ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ସନ୍ଧ୍ୟାରେ ସିବିଆଇ ଟିମ୍‌ ମୁମ୍ବାଇରେ ପହଞ୍ଚିଥିଲା। ଶୁକ୍ରବାର ସକାଳେ ସିବିଆଇର ୧୬ଜଣିଆ ଏସ୍‌ଆଇଟି ଟିମ୍‌ ଏହି ମାମଲାର ତଦନ୍ତ ପାଇଁ ବାନ୍ଦ୍ରା ସ୍ଥିତ ଡିଏସ୍‌ପି ଅଭିଷେକ ତ୍ରିମୁଖେଙ୍କ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ପୋଟ୍ରୋକଲ୍‌ ଅନୁସାରେ ସୁଶାନ୍ତଙ୍କ ମାମଲାର ଯାଞ୍ଚକୁ ନେଇ ଆଲାଚନା କରିବାକୁ ପହଞ୍ଚିଛି ସିବିଆଇ ଟିମ୍‌। ଏହି ସମୟରେ ଡିଏସ୍‌ପି ପୂର୍ବରୁ ତଦନ୍ତ ହୋଇଥିବା ସମସ୍ତ ଡକ୍ୟୁମେଣ୍ଟକୁ ସିବିଆଇକୁ ହସ୍ତାନ୍ତର କରିବେ। ଏଥିରେ ଏପର୍ଯ୍ୟନ୍ତର ସମସ୍ତ ତଥ୍ୟ, ଫରେନ୍‌ସିକ୍‌ ରିପୋର୍ଟ, ରେକର୍ଡ ହୋଇଥିବା ବୟାନ ଆଦି ରହିଛି। ଏହାପରେ ସବିଆଇ ଅଭିତନେତ୍ରୀ ତଥା ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ସମନ ପଠାଇ ଜେରା କରିପାରେ। ଏଥିସହ ସୁଶାନ୍ତଙ୍କ ରୋଷେୟା ନୀରଜ, ୨ଜଣ ଡିଏସ୍‌ପି ଓ ବ୍ୟାଙ୍କ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରିବ ସିବିଆଇ। ଆଗାମୀ ୨-୩ ମଧ୍ୟରେ ମୁମ୍ବାଇରେ ସିବିଆଇ କ୍ରାଇମ୍‌ ସିନ୍‌ ରିକ୍ରିଏଟ୍‌ କରିପାରେ ବୋଲି ସୂଚନା ରରହିଛି। ମୁମ୍ବାଇ ସ୍ଥିତ ଡିଆରଡିଓ ଗେଷ୍ଟ ହାଉସ୍‌ରେ ସିବିଆଇ ଟିମ୍‌ ଏମାନଙ୍କୁ ଜେରା କରିବା ସହ ବୟାନ ରେକର୍ଡ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଦଳର ନେତୃତ୍ୱରେ ଥିଲେ ଭାଜପା ବିରୋଧରେ ଛୋଟ ଦଳଙ୍କୁ ଏକଜୁଟ କରିଥାନ୍ତି: ଥରୁର…

ନୂଆଦିଲ୍ଲୀ,୨।୪ : ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ଭାଜପାକୁ ପରାସ୍ତ କରିବାକୁ ବିରୋଧୀ ଦଳ ମଧ୍ୟରେ ଆଲୋଚନା ଚାଲିଛି। ଏହି ସମୟରେ କଂଗ୍ରେସ...

ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି ନାହିଁ

ନୂଆଦିଲ୍ଲୀ,୪।୫: ପାକିସ୍ତାନରେ ଡାକ୍ତରୀ ଶିକ୍ଷା ଲାଭ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରଙ୍କ ପାଇଁ ନ୍ୟାଶନାଲ ମେଡିକାଲ କମିଶନ ଏବଂ ଡେଣ୍ଟାଲ କମିଶନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି...

ମୋତେ ଫରକ ପଡ଼େନାହିଁ ଟ୍ରୋଲ୍‌: ମଲାଇକା

ମୁମ୍ବାଇ: ଅଭିନେତ୍ରୀ ମଲାଇକା ଆରୋରା ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଯିଏ ନିଜ ଷ୍ଟାଇଲ୍‌ରେ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ବଢ଼ାଇଥାନ୍ତି। ତାଙ୍କର ଏହି ଷ୍ଟାଇଲ୍‌...

୧୮୬ ବର୍ଷ ତଳେ ଇଂଲଣ୍ଡରେ ଦେହତ୍ୟାଗ କରିଥିଲେ ଏହି ଭାରତୀୟ ରାଜା…

ରାଜା ରାମମୋହନ ରାୟଙ୍କୁ ଭାରତୀୟ ପୁନର୍ଜାଗରଣର ଅଗ୍ରଦୂତ ଏବଂ ଆଧୁନିକ ଭାରତର ନିର୍ମାତା କୁହାଯାଏ। ଭାରତୀୟ ସାମାଜିକ ଏବଂ ଧାର୍ମିିକ ପୁନର୍ଜାଗରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା...

କୃଷକ ଆନ୍ଦୋଳନରେ ହିଂସା ପାଇଁ ପାକିସ୍ତାନର ଷଡଯନ୍ତ୍ର

ନୂଆଦିଲ୍ଲୀ,୨୫ ।୧: ସାଧାରଣତନ୍ତ୍ର ଦିବସରେ କୃଷକମାନେ ଟ୍ରାକ୍ଟର ରାଲି କରିବାକୁ ଦିଲ୍ଲୀ ପୋଲିସ ରବିବାର ୩ଟି ମାର୍ଗରେ ଅଧିକାରୀ ସ୍ତରରେ ମଞ୍ଜୁରୀ ପ୍ରଦାନ କରିଛନ୍ତି ।...

ନଈକୁ ଖସିଲା ମିନି ବସ୍‌: ଭାସିଗଲେ ଯାତ୍ରୀ…

ଶ୍ରୀନଗର,୧୩।୪: ଜମ୍ମୁ-କଶ୍ମୀରର ଡୋଡା ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ପାହାଡ଼ିଆ ରାସ୍ତାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ମିନି ବସ୍‌ ନିୟନ୍ତ୍ରଣ ହରାଇ ନଈକୁ...

ଦୈନିକ ମୃତ୍ୟୁ ସଂଖ୍ୟା ୬୫, ସକ୍ରିୟ ମାମଲା ୧୫ ହଜାର ତଳେ…

ନୂଆଦିଲ୍ଲୀ, ୨୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ଥରିଲା ଅରୁଣାଚଳ ପ୍ରଦେଶ

ଇଟାନଗର,୧୯।୯: ଅରୁଣାଚଳ ପ୍ରଦେଶ ରବିବାର ଭୂକମ୍ପ ଅନୁଭୂତ ହୋଇଛି। ଅରୁଣାଚଳର ଚାଙ୍ଗଲାଙ୍ଗ ଠାରୁ ୭୦ କିଲୋମିଟର ଦୂର ଉତ୍ତର-ପଶ୍ଚିମରେ ୩ଟା୬ ମିନିଟ୍‌ରେ ଭୂକମ୍ପ ଝଟ୍‌କା ଲାଗିଥିବା...

Advertisement
Archives

Model This Week