Posted inଜାତୀୟ

କୋଲକାତା ଲଜ୍ଜା: ସନ୍ଦୀପ ଘୋଷଙ୍କ ଘରେ ସିବିଆଇ ଚଢ଼ାଉ

କୋଲକାତା,୨୫ା୮: କୋଲକାତା ବଳାତ୍କାର ମାମଲାକୁ ନେଇ ସମଗ୍ର ଦେଶରେ ବିଦ୍ରୋହ ଦେଖାଦେଇଛି। ପଶ୍ଚିମବଙ୍ଗ ସରକାର କହିବା ସତ୍ତ୍ୱେ ଡାକ୍ତରମାନେ ନିରାପତ୍ତା ସୁନିଶ୍ଚିତ ନ କରି କାମକୁ ଫେରିବାକୁ ପ୍ରସ୍ତୁତ ନୁହନ୍ତି।

ଏହା ମଧ୍ୟରେ ପ୍ରତିଦିନ ନୂଆ ନୂଆ କଥା ଜାଣିବାକୁ ମିଳୁଛି। ଆର୍‌ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ କୋଲକାତାର ଏକକାଳୀନ ୧୫ଟି ସ୍ଥାନରେ ସିବିଆଇ ଚଢ଼ାଉ କରିଛି। ଦୁର୍ନୀତି ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି।

ସିବିଆଇ ଟିମ୍‌ ରବିବାର ସକାଳ ୬.୪୫ରେ ବେଲଘାଟରେ ସନ୍ଦୀପ ଘୋଷଙ୍କ ଘରେ ପହଞ୍ଚିଥିଲା। ତାଙ୍କୁ ଘର ବାହାରେ ଏକ ଘଣ୍ଟା ଅପେକ୍ଷା କରିବାକୁ ପଡ଼ିଥିଲା। ଏହା ପରେ ସନ୍ଦୀପ ଘୋଷ ବାହାରକୁ ଆସି ଘରର କବାଟ ଖୋଲିଥିଲେ। ଏହା ପରେ ସିବିଆଇ ଟିମ୍‌ ସକାଳ ୮.୦୬ ରେ ଘରେ ପ୍ରବେଶ କରିବାରେ ସକ୍ଷମ ହୋଇଥିଲା।

ଅନ୍ୟପକ୍ଷରେ ଆଜି ପ୍ରବଳ ବର୍ଷାକୁ ଖାତିର ନ କରି କୋଲକାତାରେ ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ର ସଂଗଠନ, ଓକିଲ, ଡାକ୍ତର ଓ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଲକାତା ବଳାତ୍କାର ମାମଲା: ମମତାଙ୍କ ସାମ୍ନାରେ ବଡ଼ ସର୍ତ୍ତ ରଖିଲେ ଡାକ୍ତର

କୋଲକାତା,୧୨।୯: କୋଲକାତାର ଆର.ଜି କର ମେଡିକାଲ କଲେଜରେ ମହିଳା ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟାକୁ ନେଇ ଡାକ୍ତରଙ୍କ ବିରୋଧ ଅନେକ ଦିନ ଧରି ଚାଲିଆସୁଛି।...

କୈଥାଲରୁ ଲଢ଼ିବେ ସୂର୍ଯ୍ୟଓ୍ବୋଲାଙ୍କ ପୁଅ

ନୂଆଦିଲ୍ଲୀ,୧୨ା୯: କଂଗ୍ରେସ ପକ୍ଷରୁ ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତୃତୀୟ ତାଲିକା ଜାରି କରାଯାଇଛି। ଏଥିରେ ୪୦ ପ୍ରାର୍ଥୀଙ୍କ ମଧ୍ୟରେ ଦଳୀୟ ଏମ୍‌ପି ରଣଦୀପ...

ଜମ୍ମୁ-କଶ୍ମୀରରେ କଂଗ୍ରେସର ୫ ଗ୍ୟାରେଣ୍ଟି

ଅନନ୍ତନାଗ, ୧୨।୯: କଂଗ୍ରେସ ପକ୍ଷରୁ ବୁଧବାର ଜମ୍ମୁ-କଶ୍ମୀରର ଜନସାଧାରଣଙ୍କୁ ୫ ଗାରେଣ୍ଟିର ପ୍ରତିଶ୍ରୁତି ଦିଆଯାଇଛି। ଦକ୍ଷିଣ କଶ୍ମୀରର ଅନନ୍ତନାଗରେ କଂଗ୍ରେସ-ନ୍ୟାଶନାଲ କନ୍‌ଫରେନ୍ସ(ଏନ୍‌ସି) ମେଣ୍ଟ ପାଇଁ ପ୍ରଚାର...

ଚାଇନା ଦଖଲରେ ଭାରତର ୪,୦୦୦ ବର୍ଗ କିମି: ରାହୁଲ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୧୨ା୯: ନରେନ୍ଦ୍ର ମୋଦି ସରକାର ଚାଇନା ସଂଘର୍ଷର ସଫଳ ମୁକାବିଲା କରିପାରି ନାହାନ୍ତି। ଏଥିଯୋଗୁ ପଡ଼ୋଶୀ ଦେଶର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ୪,୦୦୦ ବର୍ଗ...

ଟ୍ରାକ୍‌ରେ ଠିଆ ହୋଇ କରୁଥିଲେ ରିଲ୍ସ, ଆସିଲା ଟ୍ରେନ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧୧ା୯: ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ଖେରୀ ଜିଲା ଉର୍ମିଆ ଗ୍ରାମ ନିକଟସ୍ଥ ଏକ ଟ୍ରେନ୍‌ ଲାଇନରେ ରିଲ୍ସ କରିବା ଏକ ପରିବାର ପାଇଁ ମହଙ୍ଗା ପଡ଼ିଛି। ରେଳ...

ଭିନେଶଙ୍କ ବିପକ୍ଷରେ ଲଢ଼ିବେ ଏହି WWE ମହିଳା ରେସ୍‌ଲର

ଚଣ୍ଡିଗଡ଼/ନୂଆଦିଲ୍ଲୀ,୧୧ା୯: ରେସ୍‌ଲର ଭିନେଶ ଫୋଗଟ ରାଜନୀତି ମଇଦାନକୁ ଓହ୍ଲାଇ ଜୁଲାନାରୁ କଂଗ୍ରେସ ପ୍ରାର୍ଥୀ ହେବା ପରେ ଜିନ୍ଦ ଜିଲାର ଏହି ନିର୍ବାଚନମଣ୍ଡଳୀ ଚର୍ଚ୍ଚାକୁ ଆସିଛି। ଭାଜପା...

ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ

ଜମ୍ମୁ, ୧୧।୯: ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ବସନ୍ତଗଡ଼ ଅଞ୍ଚଳରେ ବୁଧବାର ଭାରତୀୟ ସେନା ଓ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସ୍ବତନ୍ତ୍ର ଅପରେଶନ ଚାଲିଥିବାବେଳେ ଏନ୍‌କାଉଣ୍ଟରରେ ୩...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ୭୦ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିଙ୍କୁ ମିଳିବ ‘ଆୟୁଷ୍ମାନ ଯୋଜନା’ ଲାଭ

ନୂଆଦିଲ୍ଲୀ, ୧୧।୯: ବୁଧବାର କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ସମୟରେ ୭୦ ବର୍ଷରୁ ଅଧିକ ବୟସ୍କ ସମସ୍ତ ବୃଦ୍ଧଙ୍କୁ ‘ଆୟୁଷ୍ମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri