ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ୍‌ ଥେରାପି’

ଭୁବନେଶ୍ୱର, ୧୬।୬ (ବନ୍ଦନା ସେଠୀ): ରାଜଧାନୀବାସୀଙ୍କୁ ମିଳିବ ‘କ୍ୟାଟେଲ ଥେରାପି’। ଏଥିପାଇଁ ଭୁବନେଶ୍ୱରସ୍ଥିତ ଜାମୁକୋଳିଠାରେ ନିର୍ମାଣ ହେବ ଆଉଏକ ବୃହତ୍‌ ଗୋଶାଳା। ଅତ୍ୟାଧୁନିକ ସୁବିଧା ସହ ଏଠାରେ ଏକ ସଙ୍ଗରେ ପ୍ରାୟ ୫ହଜାର ଗୋରୁ ରହିବା ପାଇଁ ବ୍ୟବସ୍ଥା କରାଯିବ। ତେବେ ଏହି ଗୋଶାଳାକୁ ବେଙ୍ଗାଲୁରୁ ଢାଞ୍ଚାରେ ନିର୍ମାଣ କରାଯିବ। ଏନେଇ ବିଏମ୍‌ସିର ଏକ ସ୍ବତନ୍ତ୍ର ଟିମ୍‌ ବେଙ୍ଗାଲୁରୁରେ ଥିବା ଶ୍ରୀଶ୍ରୀ ଗୋଶାଳା ବୁଲି ଦେଖିବା ସହ ଏହାର ମଡେଲକୁ ଅନୁକରଣ କରିଛନ୍ତି। ଏହି ଗୋଶାଳାରେ ଅତ୍ୟାଧୁନିକ ସୁବିଧା ଯେପରିକି – ଗୋରୁଙ୍କ ପାଇଁ ଥିବା ପାଣି କୁଣ୍ଡରେ ସେନ୍ସର ଦ୍ୱାରା ପାଣି ଭର୍ତ୍ତି କରାଯିବ। ଗୋବର ସଫା କରିବାକୁ ପଡିବ ନାହିଁ, ଏହା ଆପେ ଆପେ ଯାଇ ବାୟୋଗ୍ୟାସ୍‌ ଚାମ୍ବରରେ ପଡିବ। ଅପରପକ୍ଷେ ପ୍ରଥମ କରି ଏଠାରେ ଲୋକମାନେ କ୍ୟାଟେଲ ଥେରାପି ପାଇପାରିବେ। ଗାଈ କିମ୍ବା ଷଣ୍ଢଙ୍କୁ କୁଣ୍ଢାଇ ଧରି ତାଙ୍କ ବେକରେ ଓହଳିବା ଦ୍ୱାରା ଉଚ୍ଚ ରକ୍ତଚାପ କମିଥାଏ ବୋଲି ଗବେଷଣାରୁ ଜଣାପଡିଛି। ବେଙ୍ଗାଲୁରୁର ଗୋଶାଳାରେ ଏଭଳି ଥେରାପି କରାଯାଉଛି। ତେଣୁ ଏଠାରେ ମଧ୍ୟ ସେଭଳି ଏକାଧିକ ବ୍ୟବସ୍ଥା କରାଯିବ। ସେହିପରି ଏଠାକୁ ଆସିବାକୁ ଥିବା ପରିଦର୍ଶକଙ୍କ ରହଣି ବ୍ୟବସ୍ଥା କରାଯିବ। ଦିନେ ଦୁଇଦିନ ରହି କ୍ୟାଟେଲ ଥେରାପି ନେଇପାରିବେ ବୋଲି ବିଏମ୍‌ସି ଡେପୁଟି କମିଶନର ରମେଶ ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି। ଗୋଶାଳାରେ ଗୋରୁଙ୍କ ପାଇଁ ସ୍ବତନ୍ତ୍ର ଶେଡ୍‌ ଓ ଘାସଚାଷ ଲାଗି ଜାଗା ରହିବ। ଏହା ପରିସରରେ ଗଛ ଲାଗିବ। ଗୋରୁମାନେ ବାହାରେ ବୁଲିବା ସହ ବିଶ୍ରାମ ନେଇପାରିବେ। ସେହିପରି ଅତ୍ୟାଧୁନିକ ମେଶିନ ଲଗାଯିବ। ନୂତନ ଗୋଶାଳାରେ ବାୟୋଗ୍ୟାସ ପ୍ଲାଣ୍ଟ ନିର୍ମାଣ ହେବ। ଗୋ-ମୂତ୍ରରୁ ଔଷଧୀୟ ଉତ୍ପାଦ ମଧ୍ୟ ପ୍ରସ୍ତୁତ କରାଯିବ। ୭ଦିନ ମଧ୍ୟରେ ଆର୍କିଟେକ୍ଚର ପ୍ଲାନ ପ୍ରସ୍ତୁତ କରାଯିବ। ଏବେ ପାଚେରି ନିର୍ମାଣ କାମ ଚାଲିଛି। ଜୁନ୍‌ ଶେଷସୁଦ୍ଧା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇ ୪ମାସ ମଧ୍ୟରେ ନିର୍ମାଣକାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ଜେନା ସୂଚନା କହିଛନ୍ତି।
ଜାମୁକୋଳି ପାଖରେ ଥିବା ପ୍ରାୟ ୨୨ଏକର ଜମିରେ ଏହି ନୂତନ ଗୋଶାଳା ନିର୍ମାଣ କରାଯିବ। ଏଥିରେ ବୁଲା ଗୋରୁଙ୍କୁ ରଖିବାର ବ୍ୟବସ୍ଥା କରାଯିବ। ଏଠାରେ ଏକ ମେଡିକାଲ ହେଲ୍‌ଥ ସେଣ୍ଟର ରହିବ। ବିଏମ୍‌ସି ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍‌ ବେଙ୍ଗାଲୁରୁରେ ଥିବା ଗୋଶାଳା ବୁଲି ଦେଖିଥିଲେ। ଏହି ଟିମ୍‌ରେ କର୍ପୋରେଟର ରାଜକିଶୋର ଦାସ, ଅଜିତ୍‌ ବେହେରା, ଆର୍କିଟେକ୍ଚର, ଇଂଜିନିୟରିଂ ଟିମ୍‌ ପ୍ରମୁଖ ଥିଲେ। ବିଏମ୍‌ସି ଅଞ୍ଚଳରେ ଦିନକୁ ଦିନ ବୁଲା ଗୋରୁଙ୍କ ସଂଖ୍ୟା ବଢ଼ିଚାଲିଛି। ଜାମୁକୋଳିଠାରେ ଥିବା ଗୋଶାଳାର ଆୟତନ କମ୍‌ ହୋଇଥିବାରୁ ସେଠାରେ ସମସ୍ତଙ୍କୁ ରଖିବା ପାଇଁ ଅସୁବିଧା ହେଉଛି। ତେବେ ନୂତନ ଗୋଶାଳା ନିର୍ମାଣ ହେବା ପରେ ଏହି ସମସ୍ୟା ଆଉ ରହିବ ନାହିଁ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri