Posted inଜାତୀୟ

ନ୍ୟାୟପାଳିକାକୁ ସାହାଯ୍ୟ କରୁନି ସିବିଆଇ

ନୂଆଦିଲ୍ଲୀ,୭ା୮: ବିଚାରପତିମାନଙ୍କୁ ବ୍ୟକ୍ତିଗତ ଭାବେ ଧମକ ଦିଆଯାଉଛି, ହ୍ବାଟ୍ସଆପ୍‌ ତଥା ଫେସ୍‌ବୁକ୍‌ରେ ମଧ୍ୟ ଦୁର୍ବ୍ୟବହାରପୂର୍ଣ୍ଣ ମେସେଜ୍‌ ପଠାଯାଉଛି। କିନ୍ତୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ), ଗୋଇନ୍ଦା ବ୍ୟୁରୋ(ଆଇବି) କିମ୍ବା ପୋଲିସ ନ୍ୟାୟପାଳିକାକୁ ଆଦୌ ସାହାଯ୍ୟ କରୁନାହାନ୍ତି। ଏପରି କି ଏଭଳି ଅଭିଯୋଗ ଆଣିବା ଲାଗି ବିଚାରପତିମାନଙ୍କ ସ୍ବାଧୀନତା ମଧ୍ୟ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାସହ ନ୍ୟାୟିକ ଅଧିକାରୀମାନଙ୍କୁ କେଉଁ ପ୍ରକାର ସୁରକ୍ଷା ଯୋଗାଇ ଦିଆଯାଉଛି ସେନେଇ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ସମସ୍ତ ରାଜ୍ୟକୁ ଶୀର୍ଷ ଅଦାଲତ ନୋଟିସ କରିଛନ୍ତି।
ଗତ ଜୁଲାଇ ୨୮ରେ ଝାଡ଼ଖଣ୍ଡର ଧାନବାଦ ଜିଲା ଅତିରିକ୍ତ ବିଚାରପତି ଉତ୍ତମ ଆନନ୍ଦ ପ୍ରାତଃ ଭ୍ରମଣରେ ଯାଉଥିବାବେଳେ ପଛପଟୁ ଏକ ଅଟୋ ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ଘଟିଥିଲା। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନା ଏବଂ ଜଷ୍ଟିସ୍‌ ସୂର୍ଯ୍ୟକାନ୍ତଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ସିବିଆଇକୁ ନୋଟିସ କରିଛନ୍ତି। ତେବେ ଏନେଇ ଏକ ୨୨ ଜଣିଆ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଗଠନ କରାଯାଇଛି। ଉତ୍ତମ ଆନନ୍ଦଙ୍କୁ ଧକ୍କା ଦେଇଥିବା ଅଟୋରିକ୍ସାର ୨ ଡ୍ରାଇଭରଙ୍କୁ ଏସ୍‌ଆଇଟି ଗିରଫ କରିଛି। ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି ବୋଲି ଝାଡ଼ଖଣ୍ଡ ସରକାରଙ୍କ ଆଡ୍‌ଭୋକେଟ୍‌ ଜେନେରାଲ ରାଜୀବ ରଞ୍ଜନ ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଥିଲେ। ଏନେଇ ଖଣ୍ଡପୀଠ କହିଥିଲେ, ତେବେ ଆପଣ ନିଜ ହାତ ଧୋଇଦେଇଛନ୍ତି? ଝାଡ଼ଖଣ୍ଡରେ ଥିବା ବିଚାରପତିମାନଙ୍କୁ ସେମାନଙ୍କ ବାସଭବନରେ କେଉଁ ପ୍ରକାର ସୁରକ୍ଷା ଦିଆଯାଇଛି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଥିଲେ।
ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ କହିଥିଲେ, ଗ୍ୟାଙ୍ଗ୍‌ଷ୍ଟର ଓ ହାଇପ୍ରୋଫାଇଲ୍‌ ବ୍ୟକ୍ତିମାନେ ଜଡ଼ିତ ଥିବା ଅନେକ ମାମଲା ବିଚାରାଧୀନ ରହିଛି। ସେଗୁଡ଼ିକର ଶୁଣାଣି କରୁଥିବା ବିଚାରପତିମାନେ ଧମକ ଓ ଅପମାନଜନକ ମେସେଜ୍‌ ପାଉଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରିବାକୁ ପଡ଼ିବ। ଏହି ପ୍ରସଙ୍ଗରେ ସେ ଏକ ଲିଖିତ ଜବାବ ଦାଖଲ କରିବେ। ଖଣ୍ଡପୀଠ କହିଥିଲେ, ଗୋଟିଏ କି ଦୁଇଟି ସ୍ଥାନରେ କୋର୍ଟ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଦୁଃଖର କଥା ଯେ, ଗତ ବର୍ଷେରୁ ଅଧିକ ସମୟ ଧରି ସିବିଆଇ କିଛି କରିନାହିଁ। ସିବିଆଇର ମାନସିକତାରେ ପରିବର୍ତ୍ତନ ଆସିବ ବୋଲି ଆମେ ମନେକରିଥିଲୁ। ତେବେ ସେମିତି କିଛି ପରିବର୍ତ୍ତନ ଦେଖିବାକୁ ପାଇନାହୁଁ। ଏକଥା କହିବାକୁ ଦୁଃଖ ଲାଗୁଛି, କିନ୍ତୁ ଏହା ହିଁ ସ୍ଥିତି ବୋଲି ସିଜେଆଇ କହିଛନ୍ତି। ଏହାସହ ଖଣ୍ଡପୀଠ ବେଣୁଗୋପାଳଙ୍କୁ କହିଥିଲେ, ହାଇପ୍ରୋଫାଇଲ ବ୍ୟକ୍ତିମାନେ ସମ୍ପୃକ୍ତ ଥିବା ଆପରାଧିକ ମାମଲାଗୁଡ଼ିକରେ ସେମାନେ ନିଜ ଆଶା ଅନୁସାରେ କୋର୍ଟ ଅର୍ଡର ନ ପାଇଲେ ନ୍ୟାୟପାଳିକାକୁ ବଦନାମ କରିଥାଆନ୍ତି। ଦେଶରେ ଏଭଳି ଟ୍ରେଣ୍ଡ ବଢ଼ିବା ଦୁର୍ଭାଗ୍ୟର ବିଷୟ। ଏଭଳି ଧମକ ପାଇଲେ ମଧ୍ୟ ବିଚାରପତିମାନଙ୍କ ଅଭିଯୋଗ କରିବା ସ୍ବାଧୀନତା ନାହିଁ। ଏପରି କି ଅଭିଯୋଗ କରାଗଲେ ସୁଦ୍ଧା ପୋଲିସ କିମ୍ବା ସିବିଆଇ ନ୍ୟାୟପାଳିକାକୁ ସାହାଯ୍ୟ କରୁନାହାନ୍ତି। ଝାଡ଼ଖଣ୍ଡ ମାମଲାର ଶୁଣାଣି ସୋମବାର କରାଯିବ। ଏବେ ସିବିଆଇକୁ ନୋଟିସ କରୁଛୁ।


Enter your email to get our daily news in your inbox.

All Right Reserved By Dharitri.Com

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ନୁଡୁଲ୍ସ ପ୍ୟାକେଟ୍‌ରୁ ୨ କୋଟିର ହୀରା ଜବତ

ମୁମ୍ବାଇ,୨୪ା୪:ସୀମାଶୁଳ୍କ ବିଭାଗ ଅଧିକାରୀମାନେ ମୁମ୍ବାଇ ବିମାନବନ୍ଦରରୁ ୬.୪୬ କୋଟି ଟଙ୍କାର ସୁନା ଓ ହୀରା ଜବତ କରିଛନ୍ତି। ଜଣେ ଯାତ୍ରୀ ନୁଡୁଲ୍ସ ପ୍ୟାକେଟରେ ହୀରାକୁ ଲୁଚାଇଥିବାବେଳେ...

ପବନକୁ ସମ୍ଭାଳି ପାରିଲାନି ବ୍ରିଜ୍‌

ହାଇଦ୍ରାବାଦ୍‌,୨୪ା୪:ତେଲଙ୍ଗାନାର ପେଦ୍ଦାପଲ୍ଲୀରେ ସୋମବାର ରାତି ୯ଟା ୪୫ରେ ଏକ ନିର୍ମାଣାଧୀନ ବ୍ରିଜ୍‌ ପବନକୁ ସମ୍ଭାଳି ନ ପାରି ଭୁଶୁଡ଼ିପଡ଼ିଛି। ଉକ୍ତ ବ୍ରିଜ୍‌ର ଏକ ଅଂଶ ଭାଙ୍ଗିଯାଇଛି।...

ମତଦାନ କମିବା ଆଶଙ୍କା

ନୂଆଦିଲ୍ଲୀ,୨୪ା୪: ଲୋକ ସଭା ନିର୍ବାଚନରେ ବିଜୟୀ ହୋଇ ଭାଜପା ତୃତୀୟ ଥର ସରକାର ଗଢ଼ିବାକୁ ଲକ୍ଷ୍ୟ ରଖିଥିବାବେଳେ ଏହାକୁ ଅଟକାଇବା ପାଇଁ ଇଣ୍ଡିଆ ମେଣ୍ଟ ଜୋର୍‌ଦାର...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

କଂଗ୍ରେସ ଶାସନ ସମୟରେ କାହିଁକି ପାକିସ୍ତାନ ଆକ୍ରମଣର ଜବାବ ଦିଆଯାଇ ନ ଥିଲା, କାରଣ କହିଲେ ଶାହା

ନୂଆଦିଲ୍ଲୀ,୨୩।୪: ଲୋକ ସଭା ନିର୍ବାଚନ -୨୦୨୪ର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଅଭିଯାନ ଜୋରସୋରରେ ଚାଲିଛି। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ମହାରାଷ୍ଟ୍ରର ଆକୋଲା ଠାରେ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ସରିଲା ନିର୍ବାଚନ ପ୍ରଚାର, ଶୁକ୍ରବାର ପଡିବ ଭୋଟ୍‌

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଯାଇଛି ଦେଶର ସବୁଡାରୁ ମଡ଼ ମହାପର୍ବ ନିର୍ବାଚନ ୨୦୨୪। ତେବେ ଆଜି ୨ୟ ପର୍ଯ୍ୟାୟ ମତଦାନ ପାଇଁ ସରିଛି ପ୍ରଚାର । ଶେଷ...

ଟିକେଟ ବିକୁଛନ୍ତି ତେଜସ୍ବୀ ଯାଦବ: କଂଗ୍ରେସ ନେତା

ବାଲ୍ମିକିନଗର,୨୩।୪: ବିହାରର ବାଲ୍ମିକିନଗରରେ ଥିବା ଗ୍ରାଣ୍ଡ ଆଲାଇନ୍ସରେ ବିଦ୍ରୋହର ସ୍ବର ବୃଦ୍ଧି ପାଇବାରେ ଲାଗିଛି। ତେଜସ୍ବୀ ଯାଦବଙ୍କୁ ପୁଞ୍ଜିପତିମାନଙ୍କୁ ଟିକେଟ ବିକ୍ରି କରୁଥିବା ଅଭିଯୋଗ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri