ସିବିଆଇର ୩୪ଜଣଙ୍କୁ ପୋଲିସ ପଦକ

ଭୁବନେଶ୍ୱର, ୧୩।୧୨ (ବ୍ୟୁରୋ):କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପକ୍ଷରୁ ଅନ୍ତର୍ଜାତୀୟ ଦୁର୍ନୀତି ନିବାରଣ ଦିବସ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପି.କେ. ମିଶ୍ର ଯୋଗଦେଇ କହିଲେ, ଦୁର୍ନୀତି ରୂପକ ଅପରାଧ ରୋକିବା ସମସ୍ତଙ୍କ ଅଧିକାର ଓ ଉତ୍ତରଦାୟିତ୍ୱ। ବିଶେଷ କରି ସାଧାରଣ ନାଗରିକଙ୍କ ଉପରେ ଦୁର୍ନୀତିର ଅଧିକ ପ୍ରଭାବ ପଡ଼ିଥାଏ। ସରକାରୀ ନିଷ୍କ୍ରିୟତା ଏହାକୁ ପ୍ରୋତ୍ସାହନ ଦେଇଥାଏ ଓ ଏହାଦ୍ୱାରା ଆର୍ଥିକ ଅପରଗତା ସୃଷ୍ଟି ହୋଇଥାଏ। ଏଥିସହ ଦେଶର ସୁରକ୍ଷା ପ୍ରତି ମଧ୍ୟ ଗମ୍ଭୀର ବିପଦ ସୃଷ୍ଟି କରିଥାଏ। ଛୋଟ କିମ୍ବା ବଡ଼ ଦୁର୍ନୀତି ସବୁବେଳେ ଅନ୍ୟର ଅଧିକାର ଛଡ଼ାଇ ନେଇଥାଏ ବୋଲି ଡ. ମିଶ୍ର କହିଥିଲେ। ଦୁର୍ନୀତି ନିବାରଣ ଦିବସର ବିଷୟବସ୍ତୁ ‘ୟୁଏନ୍‌ସିଏସ୍‌ ଆଟ୍‌ ୨୦: ଦୁର୍ନୀତି ବିରୋଧରେ ବିଶ୍ୱକୁ ଏକଜୁଟ୍‌ କରିବା’ ସମ୍ପର୍କରେ ସେ କହିଲେ, ସବୁ ଦେଶ ଏହା ବିରୋଧରେ ଏକଜୁଟ ହୋଇ ଲଢିବାର ସମୟ ଆସିଛି। ଏଥିସହ ଅଭିନବ ଦୁର୍ନୀତି ନିବାରଣ ସମାଧାନ ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ୩୪ଜଣ ସିବିଆଇ ଅଧିକାରୀ ଓ କର୍ମଚାରୀଙ୍କୁ ଉତ୍କୃଷ୍ଟ ସେବା ପାଇଁ ପଦକ ବିତରଣ କରାଯାଇଥିଲା। ମୁଖ୍ୟ ଦୁର୍ନୀତି ନିବାରଣ ଆୟୁକ୍ତ, କେନ୍ଦ୍ରୀୟ ଭିଜିଲାନ୍ସ ଆୟୁକ୍ତଗଣ, ଲୋକପାଳ ସଦସ୍ୟ, ୟୁପିଏସ୍‌ସି ଅଧ୍ୟକ୍ଷଙ୍କ ସହ ଭାରତ ସରକାରଙ୍କ ବରିଷ୍ଠ ଅଧିକାରୀ, ବରିଷ୍ଠ ପୋଲିସ ଅଧିକାରୀ, ସିବିଆଇର ସମସ୍ତ ଶାଖା ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ସିବିଆଇ ନିର୍ଦ୍ଦେଶକ ସୁବୋଧ କୁମାର ଜୟସୱାଲ ସ୍ବାଗତ ଭାଷଣ ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନା ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପିସିସି ସଭାପତି ପରିବର୍ତ୍ତନ ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ଅନୁମତି ପରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ପରିବର୍ତ୍ତନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।...

ଧୋଇନେଲା ଲଘୁଚାପ

ଭୁବନେଶ୍ୱର,୨୮/୮(ବ୍ୟୁରୋ):ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗୁରୁବାର ଝାଡ଼ଖଣ୍ଡ ଉପରକୁ ଚାଲିଯାଇଛି। ଦକ୍ଷିଣ ପଶ୍ଚିମ ଝାଡ଼ଖଣ୍ଡ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଛତିଶଗଡ଼ରେ ଗୁରୁବାର ସକାଳୁ ବର୍ଷା...

ରାଜଧାନୀରୁ ୨୦୦ ଗ୍ରାମର ବ୍ରାଉନସୁଗାର ଜବତ,ଜଣେ ଗିରଫ

ଭୁବନେଶ୍ୱର, ୫।୫(ବ୍ୟୁରୋ): ରାଜଧାନୀରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର। ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ପରେ ଅବକାରୀ ବିଭାଗ ଚଢାଉ ଜାରି ରଖୁଛି।...

ପହଞ୍ଚିଲେ ବଳଭଦ୍ର, ଗହଳି ଲଗାଇ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ ଅଫିସ,୧।୭: ଆଜି ପବିତ୍ର ଘୋଷଯାତ୍ରା। ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ବଡ଼ଦାଣ୍ଡରେ ଭକ୍ତ ଏବଂ ଭଗବାନ ଏକାକାର ହୋଇଯାଇଥିବା ଭଳି ଦୃଶ୍ୟମାନ...

ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ : ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ହେଲା ୫୫

ଭୁବନେଶ୍ୱର,୧୩।୪: (ବ୍ୟୁରୋ)- ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୫୫ରେ ପହଁଚିଛି।ସୋମବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା...

ପୁରୀରେ ହାଜତ ମୃତ୍ୟୁକୁ ନେଇ ପୋଲିସ-ଜନତା ମୁହାଁମୁହିଁ: ଏନ୍‌ଏଚ୍‌ଆର୍‌ସି ଗାଇଡଲାଇନ୍‌ ଅନୁଯାୟୀ ତଦନ୍ତ ହେବ ବୋଲି କହିଲେ ଏସ୍‌ପି

ପୁରୀ ଅଫିସ, ୧୯।୧୧: ହାଜତ ମତ୍ୟୁକୁ ନେଇ ପୁରୀରେ ଗୁରୁବାର ଉତ୍ତେଜନା ଦେଖାଦେଇଛି। ପୋଲିସ ମାଡ଼ରେ କେ. ରମେଶଙ୍କ ମୃତ୍ୟୁ ହୋଇଥିବା ସମ୍ପର୍କୀୟ ଅଭିଯୋଗ କରିବା...

କୋଟପାଡ଼ରେ କଂଗ୍ରେସର ଚନ୍ଦ୍ରଶେଖର ମାଝି ଆଗେଇଲେ

ଜୟପୁର,୨୩ା୫(ନି.ପ୍ର.): କୋଟପାଡ଼ ବିଧାନସଭା ଆସନରେ ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଆଗରେ ଥିବାବେଳେ ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସର ପ୍ରାର୍ଥୀ ଚନ୍ଦ୍ରଶେଖର ମାଝି ବିଜେଡିକୁ ପଛରେ ପକାଇଛନ୍ତି।...

ଜିଲାପାଳଙ୍କ ବିରୋଧରେ ଅଭିଯୋଗ ଆଣିଲେ ସିଡିଏମ୍‌ଓ

ବରଗଡ଼ ଅଫିସ୍‌,୨୫।୨: ବରଗଡ଼ ଜିଲାପାଳ ମୋନିଷା ବାନାର୍ଜୀ ଦୁର୍ବ୍ୟବହାର ପ୍ରଦର୍ଶନ କରୁଛନ୍ତି। ଏଭଳି ଅଭିଯୋଗ ନେଇ ଗତ ମାସରେ ଯୋଗଦାନ କରିଥିବା ନୂତନ ଜିଲା ମୁଖ୍ୟ...

Advertisement
Archives

Model This Week