ସତର୍କତା ଜରୁରୀ

ପରିବାରର ସୁରକ୍ଷା ଦାୟିତ୍ୱ ସାଧାରଣତଃ ଗୃହିଣୀମାନଙ୍କ ଉପରେ। ପିଲାମାନଙ୍କଠାରୁ ଆରମ୍ଭ କରି
ବଡ଼ମାନଙ୍କର ବି ଦେହର ଯତ୍ନ, ଖାଦ୍ୟପେୟ, ପୋଷାକ ଆଦି ବିଷୟରେ ଟିକିନିଖି ବୁଝିବାକୁ ପଡ଼ିଥାଏ। ଏବେ କରୋନା ସଂକ୍ରମଣ ରୋକିବା ପାଇଁ ଗୃହିଣୀଙ୍କୁ ଆହୁରି ସତର୍କ ହେବାକୁ ପଡୁଛି। ଟିକିଏ ଅବହେଳା
କଲେ ହୁଏତ ବଡ଼ ବିପଦକୁ ସାମ୍ନା କରିବାକୁ ପଡ଼ିପାରେ…

କରୋନା କଟକଣା ଲାଗି ଏବେ ଘରେ ବେଶି ସମୟ ରହିବା ହିଁ ଭଲ। ନିହାତି ଆବଶ୍ୟକ ନ ଥିଲେ ବାହାରକୁ ନ ଯିବା ପାଇଁ ପରାମର୍ଶ ଦିଆଯାଉଛି। ଯେତେ ଅଧିକ ସମୟ ଆପଣ ଘରେ ରହିବେ କରୋନା ଆପଣଙ୍କଠାରୁ ସେତେ ଅଧିକ ଦୂରରେ ରହିବ। ଏ କଥା ସମସ୍ତେ ଜାଣନ୍ତି। ହେଲେ ପରିବାପତ୍ର ଆଉ ରାଶନ ସାମଗ୍ରୀ ଭଳି ଅତ୍ୟାବଶ୍ୟକ ଜିନିଷ ନିମନ୍ତେ ବାହାରକୁ ବାହାରିବାକୁ ପଡୁଛି। ତେବେ ସେଥିପାଇଁ ଗୃହିଣୀମାନଙ୍କୁ ପୁରା ସଜାଗ ରହିବା ଜରୁରୀ। ଘରୁ ବାହାରକୁ ଯିବା ଓ ଆସିବା ସମୟରେ ମାସ୍କ, ସାନିଟାଇଜର ତ ବ୍ୟବହାର କରବା ନିହାତି ଜରୁରୀ ତା’ ଛଡ଼ା ପରିବାପତ୍ର ଓ ଅନ୍ୟ ସାମଗ୍ରୀ ସବୁକୁ ବି ସାନିଟାଇଜ୍‌ କରି ଘର ଭିତରକୁ ଆଣିବା ଆବଶ୍ୟକ।
ପରିବାପତ୍ର ସାନିଟାଇଜ୍‌: କରୋନା କଟକଣା ଭିତରେ ପରିବାପତ୍ର ଘରକୁ ଆଣିଲେ ପ୍ରଥମେ ଭଲଭାବେ ପରିଷ୍କାର କରୁଛନ୍ତି ଗୃହିଣୀମାନେ। କେହି କେହି ଖାଲି ପାଣିରେ ସବୁ ପରିବାକୁ ଧୋଇ ପରିଷ୍କାର କରୁଛନ୍ତି ତ ଆଉ କେତେଜଣ ଲୁଣରେ ଅବା ଖାଇବା ସୋଡ଼ା ଆଉ କିଏ ହ୍ୟାଣ୍ଡୱାଶ୍‌ ଆଦିରେ ସବୁ ପରିବାକୁ ଧୋଇ ରଖୁଛନ୍ତି। ଗୃହିଣୀମାନଙ୍କର ଏହି ପରିବା ଧୋଇବା ଆବଶ୍ୟକତାକୁ ପୂରଣ କରିବା ପାଇଁ ଏବେ ବଜାରରେ ସ୍ବତନ୍ତ୍ର ପ୍ରକାରର ଲିକୁଇଡ୍‌ ମଧ୍ୟ ମିଳୁଛି, ଯାହାକୁ ପାଣିରେ ମିଶାଇ ଧୋଇବାକୁ ହେବ।
ଅବଶ୍ୟ ପିଆଜ, ରସୁଣ ପରିବା ଭଳି କେତେକ ପରିବାପତ୍ରକୁ ଧୋଇ ହେଉ ନ ଥିବାରୁ ତାକୁ ବାହାରେ ରଖି ଦେଉଛନ୍ତି ଗୃହିଣୀମାନେ। କିଛି ଦିନ ବାହାରେ ରହିବା ପରେ ହିଁ ସେସବୁ ପରିବାକୁ ଭିତରକୁ ନେଉଛନ୍ତି। ସେହିପରି ପ୍ୟାକିଂ ଜିନିଷ ଯେପରି କି ମ୍ୟାଗି, ବିସ୍କୁଟ, ମିକ୍‌ଶ୍ଚର ଆଦିକୁ ସିଧାସଳଖ ଧୋଇ ହେଉ ନ ଥିଲେ ବି ଏସବୁ ପ୍ୟାକେଟକୁ କିଛି ଦିନ ବାହାରେ ରଖି ଦିଆଯାଉଛି। କେହି କେହି ପ୍ୟାକେଟ୍‌ଗୁଡ଼ିକୁ ଡେଟଲ୍‌ଭିଜା କପଡ଼ାରେ ଭଲଭାବେ ପୋଛି ଦେଇ ରଖିବାକୁ ଲୋକେ ପସନ୍ଦ କରୁଛନ୍ତି। ଆଉ କେତେଜଣ ସମସ୍ତ ପ୍ୟାକେଟ୍‌ ଜିନିଷକୁ ଖରାରେ ରଖିଲେ କୀଟାଣୁ ନଷ୍ଟ ହେବ ବୋଲି ଚିନ୍ତା କରୁଛନ୍ତି। ଏମିତି ପ୍ରାୟ ପ୍ରତ୍ୟେକ ଜିନିଷକୁ ଏବେ ସାନିଟାଇଜ୍‌ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।
ଅନ୍‌ଲାଇନ୍‌ ଅର୍ଡର: ପରିବାପତ୍ର ଭଳି ଅନ୍‌ଲାଇନ୍‌ ଅର୍ଡରରେ ଆସୁଥିବା ଜିନିଷ ସବୁ ବି ସାନିଟାଇଜ୍‌ କରାଯାଉଛି। ଲକ୍‌ଡାଉନ୍‌ ପାଇଁ ପ୍ରାୟ ସବୁ ଦୋକାନ ବନ୍ଦ ରହୁଥିବାରୁ ଅନ୍‌ଲାଇନ୍‌ରେ କିଛି ଜିନିଷ କିଣିବା ସହଜ ହେଉଛି। ତେଣୁ ଅନ୍‌ଲାଇନ୍‌ରେ ମଗାଉଥିବା ସାମଗ୍ରୀର ପ୍ୟାକେଟକୁ ଗ୍ରହଣ କରିବା ପରେ ପ୍ରଥମେ ସାନିଟାଇଜର୍‌ ସ୍ପ୍ରେ କରି ସେହି ପ୍ୟାକେଟକୁ ବାହାରେ ଦୁଇ ତିନି ଦିନ ରଖି ଦିଆଯାଉଛି। ଏହାପରେ ପ୍ୟାକେଟ ଖୋଲି ଲୋକେ ଘର ଭିତରକୁ ନେବାକୁ ପସନ୍ଦ କରୁଛନ୍ତି। ଏପରି କରିବା ଫଳରେ କରୋନା ସଂକ୍ରମଣ ହେବନାହିଁ ବୋଲି ଲୋକେ ବିଶ୍ୱାସ କରୁଛନ୍ତି।
ନନ୍‌ ଭେଜ୍‌: କରୋନା କଟକଣା ଭିତରେ ନନ୍‌ ଭେଜ୍‌ ଦୋକାନ ପ୍ରାୟ ସବୁଆଡ଼େ ଖୋଲା ରହୁଛି। ହେଲେ ଏସବୁ ଜିନିଷ ଘରକୁ ନେବାବେଳେ ବି ଲୋକେ ସତର୍କତା ଅବଲମ୍ବନ କରିବାକୁ ଭୁଲୁ ନାହାନ୍ତି। ପରିବା ଭଳି ଅଣ୍ଡାକୁ ମଧ୍ୟ ସ୍ବତନ୍ତ୍ରଭାବେ ପ୍ରସ୍ତୁତ ପାଣିରେ କିଛି ସମୟ ଭିଜାଇ ଭଲଭାବେ ଧୋଇ ରଖୁଛନ୍ତି। ଆଉ କିଛି ଲୋକ ମାଂସ ଖାଇବା ବନ୍ଦ କରି ଦେଇଛନ୍ତି ଏବଂ ମାଛକୁ ଆଣିବା ମାତ୍ରେ ତୁରନ୍ତ ଧୋଇ ଭଲଭାବେ ଭାଜି ରଖୁଛନ୍ତି। ଏଭଳି ସତର୍କତାମୂଳକ ପଦକ୍ଷେପ ଦ୍ୱାରା କରୋନାକୁ ଏଡ଼ାଇ ହେବ ବୋଲି ଏବେ ସମସ୍ତେ ମତ ଦେଉଛନ୍ତି।
ମେଡିସିନ୍‌: ଅନ୍‌ଲାଇନ୍‌ରେ ହେଉ କି ଅଫ୍‌ ଲାଇନ୍‌ରେ ହେଉ ଘରକୁ ଆସୁଥିବା ମେଡିସିନ୍‌କୁ ବି କିଛି ଲୋକେ ସାନିଟାଇଜ୍‌ କରିବାକୁ ପସନ୍ଦ କରୁଛନ୍ତି। ଅର୍ଥାତ୍‌ ସ୍ବତନ୍ତ୍ର ପାଣିରେ ଭିଜା ହୋଇଥିବା କପଡ଼ାରେ ସମସ୍ତ ମେଡିସିନ୍‌କୁ ବି ପୋଛି ଘରେ ରଖୁଛନ୍ତି।
ସିଧାସଳଖ କିଛି ଜିନିଷ ଘରକୁ ଯାଏନି:ଆମର ଘର ଆଗରେ ଗୋଟେ ଟ୍ୟାପ୍‌ ଲାଗିଛି। ପରିବା ଆସିଲେ ପ୍ରଥମେ ସେଇଠି ଗୋଟେ କୁଣ୍ଡରେ ଭଲଭାବେ ଧୁଆହୁଏ। ତା’ପରେ ପରିବା ସବୁ ଛାଣି ଅଲଗା ଘରେ ଶୁଖିବା ପାଇଁ ରଖି ଦେଉ। ଗୋଟେ ଦିନ ପରେ ସେସବୁକୁ ଆଣି ଫ୍ରିଜରେ ରଖି ବ୍ୟବହାର କରୁ।
ଯେଉଁସବୁ ଜିନିଷକୁ ଧୋଇ ହେବନି ଅର୍ଥାତ୍‌ ପିଆଜ, ରସୁଣ କି ପ୍ୟାକେଟ୍‌ ଜିନିଷ ସବୁକୁ ଆମେ କିଛି ଘଣ୍ଟା ପାଇଁ ଖରାରେ ରଖି ଦେଉଛୁ। ତା’ପରେ ଘରକୁ ଆଣୁଛୁ। ଯଦି ଖରା ହେଉ ନ ଥାଏ ତେବେ ତାକୁ ଅନ୍ୟ ଏକ ଘରେ ଦୁଇ ତିନି ଦିନ ରଖି ଦେଉ ଏବଂ ପ୍ୟାକେଟ୍‌ ଉପରେ କିଛି ସାନିଟାଇଜର ପକାଇ ତାକୁ କପଡ଼ାରେ ପୋଛି ଦେଉ। ମୋର ଛୋଟ ଛୁଆଟା ଥିବାରୁ ଅଧିକ ସତର୍କ ହେବାକୁ ପଡୁଛି। ସେଥିପାଇଁ ବାହାରୁ ଆସୁଥିବା କୌଣସି ଜିନିଷକୁ ମୁଁ ସଙ୍ଗେ ସଙ୍ଗେ ଘର ଭିତରକୁ ଆଣି ନ ଥାଏ।
-ମମତା ବରାଳ
ଓକିଲ, କୁଞ୍ଜକାନ୍ତ, ଢେଙ୍କାନାଳ
ବାହାରେ ଦିନେ ରଖି ଦେଉଛୁ: ଘରକୁ ପରିବାପତ୍ର ଦରକାର ଥିଲେ ଦିନକ ଆଗରୁ ଆଣୁଛୁ। ସବୁ ପରିବାକୁ ବାହାରେ ଛାତ ଉପରେ ଶିଡ଼ି ଘରେ ରଖି ଦେଇଥାଉ। ଦିନେ ବାହାରେ ରହିବା ପରେ ପରଦିନ ତାକୁ ଘରକୁ ଆଣି ବ୍ୟବହାର କରୁଛୁ। ପ୍ୟାକେଟ୍‌ ଜିନିଷ ସବୁକୁ ବି ଆମେ ବାହାରେ କିଛି ଦିନ ରଖି ଦେଉ। ଦରକାର ହେଲେ ତାକୁ ଘରକୁ ଆଣି ବ୍ୟବହାର କରୁ। ଏହା ବ୍ୟତୀତ କରୋନା ସଂକ୍ରମଣ ହେବା ଦିନଠାରୁ ଆମେ କେହି ଆମିଷ ଖାଦ୍ୟ ଖାଉ ନାହୁଁ। ଇମ୍ୟୁନିଟି ପାୱାର ବଢ଼ାଇବା ପାଇଁ ପ୍ରାକୃତିକ ଖାଦ୍ୟ ଉପରେ ବେଶି ଜୋର ଦେଉଛୁ। ନିହାତି ଦରକାର ନ ଥିଲେ ଆମେ କେହି ବାହାରକୁ ବି ଯାଉ ନାହୁଁ।
-ଜୟନ୍ତି ପଣ୍ଡା, ଗୃହିଣୀ, ନଖରା, କଟକ
ରୋଷେଇ ଆଗରୁ ଭେଜି ୱାଶ୍‌ରେ ଧୁଏ: ପରିବାପତ୍ର ଆଣିବା ପାଇଁ ମୁଁ ନିଜେ ଯାଏ। ଆଉ ବିଶ୍ୱସ୍ତ ଲୋକଙ୍କ ପାଖରୁ ହିଁ ପରିବା ଆଣେ। ସବୁ ପରିବାକୁ ପ୍ରଥମେ ଅଲଗା କରି ଫ୍ରିଜରେ ରଖିଦିଏ ଆଉ ରୋଷେଇ କରିବା ପାଇଁ ବାହାର କରିବା ବେଳକୁ ପରିବା ଧୋଇବା ପାଇଁ ମିଳୁଥିବା ଲିକ୍ୟୁଇଡ୍‌ ଭେଜି ୱାଶରେ ଭଲଭାବେ ଧୋଇ ବ୍ୟବହାର କରେ। ଆଉ ପ୍ୟାକେଟ୍‌ ଜିନିଷ ସବୁକୁ ପ୍ରଥମେ ସାନିଟାଇଜର ସ୍ପ୍ରେ କରି ବାହାରେ ବାଲକୋନିରେ ଗୋଟେ ଦିନ ରଖିଦେଉଛି। ଦିନକ ପରେ ଘରକୁ ଆଣି ବ୍ୟବହାର କରୁଛି। ଏହା ବ୍ୟତୀତ ବାହାରୁ ଫେରିବା ମାତ୍ରେ ଭଲଭାବେ ସାନିଟାଇଜ୍‌ କରିବା ସହ ଲୁଗାପଟା ବି ଧୋଇ ଦେଇଥାଏ।
-ରଶ୍ମିତା ମହାନ୍ତି
ଗୃହିଣୀ, ମନିକୋଣ୍ଡା, ହାଇଦ୍ରାବାଦ
ଘରକୁ ଆଣିବାବେଳେ ସତର୍କ ରହେ: ଏବେ ତ ଆମର କମ୍‌ ପରିବା ଆସୁଛି। କାରଣ ସପ୍ତାହକୁ ଥରେ ଆମ ଘରକୁ ମାର୍କେଟରୁ ପରିବା କିମ୍ବା ଅନ୍ୟ ରାଶନ ସାମଗ୍ରୀ ଆସୁଛି। ଆଉ ପରିବା ପତ୍ର ଆସିବା ମାତ୍ରେ ସେସବୁକୁ ମୁଁ ବାହାର କରି ପ୍ରଥମେ ଏକ ବାଲ୍‌ଟି ଭିତରେ ପାଣିରେ ପରିବା ଧୋଇବା ପାଇଁ ମିଳୁଥିବା ଲିକୁଇଡ୍‌ ଭେଜିୱାଶ୍‌ ପକାଇ ଅଧଘଣ୍ଟା ଭିଜାଇ ରଖିଦିଏ। ତା’ପରେ ପରିବାକୁ ପାଣିରୁ ବାହାର କରି ଖୋଲାରେ ଶୁଖିବା ପାଇଁ ରଖିଦିଏ। ଦୁଇ ଚାରିଘଣ୍ଟା ପରେ ପରିବା ସବୁକୁ ଅଲଗା ଅଲଗା କରି ଫ୍ରିଜରେ ରଖେ। ତା’ପରେ ଆବଶ୍ୟକ ଅନୁସାରେ ବ୍ୟବହାର କରେ। ସେହିପରି ରାଶନ ସାମଗ୍ରୀ ହେଉ କି ଅନ୍‌ଲାଇନ୍‌ରେ ଆସିଥିବା ଜିନିଷକୁ ଶିଡ଼ି ଘରେ ତିନି ଦିନ ପର୍ଯ୍ୟନ୍ତ ଅଲଗା ରଖି ଦେଇଥାଏ। ତିନି ଦିନ ପରେ ସେସବୁକୁ ଆଣି ଡେଟଲଭିଜା ଓଦା କପଡ଼ାରେ ପୋଛି ଘର ଭିତରେ ରଖିଥାଏ। ଏମିତିଭାବେ ସବୁ ଦିଗପ୍ରତି ସତର୍କ ରହିଲେ କରୋନା ସଂକ୍ରମଣରୁ ରକ୍ଷା ମିଳିପାରିବ।
-ଧରିତ୍ରୀ ପରିଜା
ଅଧ୍ୟାପିକା, ଖମାର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri