
ଭୁବନେଶ୍ୱର, ୧୯।୨ ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ରେଡ୍ ହୋଇଛି। ସିବିଆଇ ପକ୍ଷରୁ ଏହି ରେଡ ଚାଲିଛି । ରିକ୍ୟୁରମେଣ୍ଟ ସ୍କାମ ନେଇ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI) ରେଡ କରୁଛି । ଏହି ରେଡ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି ।
ଖବର ଅନୁଯାୟୀ, ୭୭୫ଟି ପୋଷ୍ଟର ଜାଲ ପ୍ରମାଣପତ୍ର ନେଇ ନିଯୁକ୍ତି କରାଯାଇଥିଲା । ଯାହାର ପ୍ରମାଣ ପାଇ ଚଢାଉ ହେଉଛି । ଏହିକ୍ରମରେ ବୁଧବାର ସିବିଆଇର ଏକ ଟିମ ଏମ୍ସରେ ଚଢାଉ କରିଥିଲା । ଏହି ଚଢାଉରେ ନିଯୁକ୍ତ ସ୍କାମର ମାଷ୍ଟରମାଇଣ୍ଡ ସ୍ମୁତିରଞ୍ଜନ କରଙ୍କୁ ହେପାଜତକୁ ସିବିଆଇ ନେଇଛି । ବାକି ଏହି ସ୍କାମରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ତଦନ୍ତ ଜୋରଦାର ହେଉଛି।
ସୂଚନାଯୋଗ୍ୟ, ୨୦୨୩ ଓ ୨୪ ମସିହାରେ ୫ଜଣଙ୍କର ନିଯୁକ୍ତି ହୋଇଥିଲା। ସେମାନେ ସମସ୍ତେ ଭୁବନେଶ୍ବରର ବାସିନ୍ଦା। ପୂର୍ବରୁ ଏମ୍ସ ଥାର୍ଡ ପାର୍ଟି ଜରିଆରେ ନିଯୁକ୍ତି ଦେଇଥିଲା । ପରେ ନିଜେ ଏମ୍ସ ନିଯୁକ୍ତି ବ୍ୟବସ୍ଥା କରିଥିଲା । ହେଲେ ପୂର୍ବରୁ ୫ଜଣ କଣ୍ଟ୍ରାକ୍ଟ ବେସିସରେ କାମ କରୁଥିବାବେଳେ ପରେ ଜାଲ ସାର୍ଟିଫିକେଟ ଦେଖାଇ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିଲା।