Posted inଜାତୀୟ

ତେଲେଙ୍ଗାନାରେ ସିବିଆଇକୁ ପ୍ରବେଶ ମନା…

ନୂଆଦିଲ୍ଲୀ,୩୦।୧୦ : କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସି ସିବିଆଇ ପାଇଁ ତେଲେଙ୍ଗାନା ସରକାର ସହମତି ପ୍ରତ୍ୟାହାର କରି ନେଇଛନ୍ତି। ଏବେ ସିବିଆଇ ରାଜ୍ୟର କୌଣସି ଘଟଣାର ତଦନ୍ତ କରିପାରିବ ନାହିଁ। ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର) ବିଧାୟକଙ୍କୁ କିଣିବା ପାଇଁ ଭାଜପା ବିପୁଳ ପରିମାଣର ଅର୍ଥ ପ୍ରଦାନ କରିଥିବା ଅଭିଯୋଗ କରିଥିଲେ। ଏହା ପରେ ଭାଜପା ସିବିଆଇ ତଦନ୍ତ ଦାବି କରିଥିଲା। ଏହି ସମୟରେ, ଏକ ବଡ ପଦକ୍ଷେପ ନେଇ କେସିଆର ସହମତି ପ୍ରତ୍ୟାହାର କରିଛନ୍ତି।

ରାଜ୍ୟ ସରକାର ଶନିବାର ଏ ସମ୍ପର୍କରେ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଦିଲ୍ଲୀରସ୍ବେତନ୍ତ୍ର ପୋଲିସ ପ୍ରତିଷ୍ଠା ଅଧିନିୟମ ୧୯୪୬ ଅନୁଯାୟୀ, କୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ସାଧାରଣ ସମ୍ମତି ଆବଶ୍ୟକ। ବର୍ତ୍ତମାନ ତେଲେଙ୍ଗାନା ଦେଶର ଦଶମ ରାଜ୍ୟ ଭାବେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛି।

ରାଜ୍ୟ ସରକାର ଶନିବାର ଏ ସମ୍ପର୍କରେ ହାଇକୋର୍ଟଙ୍କୁ ସୂଚନା ଦେଇଛନ୍ତି। ତେବେ ଏ ବାବଦରେ ଏପର୍ଯ୍ୟନ୍ତ କୌଣସି ସରକାରୀ ନିର୍ଦ୍ଦେଶ ଜାରି କରାଯାଇ ନାହିଁ। ଦିଲ୍ଲୀରସ୍ବେତନ୍ତ୍ର ପୋଲିସ ପ୍ରତିଷ୍ଠା ଅଧିନିୟମ ୧୯୪୬ ଅନୁଯାୟୀ, କୌଣସି ରାଜ୍ୟରେ ସିବିଆଇ ତଦନ୍ତ ପାଇଁ ସାଧାରଣ ସମ୍ମତି ଆବଶ୍ୟକ। ବର୍ତ୍ତମାନ ତେଲେଙ୍ଗାନା ଦେଶର ଦଶମ ରାଜ୍ୟ ଭାବେ ସିବିଆଇ ତଦନ୍ତ ଉପରେ ରୋକ ଲଗାଇଛି।

ତାଙ୍କ ଆଦେଶରେ ତେଲେଙ୍ଗାନା ଗୃହ ସଚିବ ରବି ଗୁପ୍ତା କହିଛନ୍ତି ଯେ ୨୩ ସେପ୍ଟେମ୍ବର ୨୦୨୬ ରେ ଦିଲ୍ଲୀର ସ୍ବତନ୍ତ୍ର ପୋଲିସ ପ୍ରତିଷ୍ଠା ଆଇନ ଅନୁଯାୟୀ ଦିଆଯାଇଥିବା ସମ୍ମତି ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନଠାରୁ ସିବିଆଇକୁ ପ୍ରତ୍ୟେକ ମାମଲାର ତଦନ୍ତ ପାଇଁ ପୃଥକ ପୃଥକ ଭାବେ ତେଲେଙ୍ଗାନା ସରକାରଙ୍କ ସମ୍ମତି ନେବାକୁ ପଡ଼ିବ।

ସେପ୍ଟେମ୍ବର ମାସରେ, ଯେତେବେଳେ କେସିଆର ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଏକ ସାଧାରଣ ସଭାରେ ପାଟନା ଯାଇଥିଲେ, ସେତେବେଳେ ସେ ଏହା ମଧ୍ୟ କହିଥିଲେ ଯେ କେନ୍ଦ୍ର ସରକାର ଏଜେନ୍ସିଗୁଡିକର ଅପବ୍ୟବହାର କରୁଥିବାରୁ ରାଜ୍ୟମାନେ ସିବିଆଇର ସହମତି ପ୍ରତ୍ୟାହାର କରିବା ଉଚିତ। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ସହମତି ପ୍ରତ୍ୟାହାର କରିଛନ୍ତି। ଏହା ବ୍ୟତୀତ ମାର୍ଚ୍ଚ ୨୦୨୨ରେ ମେଘାଳୟର କୋନରାଡ ସାଙ୍ଗମା ସରକାର ମଧ୍ୟ ସିବିଆଇ ସହମତି ପ୍ରତ୍ୟାହାର କରି ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀଙ୍କ ଭାଇରାଲ୍ ଭିଡିଓ ଉପରେ ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ବୟାନ, କହିଲେ ମୁଁ ଭିଡ଼କୁ….

ନୂଆଦିଲ୍ଲୀ,୪।୧୦: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏକ ଭାଇରାଲ୍ ଭିଡିଓକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଓ କଂଗ୍ରେସ ରାଜ୍ୟ ସଭା ଏମପି ଜୟରାମ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?