Posted inଜାତୀୟ

୩ ଆଇଏଏଫ୍‌ ଅଧିକାରୀଙ୍କୁ ଆଜୀବନ ଜେଲ୍‌ରେ ଦଣ୍ଡିତ କଲା ସିବିଆଇ କୋର୍ଟ

ଗାନ୍ଧୀନଗର,୧୪।୫: ହାଜତ ମୃତ୍ୟୁ ଅଭିଯୋଗରେ ଆଲ୍ଲାହାବାଦର ସ୍ବତନ୍ତ୍ର ସିବିଆଇ କୋର୍ଟ ଭାରତୀୟ ଏୟାର ଫୋର୍ସ (ଆଇଏଏଫ୍‌)ର ୩ଅଧିକାରୀଙ୍କୁ ଶୁକ୍ରବାର ଆଜୀବନ ଜେଲ୍‌ ଦଣ୍ଡ ଶୁଣାଇଛନ୍ତି। ୩ଅଧିକାରୀଙ୍କ ମଧ୍ୟରୁ ୨ଜଣ ଅବସରପ୍ରାପ୍ତ ହୋଇଥିବା ବେଳେ ଜଣେ କାର୍ଯ୍ୟରତ ଅଧିକାରୀ ଅଛନ୍ତି। ଉକ୍ତ ଅଧିକାରୀମାନେ ହେଲେ ଜାମନଗର ଏୟାର ଫୋର୍ସ-୧ର ସ୍କ୍ବାଡ୍ରନ୍‌ ଲିଡ୍‌ର ଅନୁପ ସୁଦ, ସର୍ଜେଣ୍ଟ ଅନିଲ କେ.ଏନ୍‌ ଏବଂ ମହେନ୍ଦ୍ର ସିଂ ଶେରାଓ୍ବତ। ଅନୁପ ଗ୍ରୁପ୍‌ କ୍ୟାପ୍ଟେନ ଭାବେ କାର୍ଯ୍ୟରୁ ଅବସର ନେଇଥିବା ବେଳେ ଅନିଲ ମଧ୍ୟ ଆଇଏଏଫ୍‌ର କାର୍ଯ୍ୟନିବୃତ୍ତ ଅଧିକାରୀ। ସୂଚନା ମୁତାବକ, ଏହା ୨୭ ବର୍ଷ ପୂର୍ବର ମାମଲା। ଗିରିଜା ରାଓ୍ବତ ଜାମନଗର ଏୟାର ଫୋର୍ସ ଷ୍ଟେଶନରେ ରୋଷେୟା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ବିରୋଧରେ ୧୯୯୫ରେ କ୍ୟାଣ୍ଟିନରୁ ମଦ ଚୋରି ଅଭିଯୋଗ ହୋଇଥିଲା। ସେ ସମୟରେ ସ୍କ୍ବାଡ୍ରନ୍‌ ଲିଡ୍‌ର ଥିବା ଅନୁପ ଘଟଣା ଯାଞ୍ଚ କରିବା ସହ ରାଓ୍ବତଙ୍କ ଘରେ ସର୍ଚ୍ଚ ଅଭିଯାନ କରିଥିଲେ। ଏହାପରେ ଅନୁପଙ୍କ ନିର୍ଦ୍ଦେଶରେ ଆଇଏଏଫ୍‌ ଅଧିକାରୀ ରାଓ୍ବତଙ୍କୁ ଜୋରଜବରଦସ୍ତି ଜେଲରେ ଆଣି ରଖିଥିଲେ। ହାଜତ ଭିତରେ ଉଚ୍ଚାଧିକାରୀମାନେ ତାଙ୍କ ଉପରେ ଏଭଳି ଅତ୍ୟାଚାର କରିଥିଲେ ଯେ, ନଭେମ୍ବର ୧୪ରେ ତାଙ୍କ ମୃତ୍ୟୁ ହୋଇଯାଇଥିବା ରାଓ୍ବତଙ୍କ ସ୍ତ୍ରୀ କହିଛନ୍ତି। ଅଭିଯୋଗ ଓ ସାକ୍ଷ୍ୟ ଆଧାରରେ ୨୦୧୩ ଜୁଲାଇ ୩୦ରେ ସିବିଆଇ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଦୋଷୀ ପ୍ରମାଣିତ ହେବା ପରେ ଆଲ୍ଳାହାବାଦ କୋର୍ଟ ସେମାନଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀ ଟଙ୍କାରେ ନିଜର ବିୟୁଟି ଚିକିତ୍ସା କରାଉଥିଲେ

ନୂଆଦିଲ୍ଲୀ,୨୩।୨: ଫିନଟେକ୍‌ ଫାର୍ମ ଭାରତପେ’ ଏହାର ମ୍ୟାନେଜିଂ ଡିରେକ୍ଟର ଅଶନୀର ଗ୍ରୋଭରଙ୍କ ସ୍ତ୍ରୀ ମାଧୁରୀ ଜୈନଙ୍କୁ ବିଦା କରିଛି। ଏକ୍ସଟରନାଲ ଅଡିଟ୍‌ ପରେ ଆର୍ଥିକ ଅନିୟମିତତା...

ମଥୁରା ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବେ ଯୋଗୀ

ମଥୁରା,୨୩।୮: ସାରା ଦେଶରେ ଶୁକ୍ରବାର ଭଗବାନ୍‌ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ‘ଜନ୍ମାଷ୍ଟମୀ’ ଉତ୍ସବ ଖୁବ୍‌ ଆଡମ୍ବରରେ ପାଳନ କରାଯାଉଛି। ହେଲେ ମଥୁରାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ...

ହସ୍ପିଟାଲରେ ଅଗ୍ନିକାଣ୍ଡ: ୪ ଶିଶୁ ମୃତ

ଭୋପାଳ,୯।୧୧: ଭୋପାଳରେ ସୋମବାର ରାତିରେ କମଳା ନେହରୁ ହସ୍ପିଟାଲର ଶିଶୁ ବିଭାଗର ଏସଏନସିୟୁ ୱାର୍ଡରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ ଜଣ ଶିଶୁଙ୍କ ମୃତ୍ୟୁ...

ଦିଲ୍ଲୀର କରୋନା ସ୍ଥିତି ଅସମ୍ଭାଳ: ପ୍ରତି ଘଣ୍ଟାରେ ୫ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୪।୧୧: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ପ୍ରତି ଘଣ୍ଟାଏରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଲଗାତାର ୪...

ମୁଖ୍ୟମନ୍ତ୍ରୀଙ୍କ ଭାଇଙ୍କୁ ଟିକେଟ ଦେଲାନି କଂଗ୍ରେସ

ଚଣ୍ଡିଗଡ଼,୧୬।୧: ପଞ୍ଜାବ ବିଧାନସଭା ନିର୍ବାଚନା ପୂର୍ବରୁ କଂଗ୍ରେସରେ ମୁଣ୍ଡ ଟେକିଛି ଏକ ବଡ଼ ବିଦ୍ରୋହ। ମୁଖ୍ୟମନ୍ତ୍ରୀ ଚରନଜିତ ସିଂ ଚନ୍ନିଙ୍କ ସାନ ଭାଇ ଡ. ମନୋହର...

ବିଶ୍ୱ ଖାଦ୍ୟ ଦିବସ: ଦେଶରେ ପ୍ରତିବର୍ଷ ନଷ୍ଟ ହେଉଛି ୪୦ ପ୍ରତିଶତ ଖାଦ୍ୟ, ପ୍ରତିଦିନ ଭୋକରେ ଶୋଉଛନ୍ତି ୨୦ କୋଟି

ନୂଆଦିଲ୍ଲୀ,୧୬ ।୧୦: ଅକ୍ଟୋବର ୧୬ ହେଉଛି ବିଶ୍ୱ ଖାଦ୍ୟ ଦିବସ । ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୧୧୬ ଦେଶ ତାଲିକାରେ ଭାରତ ୯୧ ସ୍ଥାନରୁ ୧୦୧ତମ...

ଆକାଶରୁ ଖସିଲା ଧାତବ ବସ୍ତୁ

ମୁମ୍ବାଇ,୪।୪: ମହାରାଷ୍ଟ୍ର ଚନ୍ଦ୍ରପୁର ତହସିଲର ସିନ୍ଧଓ୍ବୋହିର ଏକ ଖୋଲା ପଡ଼ିଆରେ ଗୋଲାକାର ମେଟାଲ ଅବ୍‌ଜେକ୍ଟ ଦେଖିବାକୁ ମିଳିଛି। ଶନିବାର ରାତିରେ ସ୍ଥାନୀୟ ଲୋକେ ଆକାଶରେ ଦୀର୍ଘକାୟ...

ଭାରତୀୟ ସେନାଙ୍କୁ ମିଳିଲା ଏସ୍‌ଆଇଜି-୭୧୬ ରାଇଫଲ: ଲକ୍ଷ୍ୟଭେଦ କ୍ଷମତା ୫୦୦ ମିଟର

ନୂଆଦିଲ୍ଲୀ,୧୫।୩: ବହୁ ପ୍ରତୀକ୍ଷା ପରେ ଭାରତୀୟ ସେନାକୁ ଏସ୍‌ଆଇଜି-୭୧୬ ରାଇଫଲ ମିଳିଛି। ଏନେଇ ଏକ ବର୍ଷ ପୂର୍ବରୁ ଆମେରିକା କମ୍ପାନୀ ସିଗସୌର ସହିତ ୭୦୦ କୋଟି...

Advertisement
Archives

Model This Week