ଆଜିକାଲି ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କୁକୁର ଓ ବିଲେଇ ଲଢ଼େଇ ସମ୍ପର୍କରେ ପ୍ରାୟ ଶୁଣିଥିବେ। ମାତ୍ର ଏହି ଭିଡିଓରେ କିଛି ଅଲଗା ଦେଖିବାକୁ ମିଳୁଛି। ଯେଉଁଠି ଏକ କୁକୁର ବିଲେଇ ଛୁଆକୁ ସ୍ତନ୍ୟପାନ କରାଉଥିବା ଦେଖିବାକୁ ମିଳୁଛି। କୁକୁରଟି ଶୋଇଥିବା ବେଳେ ବିଲେଇଛୁଆ ତାହାଠାରୁ କ୍ଷୀର ପିଉଛି। ସେ ମଧ୍ୟ ତାକୁ କୌଣସି ଆଘାତ ପହଁଚାଉ ନାହିଁ। ଭିଡିଓକୁ ରଏଟର୍ସ ଟୁଇଟର ହ୍ୟାଣ୍ଡେଲରେ ଶେୟାର କରିଛି। ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି।
WATCH: It's a most unusual sight: a kitten was spotted feeding on milk from a nursing dog in a remote village in Nigeria pic.twitter.com/CmmVME3yFo
— Reuters India (@ReutersIndia) January 24, 2021