ପିତୃପକ୍ଷ ଆରମ୍ଭ: ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି

ପୁରୀ ଅଫିସ,୧୪ା୯: ଶନିବାରଠାରୁ ଆରମ୍ଭ ହୋଇଛି ପିତୃପକ୍ଷ। ଏହା ୧୫ ଦିନ ଅର୍ଥାତ୍‌ ମହାଳୟା ଅମାବାସ୍ୟା ପର୍ଯ୍ୟନ୍ତ ଚାଲିବ । ଏହି ୧୫ ଦିନରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ ଓ ପିଣ୍ଡଦାନ କରାଯାଇଥାଏ। ଏଥିଲାଗି ଶ୍ରୀକ୍ଷେତ୍ରକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପିତୃପକ୍ଷ ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନକରି ତିଳତର୍ପଣ କରିଛନ୍ତି । ଆଶ୍ୱିନ କୃଷ୍ଣପକ୍ଷ ପ୍ରତିପଦାଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ ଦିନକୁ ପିତୃପକ୍ଷ କୁହାଯାଏ । ପିତୃ ପୁରୁଷଙ୍କ ମୃତ୍ୟୁ ତିଥିରେ ତାଙ୍କ ଉତ୍ତର ପୁରୁଷ ତିଳତର୍ପଣ ସହ ମହାଳୟା ବିଧିରେ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି । ଯେଉଁମାନେ ତିଥିରେ ଶ୍ରାଦ୍ଧ କରିପାରନ୍ତି ନାହିଁ ସେମାନେ ମହାଳୟା ଦିନ ଶ୍ରାଦ୍ଧ ପ୍ରଦାନ କରିଥାନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ ଘଟିଛି...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

ଗେଷ୍ଟ ହାଉସରେ ବ୍ୟବସାୟୀ ରହସ୍ୟମୟ ମୃତଦେହ ଠାବ

ଭୁବନେଶ୍ୱର,୧୯।୪: ଗୁରୁବାର ଭୁବନେଶ୍ୱରର ମୈତ୍ରୀ ବିହାର ଅଞ୍ଚଳର ଏକ ଗେଷ୍ଟ ହାଉସରୁ ଜଣେ ବ୍ୟବସାୟୀଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତକଙ୍କ ନାମ ତପନ ପ୍ରସାଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri