କୁହାଯାଇଛି।

ସିବିଏସ୍‌ଇ ମୂଲ୍ୟାଙ୍କନ ନୀତିର ଧାରା ୨୮ ଅର୍ନ୍ତଗତ ଇମ୍ପ୍ରୁଭ୍‌ମେଣ୍ଟ୍‌ ପରୀକ୍ଷାରେ ହାସଲ ହୋଇଥିବା ନମ୍ବରକୁ ଚୂଡ଼ାନ୍ତ ଭାବେ ଧରାଯିବ। ମାତ୍ର ଏହାକୁ କମ୍‌ ନମ୍ବର ଅବା ଫେଲ କ୍ଷେତ୍ରରେ ହଟାଇବାକୁ ଆବେଦନରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୋଇଥିବା ବେଳେ ଫୁଟିଲା ଗୁଳି, ୨ ଯବାନ ଶହୀଦ

ଇମ୍ଫାଲ,୨୭।୪: ମଣିପୁରରେ ପୁଣି ହିଂସା। କେନ୍ଦ୍ରୀୟ ରିଜର୍ଭ ଫୋର୍ସର ଯବାନମାନେ ଶୋଇଥିବା ବେଳେ ସେମାନଙ୍କ ଉପରକୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ । ଏଥିରେ ଦୁଇ ଯବାନ...

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri