ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ , ସୁପ୍ରିମ୍‌କୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୧୧: ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ ହେବ ନାହିଁ ବୋଲି ଗୁରୁବାର ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟର୍ମ-୧ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବାକୁ କେତେକ ଛାତ୍ର ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଚାରପତି ଏ.ଏମ୍‌. ଖାନଓ୍ବିଲକର ଏବଂ ସିଟି ରବିକୁମାରଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ବିଚାର କରି ଆବେଦନକୁ ଖାରଜ କରିଛନ୍ତି।

ସରକାରଙ୍କ ପକ୍ଷରୁ ଖଣ୍ଡପୀଠଙ୍କ ସମ୍ମୁଖରେ ଉପସ୍ଥିତ ଥିବା ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, କରୋନା ମାର୍ଗଦର୍ଶିକା ପାଳନ କରାଯାଇ ବୋର୍ଡ ପରୀକ୍ଷା ଅନୁଷ୍ଠିତ କରାଯିବା ଲାଗିସମସ୍ତ ପ୍ରସ୍ତୁତି ହୋଇଛି। ସେହିପରି ପରୀକ୍ଷା କେନ୍ଦ୍ର ସଂଖ୍ୟାକୁ ୬,୫୦୦ରୁ ୧୫,୦୦୦କୁ ବୃଦ୍ଧି କରାଯାଇଛି।

ଗୋଟିଏ କେନ୍ଦ୍ରରେ ୧୨ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ପାରିବେ। ପୂର୍ବରୁ ଏହୀ କ୍ଷମତା ୪୦ ଥିଲା। ସେହିପରି ପରୀକ୍ଷା ସମୟ ସୀମା ୩ ଘଣ୍ଟାରୁ ୯୦ ମିନିଟ୍‌କୁ କମାଇ ଦିଆଯାଇଥିବା ସୋଲିସିଟର ଜେନେରାଲ କହିଛନ୍ତି।

୩୪ ଲକ୍ଷ ସିବିଏସ୍‌ଇ-ଆଇସିଏସ୍‌ଇ ପରୀକ୍ଷାର୍ଥୀ ଟର୍ମ-୧ ବୋର୍ଡ ପରୀକ୍ଷା ଦେବେ। ଏନେଇ ପ୍ରସ୍ତୁତି ଶେଷ ହୋଇଥିବା ସୋଲିସିଟର ଜେନେରାଲ ପ୍ରକାଶ କରିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ଆଇଜନୀବୀ ସଞ୍ଜୟ ହେଗ୍‌ଡେ ଯୁକ୍ତି କରିଥିଲେ ଯେ, କରୋନା ସଂକ୍ରମଣ ଏବେ ମଧ୍‌ୟ ଜାରି ରହିଛି। ଏପରିସ୍ଥଳେ ପିଲାଙ୍କୁ ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା ଦେବାକୁ ଅନୁମତି ମିଳୁ। ଭିଡ଼ ହେଉଥିବା ସ୍ଥାନରେ ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଛି। ମହାମାରୀ ସଙ୍କଟ ସମୟରେ ଅଫ୍‌ ଲାଇନ୍‌ରେ ପରୀକ୍ଷା ଲାଗି ସ୍ବୀକୃତି ଦେବା ଠିକ୍‌ ନୁହେଁ ବୋଲି ସେ କହିଥିଲେ। ଗତ ବର୍ଷ ପରୀକ୍ଷା ଅନ୍‌ ଲାଇନ୍‌ରେ କରାଯାଇଥିଲା। ତେଣୁ ସ୍ଥିତି ତଥା ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇବ୍ରିଡ୍‌ ମୋଡ୍‌ରେ ପରୀକ୍ଷା କରାଯିବା ଉଚିତ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ। ଯେହେତୁ ପରୀକ୍ଷା ଏମ୍‌ସିକ୍ୟୁ ହେଉଛି, ତେଣୁୁ ଅନ୍‌ ଲାଇନ୍‌ରେ ବିକଳ୍ପ ଦିଆଯିବା ଆବଶ୍ୟକ।

ବିଚାରପତି ଖାନଓ୍ବିଲକର କହିଥିଲେ ଯେ, ଅକ୍ଟୋବର ୧୪ରେ ପରୀକ୍ଷା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମାତ୍ର ନଭେମ୍ବର ୫ରେ ସିବିଏସ୍‌ଇ-ଆଇସିଏସ୍‌ଇ ଟର୍ମ-୧ ବୋର୍ଡ ପରୀକ୍ଷା ହାଇବ୍ରିଡ୍‌ ମୋଡ୍‌ରେ କରିବା ଲାଗି ଆବେଦନ ନଭେମ୍ବର ୫ରେ ବିଚାର ପାଇଁ ତାଲିକାଭୁକ୍ତ ହୋଇଥିଲା। ପରେ ନଭେମ୍ବର ୧୫ରେ ପୋଷ୍ଟିଂ କରାଯାଇଥିଲା। ପରୀକ୍ଷା ପାଇଁ ପ୍ରସ୍ତୁତି ସରିଥିବା ବେଳେ ଶେଷ ମୁହୂର୍ତ୍ତରେ କୌଣସି ଅଦଳବଦଳ କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri