ବଲିଉଡ୍‌ ଷ୍ଟାର ଗୋବିନ୍ଦାଙ୍କୁ ଜେରା କରିବ ଇଓଡବ୍ଲ୍ୟୁ

ଭୁବନେଶ୍ୱର,୧୫।୯(ସୂର୍ଯ୍ୟକାନ୍ତ ବେହେରା): ଏସ୍‌ଟିଏ ଟୋକନ କ୍ରିପ୍ଟୋ ପୁଞ୍ଜି ନିବେଶ ନାଁରେ ହଜାର କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଠକେଇ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ତଦନ୍ତ ଜାରି ରଖିଛି। ତେବେ ଏହି ମାମଲାରେ ବଲିଉଡ ଷ୍ଟାର୍‌ ଗୋବିନ୍ଦାଙ୍କୁ ସମନ କରି ଜେରା କରିବାକୁ ଇଓଡବ୍ଲ୍ୟୁ ଯୋଜନା କରିଛି। ଗୋଟିଏ ଟିମ୍‌ ମୁମ୍ବାଇ ଯାଇ ତାଙ୍କୁ ଜେରା କରିବ ବୋଲି ଇଓଡବ୍ଲ୍ୟୁ ଡିଏସ୍‌ପି ସସ୍ମିତା ସାହୁ ଗୁରୁବାର ସୂଚନା ଦେଇଛନ୍ତି। ଗତ ଜୁଲାଇ ୨୫ରୁ ୩୧ ତାରିଖ ମଧ୍ୟରେ ଗୋଆର ଏକ ଆଲିଶାନ୍‌ ହୋଟେଲ୍‌ରେ ବଡ଼ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ସେହି କାର୍ଯ୍ୟକ୍ରମକୁ ଅଭିନେତା ଗୋବିନ୍ଦାଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ୧ ହଜାରରୁ ଊର୍ଦ୍ଧ୍ୱ ସଦସ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଗୋବିନ୍ଦା ଏସ୍‌ଟିଏର ‘ବ୍ଲକ୍‌ ଚେନ୍‌’ ଲଞ୍ଚ୍‌ କରିଥିଲେ। ଏହା ଲଞ୍ଚ୍‌ ହେବା ପରେ ଏସ୍‌ଟିଏ ଟୋକନ୍‌ କଏନ୍‌ରେ ଲୋକେ ପ୍ରଭାବିତ ହୋଇଥାଇପାରନ୍ତି। ତେଣୁ ଏସ୍‌ଟିଏରେ ଗୋବିନ୍ଦାଙ୍କ ଭୂମିକା କ’ଣ ଏବଂ ସେ କାହିଁକି ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ତାହା ଜାଣିବାକୁ ତାଙ୍କୁ ଇଓଡବ୍ଲ୍ୟୁ ଖୁବଶୀଘ୍ର ଜେରା କରିପାରେ ବୋଲି ଡିଏସ୍‌ପି ସାହୁ କହିଛନ୍ତି।
ସୂଚନାନୁଯାୟୀ, ଅତି କମ୍‌ ସମୟ ମଧ୍ୟରେ ବହୁଗୁଣ ଅର୍ଥ ଲାଭର ପ୍ରଲୋଭନ ଦେଖାଇ ଦେଶବ୍ୟାପୀ ଏହି ଠକେଇ ର଼୍ୟାକେଟର ‘ଏସ୍‌ଟିଏ’ ଭାରତ ମୁଖ୍ୟ ଗୁର୍‌ତେଜ୍‌ ସିଂ ସିଦ୍ଧୁ ଏବଂ ଓଡ଼ିଶା ମୁଖ୍ୟ ଭଦ୍ରକର ନୀରୋଦ ଦାସ ଓ ରତ୍ନାକର ଦଳାଇଙ୍କୁ ଇଓଡବ୍ଲ୍ୟୁ ଗିରଫ କରିଥିବା ବେଳେ ଅନେକ ଅଭିଯୁକ୍ତ ଫେରାର ଅଛନ୍ତି । ତେଣୁ ଫେରାର ଥିବା ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ହଙ୍ଗେରୀ ନାଗରିକ ଡେଭିଡ୍‌ ଗେଜ୍‌ଙ୍କ ସମେତ ୪ ସହଯୋଗୀଙ୍କ ବିରୋଧରେ ଇଓଡବ୍ଲ୍ୟୁର ଅନୁରୋଧ କ୍ରମେ ବ୍ୟୁରୋ ଅଫ୍‌ ଇମିଗ୍ରେସନ ଲୁକ୍‌ ଆଉଟ ସର୍କୁଲାର୍‌ ଜାରି କରିଛି। କ୍ରିପ୍ଟୋକରେନ୍ସି ଆଧାରିତ ପଞ୍ଜି ଯୋଜନା ଓଡ଼ିଶାର ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲା ସମେତ ରାଜଧାନୀ ଭୁବନେଶ୍ୱରରେ ସକ୍ରିୟ ଥିଲା ବୋଲି ଜଣାପଡ଼ିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

‘କକ୍ରୋଚ ଜନତା ପାର୍ଟି’ର ଅଧା ଫଲୋୟର୍ସ ପାକିସ୍ତାନୀ; ତଥ୍ୟ ଶେୟାର କରି ଏମିତି ଦାବି କଲେ ଭାଜପା ନେତା

ନୂଆଦିଲ୍ଲୀ,୨୧।୫: ଯଦିଓ ‘କକ୍ରୋଚ ଜନତା ପାର୍ଟି’କୁ ଜାତୀୟ ରାଜନୈତିକ ଆଲୋଚନାର ଅଂଶ ହେବା ପାଇଁ ଏହାର ଅନୁଗାମୀ ସଂଗ୍ରହ କରିବା ଅପେକ୍ଷା ଅଧିକ ସମୟ ଲାଗିଥାଇପାରେ, ଏହି…

ନେଇଥିଲେ ଅବସର: ବିଶ୍ୱକପ୍‌ ପାଇଁ ପୁଣି ଫେରିଲେ ଏହି ଖେଳାଳି

ବର୍ଲିନ,୨୧ା୫: ବିଶ୍ୱକପ୍‌ ଲାଗି ଭେଟେରାନ ଗୋଲକିପର ମାନୁଏଲ ନେଉରଙ୍କୁ ଅବସରରୁ ଫେରିବା ପାଇଁ ଜର୍ମାନୀ କୋଚ୍‌ ଜୁଲିଆନ ନାଗେଲ୍ସମ୍ୟାନ ରାଜି କରିଛନ୍ତି। ୪୦ ବର୍ଷୀୟ ନେଉର ୨୦୨୪…

ପୋଲିସ, ଅବକାରୀ ବିଭାଗର ମିଳିତ ଚଢ଼ାଉ: ଭାଙ୍ଗିଲେ ଦେଶୀମଦ ଭାଟି

ନନ୍ଦପୁର,୨୧।୫(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ପୋଲିସ ଲମତାପୁଟ ବ୍ଲକ ବନମାଳୀପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମରେ ଗତ ଶନିବାର ଚଢ଼ାଉ କରି ପୂର୍ବତନ ସମିତି ସଭ୍ୟଙ୍କ ଘରେ ସ୍ଥାପିତ…

IPL 2026 ପରେ ଅବସର ନେଇପାରନ୍ତି ଏହି ୫ କ୍ରିକେଟର, ନମ୍ବର ୩ ରେ ରହିଛି ଏକ ଆଶ୍ଚର୍ଯ୍ୟଜନକ ନାମ

ନୂଆଦିଲ୍ଲୀ,୨୧।୫: ୨୦୨୬ ଆଇପିଏଲ ସିଜିନ ମେ ୩୧ରେ ଶେଷ ହେଉଛି, ଏବଂ ଫାଇନାଲ ମ୍ୟାଚ ଅହମଦାବାଦରେ ଖେଳାଯିବାକୁ ସ୍ଥିର ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଗୁଜରାଟ ପୂର୍ବରୁ…

ଜୁଲାଇ ୧୬ ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ): ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି । ଡିଜିପି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି । ଆସନ୍ତା ଜୁଲାଇ ୧୬ ତାରିଖରେ…

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଗ୍ରୀଷ୍ମ ବଦଳାଇଲା ସ୍କୁଲ ଛୁଟିର କ୍ୟାଲେଣ୍ଡର! ଜୁଲାଇ ପର୍ଯ୍ୟନ୍ତ ବନ୍ଦ ରହିବ ସ୍କୁଲ? ଜାଣନ୍ତୁ…

ଚଣ୍ଡିଗଡ଼,୨୧।୫: ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ହେଲେ ପଞ୍ଜାବ ଏବଂ ଚଣ୍ଡିଗଡ଼ରେ ପ୍ରବଳ ଗରମ ଯୋଗୁ ସେଠାକାର ଜନତା ଆତଙ୍କିତ ହୋଇପଡ଼ିଛନ୍ତି। ପଞ୍ଜାବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri