ଇରାନୀଙ୍କ ମାୟାଜାଲରେ ଫସିଛନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୧୫।୯(ସତ୍ୟଜିତ୍‌ ରାଉତ): ଡାକ୍ତରଙ୍କୁ ହନିଟ୍ରାପ୍‌ ମାୟାଜାଲରେ ଫସାଇ ଲୁଟିବା ମାମଲାରେ ତମାଣ୍ଡୋ ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଇରାନୀ ପାତ୍ର, ତାଙ୍କ ସ୍ବାମୀ ଏବଂ ସହଯୋଗୀଙ୍କ ସମ୍ପର୍କରେ ବହୁ ଗୁମର ଖୋଲିବାରେ ଲାଗିଛି। ଅର୍ଚ୍ଚନା ନାଗଙ୍କ ଭଳି ଇରାନୀ ଜଣେ ବଡ଼ ହନିଟ୍ରାପ୍‌ କୁଇନ୍‌ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି। ଇରାନୀ କେବଳ ଜଣେ ଡାକ୍ତରଙ୍କୁ ଫସାଇନାହାନ୍ତି, ଏଭଳି ବହୁ ବଡ଼ବଡ଼ିଆଙ୍କୁ ମଧ୍ୟ ତାଙ୍କ ମାୟାଜାଲରେ ଫସାଇ ଲୁଟିଛନ୍ତି। ଇରାନୀଙ୍କ ଗ୍ୟାଙ୍ଗର ଶିକାର ହୋଇଛନ୍ତି ଡାକ୍ତର, ବ୍ୟବସାୟୀ ଓ ଉଚ୍ଚଶିକ୍ଷିତ ଛାତ୍ର। ଇରାନୀଙ୍କ ନାଁ ଚର୍ଚ୍ଚାକୁ ଆସିବା ପରେ ହନିଟ୍ରାପ୍‌ର ଶିକାର ହୋଇଥିବା ଜଣକ ପରେ ଜଣେ ତମାଣ୍ଡୋ ଥାନାରେ ଏତଲା ଦେଉଛନ୍ତି। ତାଙ୍କ ବିରୋଧରେ ଏପର୍ଯ୍ୟନ୍ତ ୩ଟି ମାମଲା ରୁଜୁ ହୋଇଥିବା ବେଳେ ଏହି ସଂଖ୍ୟା ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। କେନ୍ଦ୍ରାପଡ଼ାର ଜଣେ ଉଚ୍ଚଶିକ୍ଷିତ ଛାତ୍ର ଇରାନୀଙ୍କ ଜାଲରେ ପଡ଼ି ୫ ହଜାର ଟଙ୍କା ଦେଇଥିବା ବୁଧବାର ଅଭିଯୋଗ କରିଥିଲେ। ଏପରିକି ସେ ୨ ଲକ୍ଷ ଟଙ୍କା ଦେବା ପାଇଁ ଡିଲ୍‌ ହୋଇଥିଲା। ଗୁରୁବାର ଖୋର୍ଦ୍ଧା ଜିଲା ବୋଲଗଡ଼ ଅଞ୍ଚଳର ଜଣେ ବ୍ୟବସାୟୀ ଥାନାରେ ଏତଲା ଦେଇ ବହୁ ତଥ୍ୟ ଦେଇଛନ୍ତି। ଇରାନୀ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ଘରକୁ ଡାକି ଫସାଇ ୨ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନ ଦେଇ ପାରିବାରୁ ନିସ୍ତୁକ ମାଡ଼ ମାରିଥିଲେ। ବ୍ଲାକମେଲ୍‌ କରି ତାଙ୍କ ଫୋନପେରୁ ୧୯ ହଜାର ୫୦୦, ନଗଦ ୩ ହଜାର ଟଙ୍କା ଓ ସୁନାମୁଦି ନେଇଯାଇଥିଲେ।

ଡିନର୍‌ ପାଇଁ ଘରକୁ ଡାକି ବ୍ଲାକ୍‌ମେଲ୍‌ କରୁଥିଲେ
ଇରାନୀ ତମାଣ୍ଡୋ ନାରଗୋଦା ଅଞ୍ଚଳରେ ଏକ ଡୁପ୍ଲେକ୍ସ ଘରକୁ ଭଡ଼ା ନେଇଥିଲେ। ଉକ୍ତ ଘରକୁ ସମସ୍ତଙ୍କୁ ଡାକି ଗୃହବନ୍ଦୀ କରି ଫସାଉଥିଲେ। ଇରାନୀ ଫେସବୁକ୍‌ ଆଦି ସୋସିଆଲ ମିଡିଆରେ ବଡ଼ବଡ଼ିଆଙ୍କ ସହ ବନ୍ଧୁତା ସ୍ଥାପନ କରୁଥିଲେ। ପରେ ତାଙ୍କ ଘରକୁ ଡିନର୍‌ ପାଇଁ ଡାକୁଥିଲେ। ଡିନର୍‌ ପାଇଁ ସମ୍ପୃକ୍ତ ବ୍ୟକ୍ତି ଘରକୁ ଆସିବା ପରେ ସ୍ବାମୀ ଓ ସହଯୋଗୀମାନେ ତାଙ୍କୁ ଘେରିଯାଉଥିଲେ। କାହାକୁ ୨ ଲକ୍ଷ ତ ଆଉ କାହାକୁ ୧୦ ଲକ୍ଷ ଦାବି କରୁଥିଲେ। ଟଙ୍କା ଦେବା ପାଇଁ ମନା କଲେ ଇରାନୀ ତାଙ୍କୁ ବଳାତ୍କାର ମାମଲାରେ ଫସାଇ ଦେବାକୁ କହି ବ୍ଲାକ୍‌ମେଲ୍‌ କରୁଥିଲେ।
ଯାତ୍ରାରେ ଅଭିନୟ କରୁଥିଲେ ଇରାନୀ
ପୋଲିସ ଜାଣିବାକୁ ପାଇଛି ଯେ, ଇରାନିଙ୍କ ଘର ଯାଜପୁର ଅଞ୍ଚଳରେ। ସେ ବିବାହ ପୂର୍ବରୁ ଏକ ଯାତ୍ରାପାର୍ଟିରେ ଅଭିନୟ କରୁଥିଲେ। ଏପରିକି ମଝିରେ ମଝିରେ ଆଙ୍କରିଂ ମଧ୍ୟ କରୁଥିଲେ। ଅଭିନେତ୍ରୀ ହୋଇଥିବାରୁ ଇରାନି ସମସ୍ତଙ୍କୁ ହନିଟ୍ରାପ୍‌ ମାୟାରେ ଫସାଇବାକୁ ସଫଳ ହେଉଥିଲେ।
ସ୍ବାମୀଙ୍କ ପରେ ରିମାଣ୍ଡରେ ଆସିବେ ଇରାନୀ
ପୋଲିସ ପ୍ରଥମେ ତାଙ୍କ ସ୍ବାମୀ ନିଶିକାନ୍ତ ପାତ୍ର ଓରଫ ବାପିଙ୍କୁ ରିମାଣ୍ଡରେ ଆଣିବ। ଶୁକ୍ରବାର ନିଶିକାନ୍ତଙ୍କୁ ୫ଦିନିଆ ରିମାଣ୍ଡରେ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ନିଶିକାନ୍ତଙ୍କୁ ରିମାଣ୍ଡରେ ଆଣି ତଥ୍ୟ ହାସଲ କରିବା ପରେ ଇରାନୀଙ୍କ ପାଳି ପଡ଼ିବ। ଇରାନୀଙ୍କୁ ରିମାଣ୍ଡରେ ଆଣି ଜେରା କରି ହନିଟ୍ରାପ୍‌ ମାୟାଜାଲ ବିଷୟରେ ବହୁ ତଥ୍ୟ ପାଇବାକୁ ପୋଲିସ ଆଶା ରଖିଛି।
ଆଜି ଏସ୍‌ଏଫ୍‌ଏସ୍‌ଏଲ୍‌ ଯିବ ଜବତ ୨ ମୋବାଇଲ
ଇରାନୀଙ୍କ ପାଖରୁ ଜବତ ହୋଇଥିବା ୨ଟି ମୋବାଇଲରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରହିଛି। ଏପରିକି ବହୁ ଲୋକଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ରହିଥିବା ଜଣାପଡ଼ିଛି। ସେହିଭଳି ଫେସବୁକ୍‌ ମେସେଞ୍ଜର, ହ୍ବାଟସଆପ୍‌ ଚାଟ୍‌ରେ ମଧ୍ୟ ବହୁ ତଥ୍ୟ ରହିଛି। ସିଲ୍‌ ହୋଇଥିବା ଏହି ଦୁଇଟି ମୋବାଇଲକୁ ଶୁକ୍ରବାର ଷ୍ଟେଟ୍‌ ଫୋରେନ୍‌ସିକ୍‌ ସାଇନ୍ସ ଲାବୋରେଟରି (ଏସ୍‌ଏଫ୍‌ଏସ୍‌ଏଲ୍‌)କୁ ପୋଲିସ ପଠାଇବ। ଏହାର ରିପୋର୍ଟ ଆଧାରରେ ତଦନ୍ତ ଆଗେଇବ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri