ଅନୁଗୋଳ ତହସିଲ କାର୍ଯ୍ୟାଳୟରେ ଜିଲାପାଳ:ବକେୟା କାର୍ଯ୍ୟ ଶୀଘ୍ର ସାରିବାକୁ ତାଗିଦ

ଅନୁଗୋଳ ଅଫିସ, ୨।୯

ରବିବାର ରାତିରେ ଖୋଲାଥିବା ଅନୁଗୋଳ ତହସିଲ କାର୍ଯ୍ୟାଳୟରୁ ଫାଇଲ ନେଇଥିବା ଜିଲାପାଳ ମନୋଜ କୁମାର ମହାନ୍ତି ସୋମବାର ପୂର୍ବାହ୍ନରେ ଉକ୍ତ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ଅନେକ ସମୟରେ ତହସିଲଦାର ଅଫିସରେ ରହୁ ନ ଥିବାରୁ ଜିଲାପାଳ ବିରକ୍ତି ପ୍ରକାଶ କରିବା ସହ ଲୋକଙ୍କ ସମସ୍ୟା ଠିକଣା ସମୟରେ ସମାଧାନ କରାଯାଉ ନ ଥିବାରୁ କର୍ମଚାରୀଙ୍କ ଉପରେ ବର୍ଷିଥିଲେ। ୧୫ ଦିନ ମଧ୍ୟରେ ପଡ଼ି ରହିଥିବା କାର୍ଯ୍ୟ ଶେଷ କରିବାକୁ ଜିଲାପାଳ ସମସ୍ତଙ୍କୁ ତାଗିଦ କରିଥିଲେ।
ପୂର୍ବାହ୍ନ ସାଢ଼େ ୧୦ଟାରେ ଜିଲାପାଳ ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ଥିଲେ। ପ୍ରଥମେ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ତାଙ୍କ ପ୍ରକୋଷ୍ଠରେ ବିଭିନ୍ନ ପ୍ରଶ୍ନ କରିଥିଲେ। ବିଭିନ୍ନ ସମୟରେ ଆଇନ ଶୃଙ୍ଖଳା ଦାୟିତ୍ୱରେ ନିୟୋଜିତ କରାଯାଉଥିବା, ଏପରି କି ସରକାରୀ କାର୍ଯ୍ୟରେ ଜିଲା ବାହାରକୁ ପଠାଯାଉଥିବାରୁ ସେ ଅଧିକ ସମୟ ଅଫିସରେ ରହିପାରୁ ନ ଥିବା ତହସିଲଦାର ସଫେଇ ଦେବାରୁ ଜିଲାପାଳ ତାଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ। ଜିଲାପାଳ କହିଥିଲେ, ଯେଉଁ କାର୍ଯ୍ୟରେ ରହିଲେ ବି ଲୋକଙ୍କ କାର୍ଯ୍ୟ ଆଗ କର। ସେମାନଙ୍କ ସମସ୍ୟା ବୁଝ। କୌଣସି ଲୋକ ଅସୁବିଧାର ସମ୍ମୁଖୀନ ହେବା ବରଦାସ୍ତ କରାଯିବ ନାହିଁ। ଏହାପରେ ମିଉଟେଶନ୍‌, ରେକର୍ଡ ରୁମ୍‌, ରେଭିନ୍ୟୁ, ଓଡ଼ିଶା ଭୂ ସଂସ୍କାର ଆଇନ୍‌, ନ୍ୟାୟିକ ବିଭାଗ ଆଦିର କର୍ମଚାରୀଙ୍କୁ ଡାକି ଜିଲାପାଳ ସେମାନଙ୍କ କାର୍ଯ୍ୟର ସମୀକ୍ଷା କରିଥିଲେ। ଯେଉଁ ବିଭାଗରେ କାର୍ଯ୍ୟ ଠିକ୍‌ ହୋଇନାହିଁ ତାହାର ସମାଧାନ କରିବାକୁ ଜିଲାପାଳ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୬ ଜଣ କର୍ମଚାରୀ କମ୍ପ୍ୟୁଟରରେ କାର୍ଯ୍ୟ ପରିଚାଳନା ଜାଣି ନ ଥିବାରୁ ଜିଲାପାଳ ଅସନ୍ତୋଷ ପ୍ରକାଶ ସହ ତୁରନ୍ତ କମ୍ପ୍ୟୁଟର ନ ଶିଖିଲେ ବର୍ଦ୍ଧିତ ଦରମା ବନ୍ଦ କରାଯିବ ବୋଲି ତାଗିଦ କରିଥିଲେ। ରାଜ୍ୟ ସରକାରଙ୍କ ୫ଟି ମନ୍ତ୍ର ସମ୍ପର୍କରେ ତହସିଲଦାର ଓ କର୍ମଚାରୀଙ୍କୁ ଜଣାଇବା ସହ ଲୋକଙ୍କ ସମସ୍ତ ସମସ୍ୟା ସମାଧାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri