ରାଜ୍ୟ

ଛେଣ୍ଡିପଦା ଓ ମାଧପୁରରେ ବିଦ୍ୟୁତ୍‌ କାଟ: ଜନ ଅସନ୍ତୋଷ ବୃଦ୍ଧି

ଛେଣ୍ଡିପଦା/ମାଧପୁର, ୨୮।୫(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ଅଞ୍ଚଳରେ କିଛି ମାସ ହେବ ଅଘୋଷିତ ବିଦ୍ୟୁତ୍‌ କାଟ ହେଉଥିବା ଅଭିଯୋଗ ହେଉଛି। ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳି ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଥିବାବେଳେ ଘଣ୍ଟାଘଣ୍ଟା ଧରି ବିଦ୍ୟୁତ କାଟ ଉପଭୋକ୍ତାଙ୍କୁ ହନ୍ତସନ୍ତ…

ପରଜଙ୍ଗରେ କାଳବୈଶାଖୀ: ବ୍ୟାପକ କ୍ଷତି; ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଉଡ଼ିଲା ଛପର

ପରଜଙ୍ଗ, ୨୮।୫(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ବେଳେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡ଼ତୋଫାନରେ ବ୍ୟାପକ କ୍ଷତି ହୋଇଛି। ପ୍ରବଳ ବେଗରେ ପବନ ବହିବାରୁ ବହୁ ଆଜବେଷ୍ଟସ, ଟାଇଲ ଛପର ଉଡ଼ିଯାଇଛି। ଅନେକ ଗୁହାଳ ମଧ୍ୟ ଭାଙ୍ଗିଯାଇଛି।…

ଶିଶୁବଳି ସନ୍ଦେହରେ ଉତ୍ତେଜନା ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଏସ୍‌ପି ଅଫିସ ଘେରିଲେ

ବଲାଙ୍ଗୀର ଅଫିସ, ୨୮ା୫: ବଲାଙ୍ଗୀର ସହର ଚିମିନିଭାଟିପଡା-ଲକ୍ଷ୍ମୀନଗରପଡା ପାଖ ଲକ୍ଷ୍ମୀଯୋର ଭିତରୁ ଗତ ଶୁକ୍ରବାର ରାତିରେ ଜଣେ ନିଖୋଜ ୫ ବର୍ଷର ଶିଶୁର ମୃତଦେହ ମିଳିଥିଲା । ଏହି ଘଟଣାକୁ ପରବର୍ତ୍ତୀ ସମୟରେ ବଳି ସନ୍ଦେହ କରାଯାଇଥିଲା । ସେହି ପଡାରେ…

ନବୀନଙ୍କ ନୂଆ ମନ୍ତ୍ରୀମଣ୍ଡଳ: ଜଣଙ୍କ ପରେ ଜଣେ ବିଧାୟକଙ୍କ ପାଖକୁ ଯାଉଛି ଫୋନ୍‌ କଲ୍‌

ଭୁବନେଶ୍ୱର,୨୮।୫(ବ୍ୟୁରୋ): ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ମନ୍ତ୍ରୀପଦ ପାଇଁ ପକ୍ରିୟା ଆରମ୍ଭ ହୋଇଯାଇଛି। ଏଥିପାଇଁ ମଙ୍ଗଳବାର ସଂନ୍ଧ୍ୟାରେ ନବ ନିର୍ବାଚିତ କିଛି ବିଧାୟକଙ୍କ ପାଖକୁ ଫୋନ୍‌ କଲ୍‌ ଯାଇଛି। ଖବର ଲେଖାଯିବା ପର୍ଯ୍ୟନ୍ତ ନିମାପଡ଼ା ବିଧାୟକ ସମୀର ଦାଶ, ମାହାଙ୍ଗା ବିଧାୟକ…

ବିଧାୟିକା ହେବା ପରେ ବରୀ ବ୍ଲକ ଅଧ୍ୟକ୍ଷା ପଦରୁ ସୁନନ୍ଦା ଦାସଙ୍କ ଇସ୍ତଫା

ବରୀ,୨୮ା୫(ସ୍ବ.ପ୍ର.)- ବରୀ ବିଧାୟିକା ଭାବେ ନିର୍ବାଚିତ ହେବା ପରେ ସୁନନ୍ଦା ଦାସ ମଙ୍ଗଳବାର ବ୍ଲକ ଅଧ୍ୟକ୍ଷା ପଦବୀରୁ ଇସ୍ତଫା ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ବୁଧବାର ସୁନନ୍ଦା ବିଧାୟିକା ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି। ଏ ନେଇ ମଙ୍ଗଳବାର…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ନବୀନ

ପୁରୀ ଅଫିସ,୨୮।୫: ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଙ୍ଗଳବାର ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଅପରାହ୍ନ ସାଢ଼େ ୫ଟାରେ ନବୀନ ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ଉଦ୍ଧାର ହେଲା ଏଭେରେଷ୍ଟ ବିଜୟିନୀ କଳ୍ପନାଙ୍କ ମରଶରୀର, ଓଡ଼ିଶା ଅଣାଯିବା ପ୍ରକ୍ରିୟା ତ୍ୱରାନ୍ବିତ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟର ପ୍ରଥମ ମହିଳା ଏଭେରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କ ମରଶରୀର ମଙ୍ଗଳବାର ଉଦ୍ଧାର କରାଯାଇଛି। ମୃତଦେହକୁ ବେସ୍‌ କ୍ୟାମ୍ପ-୪କୁ ଅଣାଯାଇଛି। ବେସ୍‌ କ୍ୟାମ୍ପରୁ ଏହାକୁ କାଠମାଣ୍ଡୁ ଓ ପରେ ଭୁବନେଶ୍ୱର ଅଣାଯିବା ନେଇ ପ୍ରକ୍ରିୟାକୁ ତ୍ୱରାନ୍ବିତ କରାଯାଉଛି। ଏ ନେଇ…

ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ଡିଜିଙ୍କ ସମୀକ୍ଷା ବୈଠକ: ପୁରୀରେ ଲାଗିବ ସିସିଟିଭି

ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା ପ୍ରସ୍ତୁତି ବୈଠକ କରିଛନ୍ତି। ବୈଠକ ପରେ ଡିଜିପି…

ମନ୍ତ୍ରୀ ତାଲିକା ଚୂଡ଼ାନ୍ତ: ସମ୍ଭାବ୍ୟ ତାଲିକାରେ ଅଧାରୁ ଅଧିକ ନୂଆ ମୁହଁ, ଆଶାଆଶଙ୍କାରେ ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ଦିନକ ପରେ ବିଜେଡି ୫ମ ଥର ପାଇଁ ରାଜ୍ୟ ଶାସନ ଡୋରି ଧରିବାକୁ ଯାଉଛି। ନୂତନ ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ପୂର୍ବତନ ମନ୍ତ୍ରୀ ଓ ବରିଷ୍ଠ ବିଧାୟକଙ୍କ ମଧ୍ୟରେ ଜୋର୍‌ଦାର ପ୍ରତିଯୋଗିତା ଆରମ୍ଭ ହୋଇଛି। ବିଜୟ ଲାଭ…

ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ବିଜେଡି ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏ ନେଇ ପ୍ରସ୍ତୁତି ମଧ୍ୟ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସ୍ଥାନୀୟ…

୩୧ ଯାଏ ଗ୍ରୀଷ୍ମପ୍ରବାହ:୧୧ ଜିଲାକୁ ସତର୍କ ସୂଚନା

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଉପକୂଳଠାରୁ ଆରମ୍ଭକରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରିଛି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି…

କୋଇଲା ଖଣିରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ତାଳଚେର,୨୮।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍‌ସିଏଲ ବଳରାମ କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ କଳମଛୁଇଁ ଗ୍ରାମର କୈଳାସ ଚନ୍ଦ୍ର ମହାରଣା (୫୮)। ସୂଚନାଯୋଗ୍ୟ, ବିଳମ୍ବିିତ ରାତିରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri